ଗଣେଶ ପୂଜା ପାଇଁ କମିଶନରେଟ ପୋଲିସର କଠୋର ଗାଇଡ଼ ଲାଇନ, ସବୁ ମାପି ଚୁପି କରିବାକୁ ହେବ ନ ହେଲେ ଦଫା ପରେ ଦଫା ଲାଗିଯିବ

Aug 26, 2025 - 23:50
 17
ଗଣେଶ ପୂଜା ପାଇଁ କମିଶନରେଟ ପୋଲିସର କଠୋର ଗାଇଡ଼ ଲାଇନ, ସବୁ ମାପି ଚୁପି କରିବାକୁ ହେବ ନ ହେଲେ ଦଫା ପରେ ଦଫା ଲାଗିଯିବ

ପାର୍ବଣ ଋତୁ ପୂର୍ବରୁ କଠୋର ହେଲା କମିଶନରେଟ୍ ପୁଲିସ। ପୂଜା ପାଇଁ ଜାରି କଲା ସ୍ବତନ୍ତ୍ର ଗାଇଡ଼ ଲାଇନ୍ । ଚଳିବ ବର୍ଷ ଗଣେଶ ପୂଜାରେ ବାଜି ପାରିବନି ଡିଜେ। ସାଉଣ୍ଡ୍ ଲିମିଟ ରେ ବଜାଇ ପାରିବେ କେବଳ ଭକ୍ତି ଗୀତ। ରାସ୍ତା ଉପରେ ହୋଇ ପାରିବନି ବଡ଼ ବଡ଼ ତୋରଣ। 

ରାତି ୧୦ଟା ପରେ ହେବନି ମେଲୋଡ଼ି । ନିଶାମୁକ୍ତ ହେବ ପୂଜା ମଣ୍ଡପ।

ବେଆଇନ୍ ଭାବେ ଚାନ୍ଦା ଆଦାୟ କଲେ କମିଟି ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଦାଦାବଟି ମାଗିଲେ ଥାନାକୁ ଭିଡ଼ା ହେବେ ଅଭିଯୁକ୍ତ। ଭିଡ ନିୟନ୍ତ୍ରଣ ପାଇଁ ସହରରେ ମୁତୟନ ହେବେ ବ୍ୟାପକ ପୁଲିସ ଫୋର୍ସ। ରାତିରେ କରାଯିବା ପାଟ୍ରେଲିଂ । ନିଶାଡିଙ୍କୁ ଧରିବାକୁ କରାଯାଇଛି ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ । ଭସାଣି ଉତ୍ସବ ବେଳେକୁ ଆତସବାଜି ଫୁଟାଇବା ଦିଗରେ ଲାଗିଛି ସମ୍ପୂର୍ଣ୍ଣ ରୋକ |

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପୂଜା ପ୍ରସ୍ତୁତି। ହେଲେ ଶେଷ ମୁହୂର୍ତ୍ତରେ ପୂଜା କମିଟି ଗୁଡ଼ିକୁ ଝଟକା ଦେଇଛି କମିଶନରେଟ୍ ପୁଲିସ। ଆଣିଛି ସର୍ପାଈଜ କଲା ଭଳି ଗାଇଡ଼ ଲାଇନ୍। 

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ଗଣେଷ ପୂଜା ଭସାଣିରେ ବାଜି ପାରିବନି ଡିଜେ। 

ମାଇକ୍ ବଜାଇବାକୁ ନେବାକୁ ପଡିବ ପୁଲିସ ଅନୁମିତି। କେବେ କମ୍ ସାଉଣ୍ଡରେ ବାଜି ପାରିବ କେବଳ ଭକ୍ତି ସଂଗୀତ। 

ଏହା ସହିତ ରାସ୍ତା ଉପରେ ଲାଗିବନି ବଡ଼ ବଡ଼ ତୋରଣ। ପ୍ରତି ମଣ୍ଡପରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ । କରାଯାଇଛି। ପୂଜା ସମୟରେ ଦାଦା ବଟି ଆଦାୟ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ।

ରାତି ୧୦ ପରେ ମେଲୋଡି ମନା | ଗଣେଶ ଭସାଣି ଉତ୍ସବ ସମୟରେ ଆତସବାଜି ଫୁଟିବନି । ଏହା ସହିତ ନିଶାମୁକ୍ତ ପୂଜା ପେଣ୍ଡାଲ ପାଇଁ ପୁଲିସ ଦେଉଛି ଗୁରୁତ୍ବ । 

ପୂଜା ମାହୋଲକୁ ଦୃଷ୍ଟିରେ ରଖୂ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବ କମିଶନରେଟ୍ ପୁଲିସ |