ଦିଲ୍ଲୀରେ ଜାତୀୟ ଏଫପିଓ କନକ୍ଲେ 909 ୨୫ର ଉଦଘାଟନ କଲେ କେନ୍ଦ୍ର କ୍ଲଭକୃଷିମନ୍ତ୍ରୀ
ସମ୍ମିଳନରେ ଅଂଶଗ୍ରହ ଗ୍ରହଣ କଲେ ୨୪ଟି ରାଜ୍ୟ ଓ ୧୪୦ଟି ଜିଲ୍ଲାର କୃଷକଙ୍କ ସମେତ ଏଫପିଓ, ସିବିବିଓ ଏବଂ ବିଭିନ୍ନ ଏଜେନ୍ସି
ଉତ୍କୃଷ୍ଟ ଏଫପିଓ, ସିବିବିଓ ଏବଂ କାର୍ଯ୍ୟାନ୍ବୟନ ସଂସ୍ଥାଗୁଡ଼ିକୁ ସମ୍ମାନିତ କରିବା ସହ ପ୍ରଗତିଶୀଳ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
"ଆମେ ଶୀଘ୍ର ଏକ ବିହନ ଆଇନ୍ ଆଣିବାକୁ ଯାଉଛୁ, ଯେଉଁଥ୍ରେ କୃଷକମାନେ ଉତ୍ତମ ଗୁଣବତ୍ତାର ବିହନ ପାଇବାର ବ୍ୟବସ୍ଥା ରହିବ" : ଶ୍ରୀ ଶିବରାଜ ସିଂହ
'ସମନ୍ବିତ କୃଷି, ଗୁଣାତ୍ମକ ବିହନ ଓ କୃଷକ ଉଦ୍ୟୋଗ ଉପରେ ଗୁରୁତ୍ଵ ଦିଅନ୍ତୁ": ଶ୍ରୀ ଶିବରାଜ ସିଂହ ଚୌହାନ
"ନକଲି ବିହନ ଓ କୀଟନାଶକ ବିରୁଦ୍ଧରେ କଠୋର ଆଇନ ଆଣିବେ ସରକାର": ଶ୍ରୀ ଶିବରାଜ ସିଂହ
"এ ଏଫ୍ପିଓଗୁଡ଼ିକ ସ୍ବଦେଶୀ ମାଧ୍ୟମରେ ଅର୍ଥନୀତିକୁ ସୁଦୃଢ଼, ମହିଳାମାନଙ୍କୁ ସଶକ୍ତି ଏବଂ ସ୍ବାବଲମ୍ବୀ ଗ୍ରାମକୁ ପ୍ରୋତ୍ସାହିତ କରିବା ଉଚିତ": ଶ୍ରୀ ଚୌହାନ
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ଦିଲ୍ଲୀରେ ଜାତୀୟ ଏଫପିଓ କନକ୍ଲେଭ ଭ ୨୦୨୫ର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ୨୪ଟି ରାଜ୍ୟ ଏବଂ ୧୪୦ଟି ଜିଲ୍ଲାର ୫୦୦ ରୁ ଅଧୂକ ପ୍ରଗ ପ୍ରଗତିଶୀଳ ଚାଷୀ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), କାର୍ଯ୍ୟାନ୍ଵୟନ ଏଜେନ୍ସି (ଆଇଏ), ଏବଂ କ୍ଲଷ୍ଟର-ଆଧାରିତ ବ୍ୟବସାୟ ସଂଗଠନ (ସିବିବିଓ) ଅଂଶଗ୍ରହଣ କରିଥିଲେ ।
ସମାବେଶକୁ ସମ୍ବେ ସମ୍ବୋଧୂତ କରି କେନ୍ଦ୍ରମନ୍ତ୍ରୀ କୃଷକ, ଏଫପିଓ ସଦସ୍ୟ ଏବଂ ଅଂଶଗ୍ରହଣକାରୀ ଅନୁଷ୍ଠାନଗୁଡ଼ିକର ଉଦ୍ୟମକୁ ପ୍ରଶଂସା କରିଥୂଳେ ରିଥିଲେ। ସେ କହିଥିଲେ ଯେ, କୃଷକମାନେ କେବଳ ଉତ୍ପାଦକ ରୂପେ ନୁହେଁ, ବରଂ ଉଦ୍ୟୋଗୀ ৩০° ବ୍ୟବସାୟୀ ରୂପେ ପେ ନି ନିଜକୁ ପରିବର୍ତ୍ତନ କରିବା ଉଚିତ, ଯାହା ଦ୍ବାରା ସମ୍ପୂର୍ଣ୍ଣ ଲାଭ ସିଧାସଳଖ ସେମାନଙ୍କ ପାଖରେ ପହଞ୍ଚିପାରିବ।
