ଜୟ ଢୋଲକିଆ ଙ୍କ ବିଜେପିରେ ଯୋଗଦାନ BJD ର ମୁହଁ କରିଦେଲା ବଙ୍କା...

Oct 11, 2025 - 19:35
 10
ଜୟ ଢୋଲକିଆ ଙ୍କ ବିଜେପିରେ ଯୋଗଦାନ BJD ର ମୁହଁ କରିଦେଲା ବଙ୍କା...

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚା ହେଉଥିବା ବେଳେ ଜୟ କିନ୍ତୁ ବିଜେପିରେ ଯୋଗ ଦେଇଛନ୍ତି। 

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ ସାମଲ ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ବିନା ଦଳୀୟ ପତାକା ରେ ସେ ବଡ଼ ଜୋରଦାର ମେଳି ସଜାଡ଼ିଛନ୍ତି |

ଆଜି ସକାଳୁ ଜୟ ବିଜେପିରେ ଯୋଗଦେବା ନେଇ ଚର୍ଚା ଜୋର ଧରିଥିଲା । ତାଙ୍କୁ ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ । ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେଲେ ନୂଆପଡ଼ାର ଅଙ୍କ ଓଲଟପାଲଟ ହୋଇଯିବ । ବିଜେପିର ବିଜୟ ସହଜସାଧ୍ୟ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। 

ଏହି ଉପନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। କାରଣ ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ଉପନିର୍ବାଚନ ହେଉଛି। ଏହି ଉପ ନିର୍ବାଚନ ଜିତିବା ପାଇଁ ବିଜେପି ଉଦ୍ୟମ ଚଳାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ତାଙ୍କୁ ଭଲ ବନ୍ଧୁ କହିବା ସହିତ ନୂଆପଡ଼ା ମୋର ଦାୟିତ୍ବ ବୋଲି କହିଥିଲେ। ଏହାପରେ ନୂଆପଡ଼ା ଯାଇ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଘୋଷଣା କରିଛନ୍ତି।

ସେପଟେ ବିରୋଧୀ ବିଜେଡି ପାଇଁ ବି ଏହି ଆସନ ସମ୍ମାନ ଜନକ ରହିଛି | 

ଏହି ଆସନ ଗତ 15 ବର୍ଷ ହେବ ବିଜେଡି ନିଜ ଅଧିନରେ ରହିଥିଲା । ନୂଆପଡା ଆସନରେ ବିଜେଡି 2009, 2019 ଓ 2024ରେ ବିଜୟୀ ହୋଇଥିଲା । ଉପନିର୍ବାଚନରେ ପୁଣି ନିଜ ଆସନରେ ବିଜୟୀ ହେବା ବିଜେଡି ପାଇଁ ନିଶ୍ଚିତ ଥିଲା | କିନ୍ତୁ ଏବେ ସବୁ ଫସର ଫାଟିଗଲା |

ଜୟ ହିଁ ଏକମାତ୍ର ପ୍ରାର୍ଥୀ ଥିଲେ ଯିଏ ବିଜେଡି କୁ ନିର୍ବାଚନ ବୈତରଣୀ ନଦୀ ପାର କରିଥାନ୍ତେ | 

ନବୀନ ଦିଲ୍ଲୀରେ ରହିଯିବାରୁ ସବୁ ଅଙ୍କ ହୋଇଗଲା ଗୋଳମାଳ |

କାରଣ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ବିଜେପି ଟିକେଟରେ ଲଢ଼ିବେ ।  

ଏପରି ସ୍ଥିତିରେ ବିଜେଡି ଏବେ କାହାକୁ ପ୍ରାର୍ଥୀ କରିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ । ବର୍ତ୍ତମାନର ସମୀକରଣ ଅନୁସାରେ ନୂଆପଡ଼ାରେ ବିଜେପି ଜିତିବା ନିଶ୍ଚୟ |