ଖୁବ ଶୀଘ୍ର ହେବ ଆଦର୍ଶ ଜିଲ୍ଲାପାଳ କାର୍ଯ୍ୟାଳୟ...
ଭୁବନେଶ୍ବର: ଓଡ଼ିଶାରେ ନିର୍ମାଣ ହେବ ଆଦର୍ଶ ଜିଲ୍ଲାପାଳ କାର୍ଯ୍ୟାଳୟ । ଜିଲ୍ଲାପାଳ କାର୍ଯ୍ୟାଳୟ କୋଠାରେ ମୁଖ୍ୟାଳୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଯୋଡ଼ାଯିବ। ବିଭିନ୍ନ ଦିଗକୁ ନେଇ ଜିଲ୍ଲା ଗୁଡ଼ିକ ୩ଟି ବର୍ଗରେ ବିଭକ୍ତ କରାଯିବ।
ବଡ଼ ବର୍ଗରେ ରହିଛି ସମ୍ବଲପୁର, ପୁରୀ, କେନ୍ଦୁଝର, କଟକ, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଗଞ୍ଜାମ। ମଧ୍ୟମ ବର୍ଗରେ ରହିଥିବା ଜିଲ୍ଲା ଗୁଡ଼ିକ ହେଉଛି କନ୍ଧମାଳ, ରାୟଗଡ଼ା, ବାଲେଶ୍ବର, ଯାଜପୁର, ବଲାଙ୍ଗୀର, ଖୋର୍ଦ୍ଧା, କଳାହାଣ୍ଡି, ଭଦ୍ରକ, ବରଗଡ଼, କେନ୍ଦ୍ରପଡ଼ା, କୋରାପୁଟ, ଅନୁଗୁଳ, ନବରଙ୍ଗପୁର, ଢେଙ୍କାନାଳ ଓ ଜଗତସିଂହପୁର। ସେହିପରି ଛୋଟ ବର୍ଗରେ ରହିଛି ନୟାଗଡ଼, ମାଲକାନଗିରି, ନୂଆପଡ଼ା, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ଗଜପତି, ବୌଦ୍ଧ ଓ ଦେବଗଡ଼ ଜିଲ୍ଲା।