ଜମି କିସମ ପାଇଁ ଆଉ fees ଓ ଭଡା ଦେବାକୁ ପଡ଼ିବନି...

Oct 31, 2025 - 22:13
 24
ଜମି କିସମ ପାଇଁ ଆଉ fees ଓ ଭଡା ଦେବାକୁ ପଡ଼ିବନି...

ଭୁବନେଶ୍ବର: ଓଡ଼ିଶାରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କିସମ ପରିବର୍ତ୍ତନ କରିବାକୁ ପଡ଼ିବନି। ଏହି ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ ଫି ଓ ଭଡ଼ା ଛାଡ଼ ପାଇଁ ନିଷ୍ପତ୍ତ ନେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କର ୧% ଦେବାକୁ ପଡୁଥିଲା। ଏଥିସହ ୧% ଭଡ଼ା ମଧ୍ଯ ଦେବାକୁ ପଡୁଥିଲା। ଏବେ ଏହି ୨ଟି ଯାକ ଛାଡ଼ ହେବ। କେନ୍ଦ୍ରର ପୋର୍ଟାଲରେ ଥୂବା ସହ ଜିଲ୍ଲା କମିଟି ଅନୁମୋଦିତ ହୋଇଥିଲେ ସୁବିଧା ମିଳିବ। ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଓ ପ୍ରନୂତାତ୍ମିକ ଜମି ପାଇଁ ଏହି ସୁବିଧା ଲାଗୁ ହେବ ନାହିଁ। ଉଦ୍ୟୋଗୀମାନେ ଉଦ୍ଦେଶ୍ୟରୁ ବିଚ୍ୟୁତ ହେଲେ ଜମି ଫେରମ୍ଭ କରାଯିବ।