ଚଳିତବର୍ଷ ପାଠ୍ୟପୁସ୍ତକରେ ଭୁଲ ପାଇଁ ଦାୟୀ କିଏ?
ଚଳିତବର୍ଷ ପାଠ୍ୟପୁସ୍ତକରେ ଭୁଲ ପାଇଁ ଦାୟୀ କିଏ?
ଏହାର ଉତ୍ତର ଏତେ ସହଜ ହେବ ନାହିଁ |
ଯଦି ପ୍ରଥମରୁ ଦେଖିବା ତେବେ ବହି ଲେଖିଥିବା ଲୋକ ଅର୍ଥାତ କମିଟି ପ୍ରଥମ ରୁ ଦାୟୀର କାରଣ |
ସେମାନଙ୍କର ଉପର ଠାଉରିଆ ଲେଖା ଓ ତାହାକୁ ଅନାଲୋଚିତ ପର ବର୍ତ୍ତୀ କାର୍ଯ୍ୟ ପାଇଁ ପ୍ରେରଣ କରିବା, ଯାହା ସାଙ୍ଘାତିକ ଭୁଲ |
ଅର୍ଥାତ ସେମାନଙ୍କର ଦାୟିତ୍ୱହୀନତା ଏକ ବ୍ୟବସ୍ଥାର ପରିପେନ୍ଥି ହେଉଛି |
ଦ୍ୱିତୀୟରେ ଯେଉଁ ମାନେ ତାହାକୁ ମୁଦ୍ରଣ ପାଇଁ ପ୍ରେସ କୁ ଦେଲେ ସେମାନେ ମଧ୍ୟ ନ ପରଖି ପଠେଇବା ଆଉ ଏକ ଭୁଲର କାରଣ ବନିଲେ |
ସେମାନେ ମଧ୍ୟ ଠିକ ଭାବେ ନ ଦେଖି ପ୍ରେସ କୁ ଦେବା ସାଙ୍ଘାତିକ ଭୁଲ ହୋଇଛି |
ମୁଖ୍ୟତଃ ଏହି ଦୁଇଟି team ସମ୍ପୂର୍ଣ ଭାବେ ଦାୟୀ |
ପ୍ରଥମ ଓ ଦ୍ୱତୀୟ Team ରେ ସାଧାରଣତଃ ଶିକ୍ଷିତ, ଅଭିଜ୍ଞ ଲୋକ ଥାନ୍ତି, ଯାହାଙ୍କର ବଡ଼ ଗୁରୁ ଦାୟିତ୍ୱ ରହିଥାଏ,
ତୃତୀୟ ରେ ଅଶିକ୍ଷିତ ଓ ଯାନ୍ତ୍ରିକ ଲୋକମାନେ ଥାନ୍ତି, ଯେଉଁମାନେକି ଯାହା ଦେବ ସବୁକୁ ପ୍ରିଣ୍ଟ କରିଦେବେ | ସେମାନଙ୍କର ଜ୍ଞାନର ସେତେ ଜ୍ଞାନର ଆବଶ୍ୟକତା ନ ଥାଏ |
ସବୁକୁ ଚିନ୍ତା କଲେ ଏଇଆ ହେବା ଦରକାର ଯେ ଦୁଇ କମିଟିରେ ନିଯୁକ୍ତି ପାଇଥିବା ସମସ୍ତଙ୍କୁ ବାହାର କରିବା ସହିତ ସେମାନଙ୍କଠାରୁ ଆର୍ଥିକ କ୍ଷୟକ୍ଷତି ଭରଣା କରାଯାଉ |
ଯାହାକି ଭବିଷ୍ୟତରେ ଦାୟିତ୍ୱସମ୍ପର୍ଣ ବ୍ୟକ୍ତିମାନଙ୍କ ପାଇଁ ଏକ "ନାମନେବା" ଉଦାହରଣ ହେବ...
