ଦ୍ରୁତ ଗତିରେ ସ୍ବାଭାବିକ ହେଉଛି ବିମାନ ସେବା ଏବଂ ଯାତ୍ରୀ ସୁବିଧା ପଦକ୍ଷେପ
ବର୍ତ୍ତମାନର ବିମାନ ଚାଳନା ସ୍ଥିତି
ଇଣ୍ଡିଗୋର ବିମାନ ଚାଳନା ସଂକଟରୁ ସୃଷ୍ଟି ଅସୁବିଧାକୁ ଦୂର କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତୁରନ ଏବଂ ପ୍ରଭାବଶୀଳ ପଦକ୍ଷେପ ଗ୍ରହଣ କରିଛି। ଏହା ଫଳରେ, ଦେଶରେ ବିମାନ ଯାତ୍ରା ଦ୍ରୁତଗତିରେ ସ୍ବାଭାବିକ ହେଉଛି। ଅନ୍ୟ ସମସ୍ତ ଘରୋଇ ବିମାନ ସେବାଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ସୁଚାଳିତ ହେଉଥିବାବେଳେ, ଇଣ୍ଡିଗୋର ଚାଳନା ମଧ୍ୟ ଶୀଘ୍ର ସୁଧାର ଲାଭ କରୁଛି ଏବଂ ଉଡ଼ାଣ ସମୟସୂଚୀ ସାମାନ୍ୟ ସ୍ତରକୁ ଫେରୁଛି। ଇଣ୍ଡିଗୋର ବିମାନ ସଂଖ୍ୟା ଡିସେମ୍ବର ୫, ୨୦୨୫ରେ ୭୦୬ରୁ ବୃଦ୍ଧି ପାଇ ଡିସେମ୍ବର ୬, ୨୦୨୫ ସୁଦ୍ଧା ୧୫୬୫କୁ ବୃଦ୍ଧି ପାଇଛି ଏବଂ ଆଜି ଏହା ୧୬୫୦ରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ଅତ୍ୟକ ଭଡାକୁ ରୋକିବାକୁ ନିୟମ
ନିକଟରେ ଅଧିକ ସଂଖ୍ୟକ ବିମାନର ଉଡ଼ାଣ ବାତିଲ ହେବା ଫଳରେ ହଠାତ୍ ଚାହିଦା ବୃଦ୍ଧି ପାଇବା ଯୋଗୁଁ ବିମାନ ଭଡ଼ା ଅସ୍ଥାୟୀଭାବେ ବୃଦ୍ଧି ପାଇଥିଲା । ଏହାକୁ ରୋକିବାକୁ ମନ୍ତ୍ରଣାଳୟ ହସ୍ତକ୍ଷେପ କରିବା ସହ ତୁରନ୍ଧ୍ର ପ୍ରଭାବରେ ବିମାନଭଡ଼ା ଉପରେ ସୀମା ଧାର୍ଯ୍ୟ କରିଥିଲେ । ଏହି ପଦକ୍ଷେପ ଯାତ୍ରୀମାନଙ୍କ ପାଇଁ ନ୍ୟାୟସଙ୍ଗତତା ଏବଂ ସୁଲଭତା ସୁନିଶ୍ଚିତ କରୁଛି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପରଠାରୁ ପ୍ରଭାବିତ ରୁଟଗୁଡ଼ିକରେ ବିମାନଭଡ଼ା ଗ୍ରହଣୀୟ ସ୍ବରକୁ ହ୍ରାସ ପାଇଛି। ସମସ୍ତ ବିମାନ କମ୍ପାନୀଗୁଡ଼ିକୁ ସଂଶୋଧୂତ ଭଡ଼ାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଯାତ୍ରୀଙ୍କ ଅର୍ଥ ଫେରସ୍ତ ଏବଂ ରିସିଭ୍ୟୁଲିଂ ସହାୟତା
ଯାତ୍ରୀଙ୍କ ଅର୍ଥର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ମନ୍ତ୍ରଣାଳୟ ଆଜି ରାତି ୮ ଟା ସୁଦ୍ଧା ବାତିଲ କିମ୍ବା ଗୁରୁତର ବିଳମ୍ବ ହୋଇଥିବା ବିମାନ ପାଇଁ ସମସ୍ତ ଭଡ଼ା ଫେରସ୍ତ ପ୍ରକ୍ରିୟା ସମାପ୍ତ କରିବାକୁ ଇଣ୍ଡିଗୋକୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଇଣ୍ଡିଗୋ ଏପର୍ଯ୍ୟନ୍ତ ମୋଟ ୬୧୦ କୋଟି ଟଙ୍କା ଫେରସ୍ତ କରିଛି। ବାତିଲ ଦ୍ବାରା ପ୍ରଭାବିତ ଯାତ୍ରା ପୁନଃନିର୍ଦ୍ଧାରଣ ପାଇଁ କୌଣସି ଅତିରିକ୍ତ ଶୁକ୍ଳ ନିଆଯିବ ନାହିଁ। ଯାତ୍ରୀମାନଙ୍କୁ ସକ୍ରିୟ ଭାବରେ ସହାୟତା କରିବା ପାଇଁ ଉତ୍ସର୍ଗୀକୃତ ସହାୟତା କୋଷ ସୃଷ୍ଟି କରାଯାଇଛି ଯାହା ଦ୍ବାରା ଫେରସ୍ତ ଏବଂ ପୁନଃବୁକିଂ ଜନିତ ସମସ୍ୟା ଯଥାଶୀଘ୍ର ଓ ବିନା ସମସ୍ୟାରେ ସମାଧାନ କରାଯାଇପାରିବ ।
