ଦୃଷ୍ଟି ବାଧିତ T- 20 ବିଶ୍ୱକପ-2025 ଚାମ୍ପିୟନ ଟିମର ପ୍ରତିଭାବାନ ଓଡ଼ିଆ କ୍ରିକେଟର...
ଦୃଷ୍ଟି ବାଧିତ T-20 ବିଶ୍ବକପ୍-୨୦୨୫ ଚାମ୍ପିୟନ ଟିମ୍ର ପ୍ରତିଭାବାନ୍ ଓଡ଼ିଆ କ୍ରିକେଟର ଫୁଲ ସୋରେନ, ବାସନ୍ତୀ ହାଁସଦା, ଯମୁନା ରାଣୀ ଟୁଡୁ ଓ ପାର୍ବତୀ ମାର୍ଣ୍ଡି ଉତ୍ତମ ଖେଳ ପ୍ରଦର୍ଶନ କରି ଦେଶ ଓ ରାଜ୍ଯ ପାଇଁ ଗୌରବ ଅର୍ଜନ କରିଛନ୍ତି।
କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ପ୍ରତିଭାବାନ କ୍ରୀଡ଼ାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍ମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି।
ଏଥିସହ ଦୃଷ୍ଟି ବାଧିତ T-20 ବିଶ୍ବକପ୍ରେ ଓଡ଼ିଆ କ୍ରୀଡ଼ାବିତ୍ଙ୍କ ଏହି ଐତିହାସିକ ବିଜୟ ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରତିଭାମାନଙ୍କୁ ପ୍ରେରିତ କରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।