ବିଜେପି ର ମିଶ୍ରଣ ପର୍ବରେ...

Jul 3, 2026 - 08:07
 6
ବିଜେପି ର ମିଶ୍ରଣ ପର୍ବରେ...

ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟଳୟରେ ଭୁବନେଶ୍ୱର ଜିଲ୍ଲା ବିଜେଡିର ପୂର୍ବତନ ମହିଳା ସାଧାରଣ ସମ୍ପାଦିକା ରୁବିନା ପରିଡା, ପୂର୍ବତନ କର୍ପୋରେଟର ଶ୍ରୀ ନିର୍ମଳ ରାଉତ, ସମାଜସେବୀ ପ୍ରଦୀପ୍ତ ପରିଡା, ରମେଶ ଚନ୍ଦ୍ର ବିହାରୀ, ଚନ୍ଦ୍ରଜିତ ରାଉତରାୟ, ତପସ୍ୱିନୀ ମହାନ୍ତି, ସଚଳା ପରିଡା, ମଞ୍ଜୁ ସ୍ୱାଇଁ, ସରସ୍ୱତୀ ପରିଡା, ମୀନତି ଦାସ, ପ୍ରତିମା ପାତ୍ର, ସଞ୍ଜୁକ୍ତା ସ୍ୱାଇଁ, ସ୍ୱାତୀ ଖିଲାର, ପ୍ରିୟଦର୍ଶନୀ ପରିଡା, ଶ୍ରୀ ଜି.ଶ୍ରୀନିବାସ, ସମାଜସେବୀ ଲିପିସା ମହାନ୍ତି ପ୍ରମୁଖ ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି ) ରେ ଯୋଗଦେଇଛନ୍ତି ।

ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି । 

ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ,ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଓ ସରୋଜ ସେଠୀ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ.I