ଗଜପତି ଜିଲ୍ଲାରେ ସରକାରୀ ସ୍କୁଲ ଲୁହାଗେଟ୍ ଭୁଶୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ
ଗଜପତି ଜିଲ୍ଲାରେ ସରକାରୀ ସ୍କୁଲ ଲୁହାଗେଟ୍ ଭୁଶୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ
ଘଟଣାରେ ନିଜଆଡ଼ୁ ମାମଲା ରୁଜ୍ଜୁ କଲେ ଏନ୍ଏଚ୍ଆରସି
ଦୁଇ ସପ୍ତାହ ମଧ୍ୟରେ ଏକ ସବିଶେଷ ରିପୋର୍ଟ ପ୍ରଦାନ ଲାଗି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ଗଜପତି ପୋଲିସ ଅଧୂକ୍ଷକଙ୍କୁ ନୋଟିସ୍ ଜାରି
ଗତ ୧୫ ଏପ୍ରିଲ୍ ୨୦୨୬ରେ ଓଡ଼ିଶାର ଗଜପତି ଜିଲ୍ଲାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଲୁହା ଗେଟ୍ ଭୁଶୁଡ଼ି ଦୁଇଜଣ ଛାତ୍ରୀ ଗୁରୁତର ଆହତ ହେବା ଓ ପରେ ମୃତ୍ୟୁବରଣ କରିଥିବା ସଂପର୍କିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପରେ ନିଜଆଡୁ ମାମଲା ରୁଜ୍ଜୁ କରିଛନ୍ତି ଭାରତର ଜାତୀୟ ମାନବାଧୂକାର ଆୟୋଗ (ଏନଏଚଆରସି)। ରିପୋର୍ଟ ଅନୁଯାୟୀ, ଛାତ୍ରୀମାନେ ସ୍କୁଲ ପ୍ରବେଶ ଦ୍ବାର ନିକଟରେ ଖେଳୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।
ଆୟୋଗ ଉଲ୍ଲେଖ କରିଛନ୍ତି ଯେ ଯଦି ଏହି ରିପୋର୍ଟ ସତ, ତେବେ ଏହା ପୀଡିତାଙ୍କ ମାନବାଧୂକାରର ଏକ ଗମ୍ଭୀର ଉଲଂଘନ। ତେଣୁ ଆୟୋଗ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ଗଜପତି ପୋଲିସ ଅଧୂକ୍ଷକଙ୍କୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏହି ବିଷୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
୧୬ ଏପ୍ରିଲ୍ ୨୦୨୬ରେ ପ୍ରକାଶିତ ଏକ ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ, ଛାତ୍ରମାନେ ଭଙ୍ଗା ଲୁହା ଫାଟକ ତଳେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ନିକଟସୁ ଏକ ହସ୍ପିଟାଲକୁ ସ୍ଥାନାନ୍ତରୀତ କରିଥିଲେ, କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ମୟୂରଭଞ୍ଜ କାକାବନ୍ଧ ଆଶ୍ରମ ସ୍କୁଲ ସ୍କୁଲ ହଷ୍ଟେଲରେ ବାସି ଖାଦ୍ୟ ଖାଇ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସୁ ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧୂକାର ଆୟୋଗ ହେବା ଘଟ
ଦୁଇ ସପ୍ତାହ ମଧ୍ୟରେ ଏହି ବିଷୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ ଲାଗି ଓଡ଼ିଶା ମୁଖ୍ୟ ଶାସନ ସଚିବ ଏବଂ ମୟୁରଭଞ୍ଜର ପୋଲିସ ଅଧୂକ୍ଷକଙ୍କୁ ନୋଟିସ୍ ଜାରି
ଏହି ରିପୋର୍ଟରେ ତଦନୁର ସ୍ଥିତି ଏବଂ ପୀଡିତଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଲାଗି ନିର୍ଦ୍ଦେଶ
୧୪ ଏପ୍ରିଲ୍ ୨୦୨୬ରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କାକାବନ୍ଧ ଆଶ୍ରମ ସ୍କୁଲର ହଷ୍ଟେଲରେ ବାସି ଖାଦ୍ୟ ଖାଇ ଜଣେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ଶତାଧୂକ ପିଲା ଅସୁସ୍ଥ ହେବା ସଂପର୍କିତ ଗଣମାଧ୍ୟମ ଖବର ଉପରେ ନିଜଆଡୁ ମାମଲା ରୁଜୁ କରିଛନ୍ତି ଜାତୀୟ ମାନବାଧୂକାର ଆଯୋଗ (ଏନଏଚଆରସି)। ରିପୋର୍ଟ ଅନୁଯାୟୀ, ପୀଡିତ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଏହି ସ୍କୁଲର ୫ମ ଶ୍ରେଣୀର ଛାତ୍ର ଥିଲେ।
ଆୟୋଗ ଉଲ୍ଲେଖ କରିଛନ୍ତି ଯେ ଯଦି ଖବରଟି ସତ୍ୟ ହୋଇଥାଏ, ତେବେ ଏହା ପୀଡିତଙ୍କ ମାନବାଧୂକାର ଉଲଂଘନ ନେଇ ଗମ୍ଭୀର ପ୍ରସଙ୍ଗ ଉଠାଇଥାଏ। ଫଳସ୍ବରୂପ, ଆୟୋଗ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଏବଂ ମୟୂରଭଞ୍ଜର ପୋଲିସ ଅଧୂକ୍ଷକଙ୍କୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏହି ବିଷୟରେ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଏହି ରିପୋର୍ଟରେ ତଦନ୍ଧର ବର୍ତ୍ତମାନର ସ୍ଥିତି ଏବଂ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କିତ ସୂଚନା ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି।
୧୫ ଏପ୍ରିଲ୍ ୨୦୨୬ରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ୬୭ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବା ପରେ ସେମାନଙ୍କୁ ବାରିପଦା ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ୪୧ ଜଣ ପିଲାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।