ଦେଶର ସବୁଠାରୁ ବଡ କମ୍ପାନୀ ସିମେଣ୍ଟ ରେ ହୋଇଛି ମୂଲ୍ୟ ହ୍ରାସ...
ସିମେଣ୍ଟ ତାଲିକାରେ ଚାହିଦା ଥିବା ନାମିଦାମୀ କମ୍ପାନୀ ଅଲଟ୍ରାଟେକ୍ ଜିଏସଟି ହ୍ରାସର ଭେଟି ନିଜ ଗ୍ରାହକଙ୍କ ପାଇଁ ଆଣି ଦେଇଛି ।
କମ୍ପାନୀ ସିମେଣ୍ଟ ଦାମ୍ରେ ହ୍ରାସ ନେଇ ଘୋଷଣା କରିଛି । ଯାହା ୨୨ ସେପ୍ଟେମ୍ବରରୁ ଲାଗୁ ହୋଇଛି ।
ଏବେ ଗୋଟିଏ ବସ୍ତା ସିମେଣ୍ଟ ଦାମ୍ ପୂର୍ବ ଅପେକ୍ଷା ଖୁବ୍ ଶସ୍ତା ହୋଇଛି । କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ ଚଳିତ ମାସର ୨୨ ତାରିଖରୁ ପାଉଁଶିଆ ଓ ଧଳା ସମସ୍ତ ପ୍ରକାର ସିମେଣ୍ଟ ଉପରେ ଜିଏସଟି ୧୮ ପ୍ରତିଶତ ଲାଗୁ ହୋଇଛି; ଯାହା ପୂର୍ବରୁ ୨୮ ପ୍ରତିଶତ ଥିଲା ।
ଅଲଟ୍ରାଟେକ୍ର ଭିନ୍ନ ଭିନ୍ନ ପ୍ରକାର ସିମେଣ୍ଟ ଦାମ୍ରେ ହ୍ରାସ ହୋଇଛି । କମ୍ପାନୀ ଗୋଟିଏ ବସ୍ତା ସିମେଣ୍ଟ ଉପରେ ପ୍ରାୟ ୫୦ ଟଙ୍କା କମ୍ କରିଛି । ଗୋଟିଏ ବସ୍ତା ସିମେଣ୍ଟ ଦାମ୍ ୫୫୦ ଟଙ୍କା ଥିଲା । ଏବେ ଏହା ୫୦୦ ଟଙ୍କାରେ ମିଳିବ ।
ପିସିସି ପ୍ରିମିୟମ ଏଲପିପିର ଏକ ବସ୍ତାର ଦାମ୍ ପୂର୍ବରୁ ୬୦୦ ଟଙ୍କା ଥିଲା ।
ଏବେ ୫୫୦ ଟଙ୍କା ହୋଇଛି ।