1 ଚୌହାନ କୃଷକମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଅଦମ୍ୟ ସମର୍ପଣ ଏବଂ କୃଷକ ହିତର ସୁରକ୍ଷା ପ୍ରତି ଅବିଚଳ ତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ, କୃଷି କେବଳ ଏକ ଜୀବିକା ନୁହେଁ, ଦେଶର ଖାଦ୍ୟ ସୁରକ୍ଷା ପାଇଁ ମଧ୍ୟ ଅତ୍ୟାବଶ୍ୟକ । ସେ କହିଥିଲେ, "କୃଷକମାନଙ୍କ ଲାଭ ପାଇଁ ସମନ୍ବିତ କୃଷି ଉପରେ ଆମର ଗୁରୁତ୍ଵ ରହିଛି। କେ କେବଳ ଶସ୍ୟ ଉପରେ ନିର୍ଭର କଲେ ଯଥେଷ୍ଟ ହେବ ନାହିଁ; କୃଷକଙ୍କ ଆୟ ବୃଦ୍ଧି ପାଇଁ କୃଷି ସହ ଜଡିତ
ଆନୁଷଙ୍ଗିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ।"
ମୂଲ୍ୟ ଅସମାନତା ଉପରେ ଚିନ୍ତା ପ୍ରକଟ କରି ଶ୍ରୀ ଚୌହାନ କହିଥିଲେ ଯେ ଯେ, କୃଷକମାନେ ପ୍ରାୟତଃ ସେମାନଙ୍କ ଉତ୍ପାଦିତ ଦ୍ରବ୍ଯର ଉଚିତ ମୂଲ୍ୟ ଲ୍ୟ ପାଆନ୍ତି ନା ନାହିଁ କିନ୍ତୁ ଉପଭୋକ୍ତାମାନେ ଅଧୂକ ଦାମ୍ ଦେଉଛନ୍ତି। ସେ କହିଥିଲେ ଯେ, "ଏହି ପାର୍ଥକ୍ୟକୁ ହ୍ରାସ କରାଯିବା ଆବଶ୍ୟକ,"। ଚାଷୀମାନେ ଉଚ୍ଚମାନର ବିହନ ପାଇବା ବା ସୁନିଶ୍ଚିତ କରିବା ପାଇଁ ସରକାର ଖୁବ୍ ଶୀଘ୍ର ଏକ ବିହନ ହନ ଆଇ ଆଇନ ପ୍ରଣୟନ କରିବେ। । ସେ ଆହୁରି ମଧ୍ୟ କହିଥିଲେ ଯେ, ସରକାର ନକଲି ବିହନ ଏବଂ କୀଟନାଶକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ଚାଷୀମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ଆଇନ ପ୍ରଣ ପ୍ରଣୟନ କରିବା ପାଇଁ ପ୍ରସ୍ତୁତି ଚାଲିଛି।
କେବଳ କୃଷକମାନଙ୍କୁ ମୂଲ୍ୟ ବୃଦ୍ଧି ଦିଗରେ ଆଗେଇ ଆସିବାକୁ ଆହ୍ବାନ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, "କୃଷକମାନେ କେ ଉତ୍ପାଦକ କ ହୋଇ ରହିବା ଉଚିତ୍ ନୁହେଁ ବରଂ କୃଷି ମାଧ୍ଯମରେ ଉଦ୍ୟୋଗୀ ହେବା ଉଚିତ୍। ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧି ସେମାନ ନଙ୍କର ଆୟ ବୃଦ୍ଧି କରିବ।"
ଶ୍ରୀ ଚୌହାନ ଏଫପିଓ ଗୁଡ଼ିକୁ କ୍ଷୁଦ୍ର ଚାଷୀଙ୍କ କଲ୍ୟାଣ ପାଇଁ ଗମ୍ଭୀରତାର ସହ କାମ କରିବାକୁ ଏବଂ ମନ୍ତ୍ରଣାଳୟ ସହିତ ବ୍ୟବହାରିକ ପରାମର୍ଶ ଆଦାନପ୍ରଦାନ କରିବାକୁ ଅନୁରୋଧ କରିଥିଲେ, ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଆଶ୍ବାସନା ମଧ୍ୟ ଦେଇଥିଲେ। ଏଫପିଓ ଗୁଡ଼ିକୁ ଏକ ବର୍ଷ ମଧ୍ଯରେ କାରବାର ବୃଦ୍ଧି କରିବା, ସଦସ୍ୟତା ବିସ୍ତାର କରିବା ଏବଂ ସଦସ୍ୟ ଚାଷୀମାନଙ୍କୁ ସର୍ବାଧୂକ ଲାଭ ସୁନିଶ୍ଚିତ କରିବା ପାଇଁ ବିଶ୍ବସନୀୟତା ଏବଂ ଗୁଣବତ୍ତା ବୃଦ୍ଧି କରିବାକୁ ନିବେଦନ କରିଥିଲେ । ଚା
