ଜୟଦେବ ନିର୍ବାଚନ ମଣ୍ଡଳୀରେ ନୂଆପଡା ଉପନିର୍ବାଚନ ବିଜୟ ଯୋଗୁଁ ବିଜୟ ଉତ୍ସବ...
ପଞ୍ଚାୟତରୋଡ଼ ସ୍ଥିତ ଶ୍ରୀ କନଭେନସନ ଅଡ଼ିଟୋରିୟମରେ ଆଜି ବିଜେପିର ଜୟଦେବ ନିର୍ବାଚନମଣ୍ଡଳୀ ସ୍ବରୀୟ କର୍ମୀ ସମ୍ମିଳନୀ ଓ ନୂଆପଡ଼ା ଉପ ନିର୍ବାଚନ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ପୂର୍ବତନ ବିଧାୟକ ଡ. ଅରବିନ୍ଦ ଢାଲିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ସାରଦା ପ୍ରସାଦ ଶତପଥୀ, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଭୁବନେଶ୍ବର ମଧ୍ଯ ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ପ୍ରଥମେ ନୂଆପଡ଼ା ଉପ ନିର୍ବାଚନ ବିଜୟ ଉତ୍ସବ ପାଳନ କରାଯିବା ସହ ସମସ୍ତ କର୍ମୀ ଓ ପ୍ରତିନିଧୂ ବନ୍ଦେ ମାତରଂ ଗାନ କରିଥିଲେ। ବିଭିନ୍ନ ପଞ୍ଚାୟତର ବିଜେପି ଜନ ପ୍ରତିନିଧୂ, ମଣ୍ଡଳ ସଭାପତି ଓ କର୍ମୀ ଓ ନାରୀନେତ୍ରୀଙ୍କ ସମେତ ପୂର୍ବତନ ଜନ ପ୍ରତିନିଧୂ, ଓ ପୁରୁଖା ନେତାମାନଙ୍କୁ ଅତିଥୁବୃନ୍ଦ ସମ୍ବନ୍ଧିତ କରିଥିଲେ।ବିଜେପି ସଂଗଠନକୁ ବୁଥ ସ୍ବରରୁ ସୁଦୃଢ କରିବା ନେଇ ନେତୃବୃନ୍ଦ ଗୁରୁତ୍ବାରୋପ କରିଥିଲେ ।