ବନ୍ଦେ ଉକ୍ରଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ, ଓଡିଶା ତରଫରୁ ଜିଲ୍ଲା କମିଟି ଚୟନ ଅନୁମୋଦନ କାର୍ଯ୍ୟକାରୀ କରାଯିବା ପାଇଁ ଜିଲ୍ଲା କମିଟି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ବନ୍ଦେ ଉକ୍ରଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ, ଓଡିଶା ତରଫରୁ ଜିଲ୍ଲା କମିଟି ଚୟନ ଅନୁମୋଦନ କାର୍ଯ୍ୟକାରୀ କରାଯିବା ପାଇଁ ଜିଲ୍ଲା କମିଟି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଏହି ଜିଲ୍ଲା ସଂଘ ସରକାରଙ୍କ ପଞ୍ଜିକୃତ ନଂ-୪୦୪୬୧୩୦/୧୫୪୪/୨୦ରେ ସ୍ୱୀକୃତି ପାଇଅଛି । ଏହି ଜିଲ୍ଲା ସଂଗଠନଟିକୁ ସରକାରୀ ସ୍ତରରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ କରାଯିବା ତଥା ଜିଲ୍ଲା ସଂଗଠନ ତରଫରୁ ଚୟନ କରାଯାଇଥିବା ସଭ୍ୟସଭ୍ୟାଙ୍କୁ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ମଞ୍ଜୁରାଦେଶ କରିବା ପାଇଁ ସଂଘ ପକ୍ଷରୁ ଦାବୀ ହୋଇଛି ।
ଜିଲ୍ଲାରେ ଲୋକକଳା ଓ ସଂସ୍କୃତି ଲୁଚି ଯାଉଥିବାବେଳେ ଜିଲ୍ଲା ତରଫରୁ ସାହାଯ୍ୟ ଓ ସହଯୋଗ ପାଇଲେ କଳା ଓ ସଂସ୍କୃତିକୁ ପୁଣି ଉଜ୍ଜିବିତ କରିବେ ବୋଲି କମିଟି ତରଫରୁ ସଭାପତି ସୁଧାକର ଦାସ କହିଛନ୍ତି ।
ଏହି ଦାବୀ ପତ୍ର ପ୍ରଦାନ ସମୟରେ ସଂଘର ଶ୍ରୀକାନ୍ତ କୁମାର ମଲ୍ଲିକ, ଦିଲ୍ଲୀପ କୁମାର ରାଉତ, ହେମନ୍ତ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ, ସରୋଜ କୁମାର ଶତପଥୀ, ନୃସିଂହ ଚରଣ ମଲ୍ଲିକ, ଅଶୋକ ରାଉତ, ପ୍ରମୋଦ କୁମାର ନାଥ, ସଂଜୟ କୁମାର ନାଏକ, ନିୟତି ଭୋଇ, ସୁରୁଚି ସାହୁ, ମଞ୍ଜୁଲତା ଜେନା ଓ କ୍ଷେତ୍ରବାସୀ ବିଶ୍ୱାଳଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ୩୦ ତମ ସଂସ୍କରଣ ହିନେ୍ଦାଳ ଉପଖଣ୍ଡର ଚିତଳପୁର ଗ୍ରାମରେ ଥିବା ଶ୍ରୀ ଉଗ୍ରେଶ୍ୱର ଶୈବପୀଠ ଠାରେ ଅନୁଷ୍ଠିତ ହୋଇ ଯାଇଛି ।
ପଦଯାତ୍ରୀ ମାନେ ସେଠାରେ ପହଁଚିବା ପରେ ମନ୍ଦିରର ସେବାୟତ, ଗ୍ରାମ କମିଟି ଏବଂ ସ୍ଥାନୀୟ ପରମେଶ୍ୱର ଯୁବକ ସଂଘ ପକ୍ଷରୁ ପଦଯାତ୍ରୀ ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ
ଓଡିଶାର ଶୈବ ଉପାସନା କ୍ଷେତ୍ରରେ ଚିତଳପୁର ଠାରେ ଥିବା ଉଗ୍ରଶ୍ୱର ମହାଦେବଙ୍କ ମନ୍ଦିରର ଏକ ସ୍ୱତନ୍ତ୍ରତା ରହିଛି । ଏକଦା କୋଦାଳକ ମଣ୍ଡଳ (ଅଧୁନା କୁଆଳୋ)ର ଶୁଳ୍କୀ ରାଜବଂଶର ରାଜତ୍ୱ ସମୟର ତିନୋଟି ତାମ୍ର ଶାସନ ଏହି ଚିତଳପୁର ଗ୍ରାମରୁ ଉଦ୍ଧାର କରାଯାଇ ଥିବାରୁ, ଏହି ଗ୍ରାମଟି ନବମ ଶତାବ୍ଦୀ ବେଳକୁ କୋଦାଳକ ମଣ୍ଡଳ ଅନ୍ତର୍ଗତ ରହି ଥିଲା ଓ ଶୁଳ୍କୀ ମାନେ ଶୈବ ଥିବାରୁ ସମ୍ଭବତଃ ଉଗ୍ରେଶ୍ୱର ମନ୍ଦିର ସେହିସମୟର ବୋଲି ସ୍ୱିକାର କରାଯାଏ । ମନ୍ଦିର ଟି କାରୁକାର୍ଯ୍ୟ ବିହୀନ କଳିଙ୍ଗ ସ୍ଥାପତ୍ୟର ଏକ ରେଖ ଦେଉଳ ।
