ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ପୋଲିସ ଗତକାଲି ବିଳମ୍ବିତ ରାତିରେ ୭୩ କେଜିର ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣକୁ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା ଯେ କନ୍ଧମାଳରୁ କଟକ ଅଭିମୁଖେ ଗଞ୍ଜେଇ ଚୋରାଚାଲାଣ ହେଉଛି। ଏହାପରେ ଭରତପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତପୋବନ ଛକ ନିକଟରେ ସେହି ଟିମ ଜଗି ବସିଥିଲା। ଏହାପରେ ସନ୍ଦେହ ହେବାରୁ ପୋଲିସ ଏକ ବୋଲେରୋ କୁ ଅଟକାଇ ତାହାକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବୋଲେରୋରୁ ୭୩ କେଜିର ଗଞ୍ଜେଇ ଜବତ ହୋଇଥିଲା। ଏହାସହିତ ଦୁଇ ଜଣକୁ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଭରତପୁର ଥାନା ପୋଲିସ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଉର୍ଦ୍ଧ ରହିଛି। ତେବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।

Feb 15, 2024 - 18:21
 24
ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