କଲିକତା ନଗର ଏବେ ପ୍ରବଳ ବର୍ଷାରେ ଉବୁଡୁବୁ...

Sep 23, 2025 - 12:51
 25
କଲିକତା ନଗର ଏବେ ପ୍ରବଳ ବର୍ଷାରେ ଉବୁଡୁବୁ...

କଲିକତାରେ ସୋମବାର ବିଳମ୍ବିତ ରାତିରୁ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ହୋଇ ଚାଲିଛି | ଫଳରେ ସହର ସାରା ଜନଜୀବନ ପ୍ରଭାବିତ ହୋଇଛି। 

ପାଗରେ ହଠାତ୍‌ ପରିବର୍ତ୍ତନ ହେବାରୁ ପ୍ରବଳ ବର୍ଷା ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି ।କେତେକ ଅଞ୍ଚଳରେ ପାଣିରେ ବିଦ୍ୟୁତ୍‌ ତାର ଲାଗି ୫ ଜଣଙ୍କ ମୃତ୍ୟୁ ହୋଇଛି । 

ବର୍ଷାର ରେକର୍ଡ ୨୫୦ ମିଲିମିଟର ହୋଇଛି ।

୧୩୧୧୧ ୟୁପି ଇଜାରଦ୍ୱାରୀ ଏକ୍ସପ୍ରେସ ଓ ୧୩୧୭୭ ସିୟାଲଦହ ଜଙ୍ଗୀପୁର ଏକ୍ସପ୍ରେସକୁ ବାତିଲ କରାଯାଇଛି । 

ଦକ୍ଷିଣ ସିୟାଲଦହ ଖଣ୍ଡରେ ଟ୍ରେନର ପରିଚାଳନା ଧିମା ହୋଇଯାଇଛି । ରେଳ ଧାରଣା ଜଳମଗ୍ନ ହୋଇଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ଦିନରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

କଲିକତା ମ୍ୟୁନିସିପାଲ କର୍ପୋରେସନ ଅନୁଯାୟୀ ଅନେକ ଲୋକଙ୍କ ଘର, ପରିସର ଏବଂ କାର୍ଯ୍ୟାଳୟରେ ପାଣି ପ୍ରବେଶ କରିଛି। 

ଯୋଧପୁର ପାର୍କରେ ୨୮୪ ମିମି, ଗରିଆ କାମଦାହାରୀରେ ୩୩୨ ମିମି, ତୋପସିଆରେ ୨୭୫ ମିମି, କାଲିଘାଟରେ ୨୮୦ ମିମି ଏବଂ ବାଲିଗଞ୍ଜରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି। 

ଆଗାମୀ ଦିନରେ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ମେଦିନୀପୁର, ପଶ୍ଚିମ ମେଦିନୀପୁର ଏବଂ ଦକ୍ଷିଣ ୨୪ ପରଗନାରେ ବର୍ଷା ହେବାର ସମ୍ଭାବନା ରହିଛି।