ତ୍ରିରଙ୍ଗାର ଇତି ବୃତ୍ତି
ଭ|ରତ ବର୍ଷର କାଶ୍ମୀର ରୁ କନ୍ୟାକୁମାରୀ ଯାଏ ଫର ଫର ହୋଇ ଉଡୁଛି ଆମ "ତ୍ରୀରଙ୍ଗା" |
ଗର୍ବରେ ସମସ୍ତେ ଗାଉଛନ୍ତି
“ଜନ ଗଣ ମନ ଅଧିନାୟକ ... “
ଆଉ ଏଥର ଭାରତମାତା ଙ୍କର ମୁକୁଟ ସ୍ଥାନରେ ଥିବା ସୁନ୍ଦର ରାଜ୍ୟ , ପ୍ରକୃତି ଦେଇଥିବା ଭୂସ୍ଵର୍ଗ ଜାମ୍ମୁ ଓ କାଶ୍ମୀର ଓ ଲାଦାଖ ରେ ବି ଉଡୁଛି *ତ୍ରୀରଙ୍ଗା* ଗର୍ବ ର ସହିତ ବିଶ୍ଵବାସୀ ଙ୍କୁ ସନ୍ଦେଶ ଦେଉଛି ଏହା ଭାରତର ଥିଲା , ଅଛି ଓ ରହିଥିବ ସବୁଦିନ ପାଇଁ ।
ତ୍ରୀରଙ୍ଗା-
ଆମର ଜାତୀୟ ପତାକା ର ନିର୍ଦ୍ଧିଷ୍ଟ ନିୟମାବଳୀ ଅଛି ଓ ତାହାକୁ ସମସ୍ତ ଭାରତୀୟ ନାଗରିକ ନିଷ୍ଠା ର ସହିତ ପାଳନ କରିବା ବିଧେୟ ।
ଭାରତରେ ଦୁଇଟି ଦିବସରେ ଜାତୀୟ ପତାକା ଉତ୍ତୋଳନ ହୋଇଥାଏ ଯାହା ସମସ୍ତେ ଜାଣନ୍ତି , "ଅଗଷ୍ଟ ୧୫" ଆମର ସ୍ଵାଧୀନତା ଦିବସ । ସେତେବେଳେ ନୂତନ ଭାରତର ସମ୍ବିଧାନ ତିଆରି ହୋଇ ନଥିଲା । ପଣ୍ଡିତ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ସେ ସମୟ ରେ ରାଷ୍ଟ୍ରପତି ନ ଥିଲେ । ୧୯୫୦ ମସିହାରେ ଜାନୁଆରୀ ୨୬ ତାରିଖ ଦିନ ଲାଗୁ ହେଲା ନୂତନ ସମ୍ବିଧାନ ଯାହା ଆମ୍ବେଦକର ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା । ଏହି ଦିନଠାରୁ ଭାରତ ପ୍ରକୃତ ରେ ଗଣରାଜ୍ୟ ଭାବରେ ସଂଗଠିତ ହୋଇଥିଲା । ତେଣୁ ଏହି ଜାନୁଆରୀ ୨୬ କୁ ଗଣରାଜ୍ୟ ଦିବସ ଭାବରେ ପାଳନ କରାଯାଏ । ଉଭୟ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ତାରିଖ ରେ ବହୁ ଆଡମ୍ବର ସହିତ ଜାତୀୟ ସ୍ତର ରେ ରାଜଧାନୀ ଦିଲ୍ଲୀ ରେ ଓ ରାଜ୍ୟ ସ୍ତର ରେ ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ର ରାଜଧାନୀ ରେ , ସବୁ ସହର ଗ୍ରାମରେ ଆଞ୍ଚଳିକ ସ୍ତରୀୟ ଦିବସ ପାଳନ କରାଯାଏ ।
ଯଦିବା ଉଭୟ ଦିବସ ରେ ପତାକା ଉତ୍ତୋଳନ ରେ ସମାନତା ରହିଛି ତଥାପି ନିୟମ ଅନୁସାରେ ଉଭୟ ଦିବସ ର ପତାକା ଉତ୍ତୋଳନ ବିଧି ସ୍ଵତନ୍ତ୍ର ।
ଅଗଷ୍ଟ ୧୫ ର ସ୍ଵତନ୍ତ୍ରତା ଦିବସ ରେ ପତାକା ସ୍ତମ୍ଭ ର ଉପରେ ଲାଗିଥିବା ରଜ୍ଜୁ ସାହାଯ୍ଯ ରେ ତଳୁ ଝଣ୍ଡା କୁ ଉପର କୁ ଉଠାଯାଇ ତାହା ପରେ ତାହାକୁ ଅନାବରଣ କରାଯାଇଥାଏ ଆଉ ଏକ ରଜ୍ଜୁ ଦ୍ଵାରା । ତେଣୁ ଏହି କ୍ରିୟା କୁ “ ଧ୍ବଜାରୋହଣ “ ( Flag Hoisting ) କୁହାଯାଇଥାଏ । ଜାତୀୟ ଧ୍ବଜାରୋହଣ ଦେଶର ପ୍ରଧାନ ମନ୍ତ୍ରୀ କରିଥାନ୍ତି ।
କିନ୍ତୁ *ଗଣତନ୍ତ୍ର ଦିବସ ଜାନୁଆରୀ ୨୬ ତାରିଖରେ* ଧ୍ୱଜ ସ୍ତମ୍ଭ ଉପରେ ଆଗରୁ ବନ୍ଧା ଯାଇଥାଏ । ତାକୁ ରଜ୍ଜୁ ଦ୍ଵାରା ଖୋଲା ଯାଇଥାଏ । ଏହାକୁ ଧ୍ଵଜା ଫହରାନା ବା ପତାକା ଖୋଲିବା ( Flag Unfurling ) କୁହାଯାଏ । ଭାରତର ମହାମହିମ ରାଷ୍ଟ୍ରପତି ଜାତୀୟ ସ୍ତର ରେ ଏହି ତ୍ରୀରଙ୍ଗା ଅନାବରଣ କରନ୍ତି ସେହି ଦିନ ।
ସ୍ଵତନ୍ତ୍ରତା ଦିବସ ରେ ଜାତୀୟ ସ୍ତରରେ ପତାକା ଉତ୍ତୋଳନ କାର୍ଯ୍ୟ ଦିଲ୍ଲୀ ର ପ୍ରସିଦ୍ଧ ‘ଲାଲକିଲ୍ଲା‘ ଠାରେ ଅନୁଷ୍ଠିତ ହେଉଥିବା ବେଳେ ଗଣତନ୍ତ୍ର ଦିବସ ରେ ତ୍ରୀରଙ୍ଗା ଅନାବରଣ ଦିଲ୍ଲୀ ର ’ରାଜପଥ ‘ ରେ ଅନୁଷ୍ଠିତ ହୋଇଥାଏ ।
ଆମ ଜାତୀୟ ପତାକା ଆମ ସମ୍ମାନ ର ସୂଚକ । ଏହାକୁ କିଭଳି ଭାବରେ ନିର୍ମାଣ କରାଯିବ , କିଭଳି ଭାବରେ ବ୍ୟବହାର କରାଯିବ ସେସବୁ ବିଷୟ ରେ ଟିକିନିଖି ନିୟମ ପ୍ରଣିତ ହୋଇଛି ।
ସୌଜନ୍ୟ - "ଆଶା ଭରସା", ଚିର ସବୁଜ ଖବର କାଗଜ, ଭୁବନେଶ୍ୱର