ଦିଲ୍ଲୀର ହୌଜ ଖାସରେ ଥିବା ଏନସିଡିସି ଏବଂ ଏନସିୟୁଆଇ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ, କେନ୍ଦ୍ରମନ୍ତ୍ରୀ ସଂଗଠନ, ବ୍ୟବସାୟ ଏବଂ ଡିଜିଟାଲ୍ ନବସୃଜନରେ ଉତ୍କର୍ଷତା ପାଇଁ ଉତ୍କୃଷ୍ଟ ଏଫପିଓ, ସିବିବିଓ ଏବଂ କାର୍ଯ୍ୟାନ୍ବୟନ ଏଜେନ୍ସିଗୁଡ଼ିକୁ ସମ୍ମାନିତ କରିଥିଲେ ।
କୃଷି ଉତ୍ପାଦର ଉତ୍କୃଷ୍ଟ ପ୍ରଦର୍ଶନୀ
ଏନସିଡିସି ପରିସରରେ ଅନୁଷ୍ଠିତ ପ୍ରଦର୍ଶନୀରେ ମୋଟ ୨୬୭ ଟି ଏଫପିଓ ଶସ୍ୟ, ଡାଲି, ତୈଳବୀଜ, ଫଳ, ପନିପରିବା, ଜୈବିକ, ପ୍ରକ୍ରିୟାକୃତ ଏବଂ ପାରମ୍ପରିକ ଉତ୍ପାଦ ପ୍ରଦର୍ଶିତ ହୋଇଯାଇଛି। କେନ୍ଦ୍ର କୃଷିମନ୍ତ୍ରୀ ୫୭ଟି ଷ୍ଟଲ ପରିଦର୍ଶନ କରିଛନ୍ତି ଏବଂ ଚାଷୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ସେମାନଙ୍କର ଉତ୍ପାଦକୁ ପ୍ରଶଂସା କରିବା ସହିତ ପ୍ରଯୁକ୍ତିବିଦ୍ୟା, ବଜାର ଏବଂ ନୂତନ ଚିନ୍ତାଧାରା ଗ୍ରହଣ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ।
ବୈଷୟିକ ଅଧୂବେଶନ ଏବଂ ପ୍ୟାନେଲ୍ ଆଲୋଚନା
ଏହି କାର୍ଯ୍ୟକ୍ରମରେ ତୈଳବୀଜ ଉତ୍ପାଦନ, ଜଳ ବ୍ୟବହାର ଦକ୍ଷତା, ପ୍ରାକୃତିକ କୃଷି, କୃଷି ଭିତ୍ତିଭୂମି ପାଣ୍ଠି, ମହୁ ଉତ୍ପାଦନ, ଡିଜିଟାଲ୍ ମାର୍କେଟିଂ, ଏଜିଏମଏଆରକେ ପ୍ରମାଣପତ୍ର ଏବଂ ବିହନ ଉତ୍ପାଦନ ସମେତ ଅନେକ ବିଷୟ ଉପରେ ବହୁବିଧ ବୈଷୟିକ ଅଧୂବେଶନ ଏବଂ ପ୍ୟାନେଲ୍ ଆଲୋଚନା କରାଯାଇଥିଲା। ଏହି ଅଧୂବେଶନଗୁଡ଼ିକରେ କୃଷି ବିଶେଷଜ୍ଞ, ଶିଳ୍ପ ପ୍ରତିନିଧୂ ଏବଂ ଚାଷୀମାନେ ଅଂଶଗ୍ରହଣ କରିଥିଲେ।
କୃଷକ ଉଦ୍ୟୋଗ ଏବଂ ବଜାର ସଂଯୋଗକୁ ପ୍ରୋତ୍ସାହନ
ଏଫପିଓ, ଚାଷୀ, କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ପାରସ୍ପରିକ କାର୍ଯ୍ୟକଳାପ ପାଇଁ ଏକ ଉତ୍ସର୍ଗୀକୃତ ପ୍ଲାଟଫର୍ମ ସୃଷ୍ଟି କରାଯାଇଥିଲା, ଯାହା ଗ୍ରାମୀଣ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ବଜାର ସୁଯୋଗ ପାଇଁ ପଥ ପ୍ରଶସ୍ତ କରିଥିଲା। ଏହି ସମ୍ମିଳନୀର ଲକ୍ଷ୍ୟ ଚାଷୀମାନଙ୍କୁ ଉତ୍ପାଦକ, ପ୍ରଦାନକାରୀ ଏବଂ ଅଂଶୀଦାର ଭାବରେ ସଶକ୍ତି କରିବା, ସମାବେଶୀ ଏବଂ ଅଭିନବ କୃଷି ଅଭିବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ।