ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁପ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍‌ -ଧର୍ମେନ୍ଦ୍ର ପ୍ରଧାନ

Apr 25, 2026 - 08:18
 14
ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁପ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍‌ -ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ଦୂତ ଓନୋ କେଇଚି, ରାଜସ୍ବ ମ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ศิฐ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ଟ ତ୍ରିପାଠୀ, ଜେଏସଡବ୍ଲ ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏଫଇ ଷ୍ଟିଲ୍ କର୍ପୋରେସନର ସିଇ ଓ ଶ୍ରୀ ୟୋଶିହିସା କିତାନୋ ଉପସ୍ଥିତ

68 ଜେଏସଡବ୍ଲ୍ୟୁ ଏବଂ ଜାପାନର ଜେଏଫଟ୍ଟ ଏଫଇ ମଧ୍ୟରେ ପ୍ରାୟ ୧ ଲକ୍ଷ କୋଟିର ପୁଞ୍ଜିନିବେଶ ବଶକୁ ସ୍ବାଗତ

ଜେଏସଡବ୍ଲ୍ୟୁ ସମ୍ବଲପୁର ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନ୍ ରୁ ୧୦ ମିଲିୟନ ମିଲିୟନ ଟନକୁ ବୃଦ୍ଧି ହେବ

ଏହି ପ୍ରକଳ୍ପ କଳ୍ପ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନ ଉପରେ ଗୁରୁତ୍ବ ଦେଇ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବ

ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଓଡ଼ିଶାର ଅର୍ଥନୀତି ପାଇଁ 'ଗେମ୍ ଚେଞ୍ଜର' ହେବ

ଶିଳ୍ପାୟନ ମାଧ୍ଯମରେ ହିଁ ଦେଶର ବିକାଶ ଓ ଗରିବ କଲ୍ଯାଣ ସମ୍ଭବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ 1

ସମ୍ବଲପୁର, ଏପ୍ରିଲ ୨୪, ୨୦୨୬ - ସମ୍ବଲପୁର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା ଜେଏସଡବ୍ଲୁ ଏବଂ ଜାପାନର ପ୍ରସିଦ୍ଧ ଜେଏଫଇ ଷ୍ଟିଲ୍‌ କର୍ପୋରେସନ ମଧ୍ଯରେ ଶୁକ୍ରବାର ଯୌଥ ଉଦ୍ୟମ (Joint Venture) ସ୍ଥାପନର ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ‘ଜେଏସଡବ୍ଲୁ ଜେଏଫଇ ଷ୍ଟିଲ୍‌ ଲିମିଟେଡ'ର ଏହି ବିକାଶମୂଳକ ପ୍ରକଳ୍ପ ଦ୍ବାରା ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ଦେଶର ଅଗ୍ରଣୀ ମ୍ୟାନୁପ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହି ଐତିହାସିକ ସହଭାଗିତାକୁ ଶ୍ରୀ ପ୍ରଧାନ ସ୍ବାଗତ କରିବା ସହ କହିଛନ୍ତି, ଏହି ବୃହତ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ, ଯାହା ମୁଖ୍ୟତଃ ଉଚ୍ଚମାନର ଗୁଣାତ୍ମକ ଇସ୍ପାତ ଉତ୍ପାଦନ ଉପରେ କେନ୍ଦ୍ରିତ ହେବ । ୧୯୫୨ ମସିହାରୁ ଭାରତ ଏବଂ ଜାପାନ ମଧ୍ୟରେ ରହିଥ‌ିବା ଦୃଢ଼ କୂଟନୈତିକ ସମ୍ପର୍କ ଆଗାମ ଗାମୀ ୨୦୨୭ ମସିହାରେ ମସି ୭୫ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ନିବେଶ ଉଭୟ ଦେଶର ସମ୍ପର୍କକୁ ଆହୁ ଆହୁରି ମଜବୁତ କରିବ । ଓଡ଼ିଶା ଏବଂ ଜାପାନ ମଧ୍ୟରେ ଥିବା ଗଭୀର ଆଧ୍ୟାତ୍ମିକ ସମ୍ପର୍କ ଉପରେ ଆଲେ ଲୋକପାତ କରି କହିଛନ୍ତି ଛନ୍ତି ଯେ, ଜେଏଫଚ୍ଚ ଫଇ କମ୍ପାନୀ ପ୍ରଥମ ଥର ପାଇଁ ଜାପାନ ବାହାରକୁ ଆସି ଭାରତର ଜେଏସଡବ୍ଲ୍ୟୁ ସହ ମିଶି ଓଡ଼ି ଓଡ଼ିଶାରେ କା କାର୍ଯ୍ୟ କରୁଛି, ଯେଉଁଠାରେ ଉଭୟ କମ୍ପାନୀ ମିଳିତ ଭାବେ ବାର୍ଷିକ ପ୍ରାୟ ୫୯ ମିଲିୟନ ନ ମେଟ୍ରିକ ଟନରୁ ଅଧ ଅଧୂକ ଇସ୍ପାତ ଉତ୍ପାଦ ତ୍ପାଦନ କ୍ଷମତା ରଖୁଛନ୍ତି । ଜେଏସଡବ୍ଲ୍ୟୁ ଏବଂ ଜେଏଫଇର ମିଳନ କେବଳ ଏକ ବ୍ୟବସାୟିକ ଚୁକ୍ତି ନୁହେଁ, ବରଂ ଏହା ଜାପାନର ବୈଷୟିକ ଉତ୍କର୍ଷତା ଏବଂ ଭାରତର ଶିଳ୍ପ ଦକ୍ଷତା

