ଗୁଜରାଟର ବାଜଓ୍ବା (ବଡୋଦରା)-ଅହମ୍ମଦାବାଦ ସେ ସେକ୍ସନରେ କାର୍ଯ୍ୟକ୍ଷମ ହେଲା ସ୍ବଦେଶୀ ଜ୍ଞାନକୌଶରେ ନିର୍ମିତ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ବ୍ୟବସ୍ଥା ‘କବଚ ୪.୦'

Dec 31, 2025 - 19:24
 6

କବଚରେ ଅନୁ ଅନୁର୍ଭୁକ୍ତ ହେଲା ୨,୨୦୦ରୁ ଅଧୂକ ରୁଟ୍ କିଲୋମିଟର

ସ୍ବଦେଶୀ ଜ୍ଞାନକୌଶରେ ନିର୍ମିତ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ବ୍ୟବସ୍ଥା କବଚର ସଂପ୍ରସାରଣ ଜାରି ରହିଛି । ଏହି କ୍ରମରେ ଗୁଜରାଟରେ ପ୍ରଥମ ଥର ପାଇଁ ବାଜୱା (ବଡୋଦରା)-ଅହମ୍ମଦାବାଦ ସେକ୍ସନ (୯୬ କିଲୋ ଲୋମିଟର)ରେ କବଚ ୪.୦ ୦ କାର୍ଯ୍ୟକ୍ଷମ ହୋଇଛି । ଏହି ପ୍ରକଳ୍ପ ଅଧୂନରେ ୧୭ଟି ଷ୍ଟେସନ ଆସୁଛି । ଏଥିପାଇଁ ଏକ ଦୃଢ ଭିତ୍ତିଭୂମି ବ୍ୟବସ୍ଥା କରାଯାଇଛି ଯେ ଯେଉଁଥ୍ରେ ରହିଛି ୨୩ଟି ୨୩ଟି ଟାୱାର, ୨୦ଟି କବଚ କୋଠା, ୧୯୨ କିଲୋମିଟର ଅପ୍ଟିକାଲ୍ ଫାଇବର କେବୁଲ୍ ଏବଂ ୨୮୭୨ ଆରଏଫଆଇଡି ଟ୍ୟାଗ୍ ଇ ଇତ୍ୟାଦି 

କବଚ ଚ କାର୍ଯ୍ୟକ୍ଷମ ହେବା ପରେ ଏହି ରୁଟରେ ଯାଇଥିବା ପ୍ରଥମ ଟ୍ରେନ୍ ଥିଲା ସଂକଳ୍ପ ଫାଷ୍ଟ ପାସେଞ୍ଜର (୫୯୫୪୯/୫୯୫୫୦), ଯାହା ଡବ୍ଲ୍ୟୁଏପି-୭ଲୋକୋମୋଟିଭ୍ ଏବଂ ୧୧ ଏଲଏଚବି କୋଚ୍ ସହିତ ଚାଲିଥିଲା ।

କବଚ ଚ ୪.୦ ବର୍ତ୍ତମାନ ଏହି ସେକ୍ସନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ଏହାକୁ ସ୍ବୟଂଚାଳିତ ଭାବରେ ସୁରକ୍ଷା ବିପଦକୁ ହ୍ରାସ କରିବା ପାଇଁ ଡିଜାଇନ୍ କରାଯାଇଛି ଯାଇଛି। ଏହା ସିଗନାଲ ପାସ୍ ଆଟ୍ ଟ୍ ଡେଞ୍ଜର (ଏସପିଏଡି) ପରି ପରିସ୍ଥିତିର ପରିଣାମକୁ ରୋକିଥାଏ; ସେକ୍ସନାଲ ଗତି, ଲୁପ୍ ଲାଇନ୍ ଏବଂ ସ୍ଥାୟୀ ଗତି ପ୍ରତିବନ୍ଧକଗୁ ଗୁଡ଼ିକର ତଦାରଖ ସହିତ ସ୍ବୟଂଚାଳିତ ବେଗ ନିୟନ୍ତ୍ରଣ କ୍ଷଣ କାର୍ଯ୍ୟକାରୀ କରେ; ଏବଂ ମୁହାଁମୁହିଁ ଏବଂ ପଛ-ପାର୍ଶ୍ବ ଧକ୍କା ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ। ଅତିରିକ୍ତ ସୁରକ୍ଷା ବୈଶିଷ୍ଟ୍ୟଗୁଡ଼ିକ ଗୁଡ଼ିକ ମଧ୍ୟରେ ରହିଛି ଏକ ଜରୁରୀକାଳୀନ ଏସଓଏସ୍ ସୁବିଧା ଏବଂ ଲେଭଲ୍ କ୍ରସିଂ ଗେଟ୍ ରେ ସ୍ବୟଂଚାଳିତ ସିଟି ବାଜିବା ବ୍ୟ ବ୍ୟବସ୍ଥା ।