ତତ୍କାଳ ଟିକେଟ ଵୁକିଙ୍ଗ ପାଇଁ ରେଲୱେରେ ଲାଗୁ ହେଉଛି ନୂଆ ନିୟମ...
ଟ୍ରେନ ଟିକେଟ ବୁକିଂରେ ଠକେଇ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ ନେଇଛି। ଆସନ୍ତା ମାସରୁ ଅନଲାଇନ ଟିକେଟ ବୁକିଂ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।
ଅକ୍ଟୋବର ୧, ୨୦୨୫ ଠାରୁ ରିଜର୍ଭେସନ ଖୋଲିବା ପରେ ୧୫ ମିନିଟ କେବଳ ସେହି ଲୋକମାନେ ବୁକ୍ କରିପାରିବେ,ଯାହାର ଆଧାର ଭେରିଫିକେଶନ ହୋଇଛି। ଏହି ନିୟମ IRCTC ୱେବସାଇଟ ଏବଂ ମୋବାଇଲ ଆପ ଉଭୟରେ ଲାଗୁ ହେବ।
ପ୍ରକୃତରେ, ଭାରତୀୟ ରେଳବାଇର ଲକ୍ଷ୍ୟ ହେଉଛି ଟିକେଟ ସଂରକ୍ଷଣ ବ୍ୟବସ୍ଥାର ଅପବ୍ୟବହାରକୁ ରୋକିବା ଏବଂ ପ୍ରକୃତ ଯାତ୍ରୀଙ୍କୁ ପ୍ରାଥମିକତା ଦେବା।
ଅକ୍ଟୋବର ୧ ରୁ ଟ୍ରେନ ବୁକିଂ ଖୋଲିବାର ପ୍ରଥମ ୧୫ ମିନିଟ ମଧ୍ୟରେ କେବଳ ଆଧାର-ପ୍ରମାଣିତ ଉପଭୋକ୍ତାମାନେ IRCTC ୱେବସାଇଟ କିମ୍ବା ଆପ ମାଧ୍ୟମରେ ଟିକେଟ ବୁକ କରିପାରିବେ। ବର୍ତ୍ତମାନ ଏହି ପ୍ରତିବନ୍ଧକ କେବଳ ତତ୍କାଳ ବୁକିଂ ଉପରେ ପ୍ରଯୁଜ୍ୟ ରହିଛି |