ଜନତାଙ୍କ ଆସ୍ଲାକୁ ବହୁଗୁଣିତ କରି ଆଗାମୀ ଦିନରେ ବିକଶିତ ଓଡ଼ିଶା ଗଠନ କରିବାକୁ ଆହ୍ଵାନ ଦେଲେ ନୀତିନ ନବୀନ : ବିରଂଚି ନାରାୟଣ ତ୍ରିପାଠୀ
ସରକାର କିପରି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ସେସମ୍ପର୍କରେ ଆଲୋଚନା କରିଥିଲେ
କାର୍ଯ୍ୟକର୍ତାଙ୍କ ମଧ୍ୟରେ ସକ୍ରିୟତା ବଢ଼ାଇବା ଉପରେ ସେ ଜୋର ଦେଇଥିଲେ
ଭୁବନେଶ୍ଵର, ତା.୧୮/୦୫: ଭାରତୀୟ ଜନତା ପାର୍ଟିର ନବନିଯୁକ୍ତ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନଜୀ ଦୁଇଦିନିଆ
ଓଡ଼ିଶା ଗ୍ରସ୍ତରେ ଆସିଥିଲେ । ସେ ଗତକାଲି ଭୁବନେଶ୍ଵରରେ ପଂହଚିଥିଲେ । ଆଜି ସକାଳୁ ପାର୍ଟିର କୋର କମିଟି ଟିମ୍ ସହ ବୈଠକ କରିଥିଲେ । ଜନତାଙ୍କ ଆସ୍ଥାକୁ ବହୁଗୁଣିତ କରି ଆଗାମୀ ଦିନରେ ବିକଶିତ ଓଡ଼ିଶା ଗଠନ କରିବାକୁ ଆହ୍ଵାନ ଦେଇଥିଲେ । ଦଳର ସାଙ୍ଗଠନିକ ସ୍ଥିତିଠାରୁ ସ୍ଥିତିଠାରୁ ଆରମ୍ଭ କରି ସରକାର କିପରି ଲୋକଙ୍କ ବିଶ୍ଵାସଭାଜନ ହୋଇପାରିବ ସେବିଷୟରେ ମାର୍ଗଦର୍ଶନ କରିଥିଲେ । ସଂଗଠନକୁ ତୃଣମୂଳସ୍ତରରୁ ମଜଭୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ନିକଟରେ ଯେପରି ସରକାରୀ ଯୋଜନା ପହଂଚିପାରିବ ସେନେଇ ପଦକ୍ଷେପ ନେବାକୁ କହିଥିଲେ । ଏନେଇ କାର୍ଯ୍ୟକର୍ତାଙ୍କ ମଧ୍ଯରେ ସକ୍ରିୟତା ବଢ଼ାଇବାକୁ ଗୁ ଗୁରୁତ୍ଵ ଦେଇଥିଲେ । ସରକାର କିପରି ଅଧୂକ ଲୋକଙ୍କ ବିଶ୍ଵାସଭାଜନ ହୋଇପାରିବ ଓ ସର୍ଚ ସରକାରଙ୍କ ଲୋକକଲ୍ୟାଣ ଯୋଜନାଗୁଡ଼ିକ କିପରି ସେମାନଙ୍କ ପାଖରେ ପଂହଚିପାରିବ ସେନେଇ ଆଲୋଚନା କରିଥିଲେ ।
ପରବର୍ତୀ ସମୟରେ ଭୁବନେଶ୍ଵର ସାଂଗଠନିକ ଜିଲ୍ଲା ତରଫରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍ଥ ( ଏଆଇପିଏଚ୍) ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ତ ବିଜେପିର “ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ରେ ଯୋଗଦେଇ କାର୍ଯ୍ୟକର୍ତାଙ୍କ ମାର୍ଗଦର୍ଶନ କରିଥିଲେ ଲ । ଭାରତୀୟ ଜ ଜନତା ପା ପାର୍ଟି ତାର କାର୍ଯ୍ୟକର୍ତାଙ୍କ ବିକାଶ ପାଇଁ ଏବଂ କାର୍ଯ୍ୟକର୍ତାଙ୍କୁ ବିଚାର ସହ ଯୋଡ଼ିବାକୁ କେତେ ଗୁରୁତ୍ବ ଦିଏ, ତାହା ଦଳର ରାଷ୍ଟ୍ରୀୟ ସଭାପତି ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ଯୋଗଦେବା ପରେ ଜଣାପଡ଼ିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଂରଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ ପୁରୀ ଗସ୍ତ କରି ମହାପ୍ରସାଦ ସେବନ କରିଥିଲେ । ଏଥିରେ ଦଳର ମାନ୍ୟବର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ମଧ୍ଯ ସାମିଲ ହୋଇଥିଲେ । ସେଠାରୁ ଆସିବା ପରେ ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ସମସ୍ତ ପଦାଧୂକାରୀ, ସାଂସଦ ଓ ବିଧାୟକମାନଙ୍କ ସହ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଯୋଗଦେଇଥିଲେ। ଉକ୍ତ ବୈଠକରେ ଦଳ, ସଂଗଠନ କିପରି ଆଗକୁ ବଢ଼ିବ, ବିଧାୟକ ଓ ସାଂସଦମାନେ ଲୋକଙ୍କ ସେବା କରି କିପରି ଲମ୍ବା ସମୟ ଧରି କାର୍ଯ୍ୟ କରିପାରିବେ, ଦୀର୍ଘଦିନ ଧରି କିପରି ନିର୍ବାଚନ ରାଜନୀତିରେ ରହିପାରିବେ ସେସବୁ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ପରବର୍ତୀ ସମୟରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ସହ ମଧ୍ୟ ଚର୍ଚ୍ଚା ଆଲୋଚନା କରି ମନ୍ତ୍ରୀମାନଙ୍କ କାମ କାର୍ଯ୍ୟଠାରୁ ଆରମ୍ଭ କରି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ସଫଳତାଗୁଡ଼ିକୁ କାର୍ଯ୍ୟକର୍ତାଙ୍କ ମାଧ୍ୟମରେ ଲୋକଙ୍କ ପାଖରେ ପହଂଚାଇବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଜୁଏଲ୍ ଓରାମ୍, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବଦ୍ଧନ ସିଂଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉଷେଣ୍ଡିଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପ୍ରଦାଧୀକାରୀମାନେ ଉପସ୍ଥିତ ଥିଲେ । ଏହାପରେ ଶ୍ରୀ ନୀତିନ ନବୀନ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯାଇଥିଲେ ।