ତୁମେ ଯାହା କରିବ, ତାହା ତୁମପାଖକୁ ଫେରି ଆସିବ

Nov 4, 2026 - 10:27
 9
ତୁମେ  ଯାହା   କରିବ,  ତାହା   ତୁମପାଖକୁ   ଫେରି ଆସିବ

ପ୍ରଶ୍ନ = ମୁଁ ଯଦି ଏମିତି ବ୍ୟୂହ ସୃଷ୍ଟି କରିପାରେ, ଯେଉଁଥିରେ ମୁଁ କେବଳ ଚାପୁଡ଼ା ମାରିବି, ଅଥଚ କେହି ମୋତେ ଚାପୁଡ଼ା ମାରିପାରିବେ ନାହିଁ ?

ଶ୍ରୀଶ୍ରୀ ଠାକୁର = ତାହା ହୁଏନା । ବିଶ୍ୱ ବିଧାନରେ ସବୁ ଠିକ୍ ଅଛି । ତୁମେ ଯାହା କରିବ, ତାହା ତୁମପାଖକୁ ଘୁରି ଆସିବ ହିଁ ।   

ସେ ଯେକୌଣସି ଦିଗଦେଇ କାହା ପାଖରୁ ଆସିବ ତାର ଠିକ୍ ନାହିଁ ।   

ତୁମେ ହୁଏତ ବହୁତ ମଣିଷକୁ ସାହାଯ୍ୟ କର, ସେମାନେ ହୁଏତ ତୁମପାଇଁ କିଛି କରେ ନାହିଁ ।   

କିନ୍ତୁ ଯାହାପାଇଁ କୌଣସି ଦିନ କରିନ, ସେ ହୁଏତ ଏମିତି ଅନାହୂତଭାବରେ ତୁମକୁ ସାହାଯ୍ୟ କରିବ ଯେ ତୁମେ ତା'ର କାରଣ ହିଁ ଖୋଜି ପାଇବ ନାହିଁ ।

-- ଶ୍ରୀ ଶ୍ରୀ ଠାକୁର