ସହିତ ଉତ୍ତରଦାୟୀ ବିକାଶର ଏକ ସମନ୍ଵୟ । ଏହା ସହିତ ଏହି ପ୍ରକଳ୍ପ 'ଗ୍ରୀନ୍ ଷ୍ଟିଲ୍' ଉତ୍ପାଦନ ଉପରେ ଗୁରୁତ୍ବ ଦେଇ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଜେଏସଡବ୍ଲୁ ଏବଂ ଜାପାନର ଜେଏଫଇ ଷ୍ଟିଲ୍ କର୍ପୋରେସନ ମଧ୍ଯରେ ୫୦:୫୦ ଭାଗିଦାରୀରେ ସମ୍ବଲପୁରରେ ଅବସ୍ଥିତ ଜେଏସଡବ୍ଲ୍ୟୁ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ४.४ ମିଲିୟନ ଟନ୍ ରୁ ୧୦ ମିଲିୟନ ଟନକୁ ବୃଦ୍ଧି କରାଯିବାର ଯୋଜନା ରହିଛି । ଏହି ପୁଞ୍ଜିନିବେଶ ଦ୍ବାରା ସମ୍ବଲପୁର, ଝାରସୁଗୁଡ଼ା ଏବଂ ସମଗ୍ର ପଶ୍ଚିମ ଓଡ଼ିଶା ଅଞ୍ଚଳ ଏକ ଅଗ୍ରଣୀ ମ୍ୟାନୁପ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍‌ ଭାବେ ଉଭା ହେବ । ଶିଳ୍ପ ପ୍ରତିଷ୍ଠା ସହିତ ସ୍ଥାନୀୟ ନିଯୁକ୍ତି, ଦକ୍ଷତା ବିକାଶ ଏବଂ ସାମାଜିକ ସହଭାଗିତାକୁ ପ୍ରାଧାନ୍ୟ ଦେବା ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି । ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ପ୍ରକଳ୍ପ ଓଡ଼ିଶାର ଅର୍ଥନୀତି ପାଇଁ ଏକ 'ଗେମ୍ ଚେଞ୍ଜର' ସାବ୍ୟସ୍ତ ହେବ । ଏହି ପ୍ରକଳ୍ପ ଜରିଆରେ ଓଡ଼ିଶା ବିଶ୍ବର ଇସ୍ପାତ ମାନଚିତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ ।

