ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧୂ ଦଳ

Feb 7, 2026 - 19:40
 10
ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧୂ ଦଳ

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧୂ ଦଳ

ଭୁବନେଶ୍ବର, ୦୬.୦୨.୨୦୨୬: ଚେନ୍ନାଇରୁ ଏକ ଗଣମାଧ୍ୟମ ପ୍ରତିନିଧୂ ଦଳ ଓଡ଼ିଶା ଗସ୍ତରେ ଆସିଛି। ଏହି

ଅବସରରେ ଆଜି ପ୍ରତିନିଧୂ ଦଳ ଭୁବନେଶ୍ବରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ପ୍ରତିନିଧୂ ଦଳର ସଦସ୍ୟମାନେ ପିଆଇବି ଓ ସିବିସିର ଅତିର୍ରିକୁ ମହାନିର୍ଦ୍ଦେଶକ ଶ୍ରୀ ଅଖୂଳ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା ଓ ମତବିନିମୟ କରିଥିଲେ।

ଅତିରିକୁ ମହାନିର୍ଦ୍ଦେଶକ ଶ୍ରୀ ମିଶ୍ର ସେମାନଙ୍କୁ ଓଡ଼ିଶାରେ ଗଣମାଧ୍ୟମର ସ୍ଥିତି ଏବଂ ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ କରାଯାଉଥିବା ବିଭିନ୍ନ କ୍ଷେତ୍ରୀୟ ପ୍ରଚାରପ୍ରସାର କାର୍ଯ୍ୟକ୍ରମ ବିଷୟରେ ସୂଚନ ଦେଇଥିଲେ। ଏହି ଅବସରରେ ପିଆଇବି ଭୁବନେଶ୍ବରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା,ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗସ୍ତ କାଳୀନ ପ୍ରତିନିଧୂ ଦଳ କଳିଙ୍ଗନଗର, କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟପାଳନ ସଂସ୍ଥାନ(ସିଫା), ପାରାଦୀପ ବନ୍ଦର ଏବଂ ମାରିଟାଇମ୍ ମ୍ୟୁଜିୟମ୍ ପରିଦର୍ଶନ କରି ଓଡ଼ିଶାର ଶିଳ୍ପ ଉନ୍ନତି, ବୈଜ୍ଞାନିକ ଗବେଷଣା, ବନ୍ଦର ଏବଂ ସାମୁଦ୍ରିକ ଐତିହ୍ୟ ସମ୍ପର୍କରେ ଧାରଣା ନେଇଥିଲେ।

ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧୂ ଦଳର ଏହି ଗସ୍ତ ଓଡ଼ିଶାର ବିଭିନ୍ନ ଉନ୍ନୟନମୂଳକ କ୍ଷେତ୍ର, ପ୍ରତିଷ୍ଠାନ ଏବଂ କେନ୍ଦ୍ର ସରକାରୀ ପ୍ରକଳ୍ପଗୁଡ଼ିକୁ ନିକଟରୁ ଅବଲୋକନ କରିବାରେ ସହାୟକ ହେବ।