ସାଧାରଣତଃ ପ୍ରାଚୀନ ଶିବ ମନ୍ଦିର ମାନଙ୍କରେ ପାର୍ବତୀ ପାର୍ଶ୍ୱଦେବୀ ଭାବରେ କିମ୍ବା ଏକ ସ୍ୱତନ୍ତ୍ର ମନ୍ଦିରରେ ପୂଜା ପାଇଥାନ୍ତି ।
କିନ୍ତୁ ଚିତଳପୁର ମନ୍ଦିରରେ ପାର୍ବତୀ ମନ୍ଦିର ଗର୍ଭ ଗୃହର ବାଡ଼ରେ ଏକ ସ୍ୱତନ୍ତ୍ର ଆସନରେ ପୂଜିତ ହେଊଛନ୍ତି
ଏଠାରେ ପାର୍ବତୀଙ୍କୁ ଗୋଷାମଣୀ ଭାବରେ ସମ୍ବୋଧନ କରାଯାଏ । ଉଭୟ ଶାକ୍ତ ଓ ବୈଷ୍ଣବ ମତରେ ଗୋଷାମଣୀଙ୍କ ଆରାଧନା ହୋଇଥାଏ ।
ଏକ ବିଶାଳ ଶକ୍ତି ମଧ୍ୟରେ ଏଠାରେ ସ୍ୱୟଂମ୍ଭୁ ଲିଙ୍ଗ ବିରାଜ ମାନ କରିଛନ୍ତି । ନବମ ଶତାବ୍ଦୀ ପରେ ପର୍ଯ୍ୟାୟ କ୍ରମେ ଏହି ମନ୍ଦିରର ଉନ୍ନତି ହିନେ୍ଦାଳ ରାଜବଂଶର ରାଜା ମାନଙ୍କ ଦ୍ୱାରା କରା ଯାଇଛି ଏବଂ ଏହି ପୀଠ ଟି ଲୋକ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଭାବରେ ସହସ୍ର ବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ପ୍ରାଚୀନ ଐତିହ୍ୟକୁ ଧାରଣ କରି ରହିଛି ।
ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ଆବାହକ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ପଦଯାତ୍ରୀ ମାନେ ତାପରେ ଚିତଳପୁର ରେ ଥିବା ପ୍ରାଚୀନ ଗଜବାରଣ ମଣ୍ଡପ ପରିଦର୍ଶନ କରିଥିଲେ ।
ଏହି ଗଜବାରଣ ମଣ୍ଡପରେ ଏକଦା ଢେଙ୍କାନାଳର ଆରାଧ୍ୟ ଦେବତା ସିଦ୍ଧ ବଳରାମ ପୂଜିତ ହେଉଥିଲେ ଓ ଏହି ମଣ୍ଡପରେ ଥିବା ସ୍ତମ୍ଭେଶ୍ୱରୀ ପ୍ରାଚୀନ ଶୁଳ୍କୀ ବଂଶର ଆରାଧ୍ୟ ଦେବୀ ଥିଲେ
ଏହି ଐତିହ୍ୟ ପଦଯାତ୍ରାରେ ବିଶିଷ୍ଟ ଗବେଷକ ତପନ କୁମାର ଶତପଥୀ, ଡ.ଦୁର୍ଗା ଚରଣ ବିଶ୍ୱାଳ, ଡ. ମଳୟ ରଞ୍ଜନ ପତି,ରମେଶ କୁମାର ପତି, ବିଶ୍ୱରଂଜନ ଦେହୁରୀ,ନାରାୟଣ ପଟ୍ଟନାୟକ, ସୁନୀତା ମହାପାତ୍ର,ସୁମିତ୍ରା ଦେବତା, ସୁଜିତ ଦେବତା, ବିକାଶ ପ୍ରଧାନ, ଆଦିତ୍ୟ ମିଶ୍ର, ପିୟୁଷ ଅଗ୍ରୱାଲ, ଜ୍ଞାନ ରଂଜନ ପ୍ରଧାନ,ଗ୍ରାମ କମିଟିର ସଭାପତି ଦିବାକର ପାଣିଗ୍ରାହୀ,ପ୍ରଭଞ୍ଜନ ପାଣିଗ୍ରାହୀ, ଋତୁପର୍ଣ୍ଣା ପାଣିଗ୍ରାହୀ, ହୃଦାନନ୍ଦ ବେହେରା,ଚିତଳପୁର ଗ୍ରାମ କମିଟିର ବହୁ ସଦସ୍ୟ,ସ୍ଥାନୀୟ ପରମେଶ୍ୱର ଯୁବକ ସଂଘର ସଦସ୍ୟ ଓ ଢେଙ୍କାନାଳ ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଇତିହାସ ବିଭାଗର ୨୫ ଜଣ ଛାତ୍ରଛାତ୍ରୀ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।