ବୃଦ୍ଧି ପାଇଛି ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖ

Sep 1, 2025 - 21:45
Sep 2, 2025 - 08:33
 16
ବୃଦ୍ଧି ପାଇଛି ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖ

ଭୁବନେଶ୍ବର: ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାର ଆପେ ବେଦନ ତାରିଖକୁ ବୃଦ୍ଧି କରାଯାଇଛି ।  ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥୁଲା 1 ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ମଧ୍ୟ ଏହି ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଥିଲା । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ବାସ୍ଥ୍ୟବୀମା ଯୋଗାଇ ଦିକଙ୍କ ଦେଉଛନ୍ତି । ଏହା ଦ୍ବାରା ବହୁ ସାମ୍ବାଦିକ ପରିବାର ଦେ ଦେୟମୁକ୍ତ ଭାବେ ବିଭିନ୍ନ ଅନୁବନ୍ଧିତ ଡାକ୍ତରଖାନ ଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା । ପାଇପାରୁଛନ୍ତି ।

 ଚଳିତ ବର୍ଷ ମଧ୍ୟ ଉଭୟ ନୂତନ ଏବଂ ନବୀକରଣ ନିମନ୍ତେ ସାମ୍ବାଦିକମାନଙ୍କଠାରୁ ଅନ୍‌ଲାଇନ୍ ମାଧ୍ଯମରେ ଆବେଦନ ଗ୍ରହଣ କରାଯାଉଛି । ସୂଚନାଯୋଗ୍ୟ ଯେ ଇଚ୍ଛୁକ ସାମ୍ବାଦିକମାନେ www.owjws.odisha.gov.in 6 ଆବେଦନ କରିପାରିବେ ।