ଚଳିତ ବର୍ଷ ପାଠ୍ୟପୁସ୍ତକରେ ଶତାଧିକ ନୁହେଁ, ହଜାରରୁ ଅଧିକ ତ୍ରୁଟି ଧରାପଡ଼ିବା ପରେ ଗଣମାଧ୍ୟମ ଆଗରେ ବାଇଟ ଦେଇ ଯେପରି ସାଧାରଣ ଘଟଣା ଭଳି କଥା କହୁଛନ୍ତି, ତାହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି।
ରାଜକୋଷରୁ ଲକ୍ଷାଧିକ ଟଙ୍କା ଦରମା, ସମସ୍ତ ସରକାରୀ ସୁବିଧା, ଗାଡ଼ି, କର୍ମଚାରୀ ଏବଂ ସମ୍ମାନ ନେବା ବେଳେ କୌଣସି ଅସୁବିଧା ନାହିଁ, କିନ୍ତୁ ଦାୟିତ୍ୱ ପାଳନ କରିବା ବେଳେ ଏତେ ଅବହେଳା ଓ ଖାମଖିଆଲି ମନୋଭାବ କାହିଁକି ?
ମଣିଷ ମାତ୍ରକେ ଭୁଲ କରେ, କିନ୍ତୁ ଯେଉଁ ଭୁଲ ସିଧାସଳଖ ଭାବେ ଲକ୍ଷ ଲକ୍ଷ ଗରିବ ପିଲାଙ୍କ ପାଠପଢ଼ା ଏବଂ ଭବିଷ୍ୟତକୁ ପ୍ରଭାବିତ କରେ, ସେହି ଭୁଲକୁ "ସାଧାରଣ ତ୍ରୁଟି" କହି ଏଡ଼ାଇ ଦେବା ଅକ୍ଷମଣୀୟ ଅପରାଧ |
ଏତେ ସ୍ତରର ଯାଞ୍ଚ, ଏତେ ଅଧିକାରୀ, ଏତେ ବିଶେଷଜ୍ଞ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଯଦି ପାଠ୍ୟପୁସ୍ତକରେ ଏଭଳି ତ୍ରୁଟି ରହିଯାଏ, ତେବେ ଦାୟୀ କିଏ ?
ଯଦି ଜଣେ ଅଧିକାରୀ ନିଜ ପଦର ମର୍ଯ୍ୟାଦା, ଜବାବଦେହୀତା ଏବଂ ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ନ ଦିଅନ୍ତି, ତେବେ କେବଳ ବାଇଟ ଦେଇ ଦାୟିତ୍ୱ ଶେଷ ହୋଇଯାଏ କି ?
ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ ଜବାବ ଦେବା, ଯେଉଁ ମାନେ ଏହି ଭୂଲ ପାଇଁ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ନୈତିକତାର ଆଧାରରେ ନିଜ ପଦବୀ ରୁ ଇସ୍ତଫା ଦେବା ହିଁ ଉଚିତ ପଦକ୍ଷେପ ହେବ ନଚେତ ସରକାର ତାଙ୍କୁ ଚାକିରି ରୁ ବହିଷ୍କୃତ କରନ୍ତୁ ।
ଓଡ଼ିଶାର ପିଲାଙ୍କ ଭବିଷ୍ୟତ କୌଣସି ପରୀକ୍ଷାଗାର ନୁହେଁ। ଶିକ୍ଷା ବ୍ୟବସ୍ଥାରେ ଅବହେଳା ପାଇଁ "ଭୁଲ ହୋଇଗଲା" କହିଦେବା ଯଥେଷ୍ଟ ନୁହେଁ। ଦାଇତ୍ୱ ସହିତ ଜବାବଦେହୀତା ମଧ୍ୟ ଆସେ, ଏବଂ ଜବାବଦେହୀତା ନଥିଲେ ପଦ ଓ ପଦବୀର ଅର୍ଥ ମଧ୍ୟ ରହେ ନାହିଁ ଏହା ସତ୍ୟ ।
ଓଡ଼ିଶା ବାସୀ ବିଚାର କରନ୍ତୁ ଆମ ଛୋଟ ଛୋଟ ଛୁଆ ଙ୍କ ଶିକ୍ଷା ସହ ଖେଳଘର କାମ କରୁଛନ୍ତି କି ?
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