ଡିଜିଟାଲ ମାଗାଜିନ୍ ଜଳ ଭୂମି ର ଶୁଭ ଉନ୍ମୋଚନ ଉତ୍ସବ...

Oct 6, 2026 - 08:35
 47
ଡିଜିଟାଲ ମାଗାଜିନ୍ ଜଳ ଭୂମି ର ଶୁଭ ଉନ୍ମୋଚନ ଉତ୍ସବ...

ଓଡିଶାର ପ୍ରଥମ ଥର ପାଇଁ ଡିଜିଟାଲ ମାଗାଜିନ୍ ଜଳଭୂମି ର ଶୁଭ ଉନ୍ମୋଚନ ଉତ୍ସଵ ଶ୍ୟାମା ଶଙ୍କର ମଠ ପରିସରରେ, ସତ୍ୟମ୍ ଶିବମ ସୁନ୍ଦରମ୍ ପତ୍ରିକା ପ୍ରକାଶନ ମୁଖ୍ୟ ସମ୍ପାଦକ, କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଇଂଜିନିୟର ଜିତେନ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। 

ଜଳ ଭୂମି ର ମୁଖ୍ୟ ସମ୍ପାଦକ ତଥା ବିଶିଷ୍ଟ ଭୁବୈଜ୍ଞାନିକ ଶ୍ରୀ ଶିଶିର ଚନ୍ଦ୍ର ପଣ୍ଡା ମାଗାଜିନ୍ ର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। 

ମଠାଧୀଶ ଶ୍ରୀ ଅରୁଣ କୁମାର ଗାଙ୍ଗୁଲି ଜଲଭୂମି କୁ ଉନ୍ମୋଚନ କରିଥିଲେ। 

ପ୍ରାରମ୍ଭରେ ମାଗାଜିନ୍ ର ସହ ପ୍ରତିଷ୍ଠାତା ଶ୍ରୀ ଅନନ୍ତ ଆଚାର୍ଯ୍ୟ ପ୍ରାରମ୍ଭିକ ସୁଚନା ପ୍ରଦାନ କରି ଜଗନ୍ନାଥ ଭକ୍ତି ସଙ୍ଗୀତ ଗାନ କରିଥିଲେ।ମୁଖ୍ୟ ବକ୍ତା ରୂପେ ପଣ୍ଡିତ ପ୍ରଫେସର ଶ୍ରୀ ପ୍ରଭାକର ମିଶ୍ର, 

ବିଶିଷ୍ଟ ବକ୍ତା ରୁପେ ସତ୍ୟମ ସୁନ୍ଦରମ୍ ପତ୍ରିକା ଆଇନି ପରାମର୍ଶଦାତା ତଥା ବରିଷ୍ଠ ସମାଜସେବୀ ଆଡଭୋକେଟ୍ ସରୋଜ କୁମାର ମିଶ୍ର, ସମ୍ମାନୀତ ବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ତଥା ସମାଜଆଇନର ପ୍ରତିଷ୍ଠାତା ଶ୍ରୀ ମନୋଜ ସେଠ୍, 

ବିଶିଷ୍ଟ ଅତିଥୀ ରୂପେ ଯୁବ ସମାସେବୀ ତଥା ସ୍ଥାନୀୟ ବିଜେପି ନେତା ଶ୍ରୀ ପ୍ରଶାନ୍ତ ପ୍ରଧାନ ଓ ସମାଜସେବୀକା ସୁନୀତି ମୁଣ୍ଡ ପ୍ରମୁଖ ଉଦବୋଧନ ଦେଇଥିଲେ।