ଗୁଜୁରାଟ ରେ ରାଜନୀତି ସରଗର...
ଗୁଜରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା ଗୁଜରାଟ ରାଜନୀତିରେ ହଲଚଲ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ରାଜ୍ୟର ମୋଟ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।
ସବୁ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ ।
ଆଜି ୧୧ଟା ୩୦ରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବ । ଏଠାରେ ଅମିତ ଶାହା ଏବଂ ଜେପି ନଡ୍ଡା ଉପସ୍ଥିତ ମଧ୍ୟ ରହିବେ । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ଅମିତ ଶାହ ।
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।
ଇସ୍ତଫା ପୂର୍ବରୁ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଛି
ଗୁଜରାଟରେ ବର୍ତ୍ତମାନର ମନ୍ତ୍ରୀ ପରିଷଦରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ୧୭ ମନ୍ତ୍ରୀ ଅଛନ୍ତି |
କ୍ୟାବିନେଟ ସ୍ତରୀୟ ୮ ମନ୍ତ୍ରୀ ଏବଂ ସମାନ ସଂଖ୍ୟାରେ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୭ ଜଣ ମନ୍ତ୍ରୀ କିମ୍ବା ମୋଟ ସଦସ୍ୟ ସଂଖ୍ୟାର ୧୫ ପ୍ରତିଶତ ହେବାର ସମ୍ଭାବନା ରହିଛି ।