ଆଞ୍ଚଳିକ ବିକାଶ ଏବଂ ନିଯୁକ୍ତି ସୁଯୋଗ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗତ ୨୫ ବର୍ଷ ମଧ୍ୟରେ ସୁନ୍ଦରଗଡ଼ରୁ ବରଗଡ଼ ପର୍ଯ୍ୟନ୍ତ ଅଞ୍ଚଳ ଏକ ପ୍ରମୁଖ ଶିଳ୍ପ କ୍ଲଷ୍ଟର ଭାବେ ଉଭା ହୋଇଛି, ଯେଉଁଠାରେ ବିମାନବନ୍ଦର ଓ ଆଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେଲାଣି । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର প্রার ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍) ପରିସରରେ 'ଜୋହୋ ସ୍କିଲ୍ ହବ୍'ର ଲୋକାର୍ପଣ ହୋଇଛି । ଏହା ଦ୍ବାରା ସମ୍ବଲପୁରର ୨୫ ଜଣ ଯୁବବର୍ଗ ବର୍ଭମାନ ଜାପାନୀ ଭାଷା ଶିକ୍ଷା କରୁଛନ୍ତି, ଯାହାଫଳରେ ସେମାନେ ଏହି ଜାପାନୀ ପ୍ରକଳ୍ପରେ ସିଧାସଳଖ ନିଯୁକ୍ତି ପାଇପାରିବେ । ଏହାକୁ ସେ "ବାଏ ୱାନ-ଗେଟ୍ ୱାନ ଫ୍ରିର'' ର ଆଖ୍ୟା ଦେଇ କହିଛନ୍ତି ଯେ ନିବେଶକମାନେ ଏଠାରେ କେବଳ କାରଖାନା ନୁହେଁ, ବରଂ ଦକ୍ଷ ଓ ଭାଷା ଭାଷାଜ୍ଞାନ ୡ ଥିବା ଯୁବଶକ୍ତି ମଧ୍ଯ ପାଇପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୱେଲଥ୍ କ୍ରିଏଟରମାନଙ୍କୁ ସମ୍ମାନ" ମନ୍ତ୍ରକୁ ଦୋହରାଇ ଦେ ସେ କହିଛନ୍ତି ଯେ, ଶିଳ୍ପାୟନ ମାଧ୍ଯମରେ ହିଁ ଦେଶର ବିକାଶ ଓ ଗରିବ କଲ୍ୟାଣ ସମ୍ଭବ । ଆଜିର ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହ ମାହନ ଚରଣ ମାଝୀ, ଜେ ଜେଏସଡବ୍ଲ୍ୟୁ ଗ୍ରୁପ ଓ ଜେଏଫଇ ଷ୍ଟିଲ୍ କର୍ପୋରେସନକୁ ଧନ୍ୟବାଦ ଜଣାଇଛନ୍ତି ।

ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମାନ୍ୟବର ଶ୍ରୀ ଓନୋ କେଇଚି, ଓଡ଼ିଶା ସରକ ରାଜସ୍ବ ଏବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର, ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ଭାରତରେ ଜେଏସଡବ୍ଲ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ର୍ଦ୍ଦଶକ ଶ୍ରୀ ସଜ୍ଜନ ଜିନ୍ଦଲ, ଜେଏଫଇ ଷ୍ଟିଲ୍ କର୍ପୋରେସନର ସିଇଓ ଶ୍ରୀ ୟୋଶିହିସା କିତାନୋ ଏବଂ ଜାପାନର ଶିଳ୍ପ ପ୍ରତିନିଧୂମାନେ ଯୋଗଦେଇଥିଲେ ।