ବ୍ୟାଗେଜ୍ ମେଳ ଏବଂ ବିତରଣ
ଏହି ଅବ୍ୟବସ୍ଥା ଯୋଗୁଁ ଯାତ୍ରୀମାନଙ୍କଠାରୁ ଅଲଗା ହୋଇଯାଇଥିବା କିମ୍ବା ମିଳୁନଥିବା ସବୁ ବ୍ୟାଗେଜଗୁଡିକୁ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ କରି ଫେରସ୍ତ କରିବାକୁ ମନ୍ତ୍ରଣାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି । ଏ ସମଗ୍ର ପ୍ରକ୍ରିୟାରେ ନିରନ୍ଧର ଯୋଗାଯୋଗ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ସହିତ, ଇଣ୍ଡିଗୋ ଗତକାଲି ପର୍ଯ୍ୟନ୍ତ ସାରା ଭାରତରେ ଯାତ୍ରୀମାନଙ୍କୁ ୩,୦୦୦ ଖଣ୍ଡ ବ୍ୟାଗେଜ ସଫଳତାର ସହିତ ପହଞ୍ଚାଇଛି।
ବିମାନବନ୍ଦର ପରିଚାଳନା ଏବଂ ସହାୟତା
ଆଜି ସମସ୍ତ ଟର୍ମିନାଲରେ ସ୍ବାଭାବିକ ସ୍ଥିତି ଥିବା ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଅହମ୍ମଦାବାଦ ଏବଂ ଗୋଆର ବିମାନବନ୍ଦର ନିର୍ଦ୍ଦେଶକମାନେ ନିଶ୍ଚିତ କରିଛନ୍ତି। ଯାତ୍ରୀଙ୍କ ଗତିବିଧୂ ସୁଗମ ରହିଛି, ଏବଂ ଚେକ୍-ଇନ୍, ସୁରକ୍ଷା କିମ୍ବା ବୋର୍ଡିଂ ପଏଣ୍ଟରେ କୌଣସି ଭିଡ଼ ନାହିଁ। ବିମାନବନ୍ଦର ଅପରେଟର ଏବଂ ସିଆଇଏସଏଫ ଦ୍ବାରା ବର୍ହିତ ତଦାରଖ ଏବଂ ସମୟୋଚିତ ସହାୟତା ପ୍ରଦାନ କରାଯାଉଛି ।
ରିଅଲ ଟାଇମ୍ ମନିଟରିଂ ଏବଂ ନିୟନ୍ତ୍ରଣ ପଦକ୍ଷେପ
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଏକ ସମନ୍ବିତ ସମନ୍ବୟ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି, ଯାହାକି ଉଡ଼ାଣ ପରିଚାଳନା, ବିମାନବନ୍ଦର ସ୍ଥିତି ଏବଂ ଯାତ୍ରୀଙ୍କ ସହାୟତା ଆବଶ୍ୟକତା ଉପରେ ନଜର ରଖୁଛି। ଯାତ୍ରୀଙ୍କ କଲ୍ ଗୁଡିକର ତୁରନ୍ଧ
ଉତ୍ତର ଦିଆଯାଉଛି ଏବଂ ଆବଶ୍ୟକ ଅନୁଯାୟୀ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ପୂର୍ଣ୍ଣ ଅନୁପାଳନ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକ୍ଷମ ଯୋଜନା, କୁ ତାଲିକା ଏବଂ ଯାତ୍ରୀ ପରିଚାଳନା ମାନଦଣ୍ଡ ଉପରେ ନଜର ରଖୁବା ପାଇଁ ମନ୍ତ୍ରଣାଳୟର ଦଳଗୁଡ଼ିକ ନିୟୋଜିତ ଅଛନ୍ତି ।
ଯାତ୍ରୀମାନଙ୍କୁ ଆଶ୍ବାସନା
ଯାତ୍ରୀ ସୁରକ୍ଷା, ସୁବିଧା ଏବଂ ମର୍ଯ୍ୟାଦା ଭାରତ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ଆଶ୍ବମ୍ଭ କରିଛି। ବିମାନ ଚଳାଚଳ ନେଟୱାର୍କ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ସ୍ବାଭାବିକତା ଆଡକୁ ଗତି କରୁଛି, ଏବଂ ସ୍ଥିତି ସଂପୂର୍ଣ ସ୍ବାଭାବିକ ନହେବା ପର୍ଯ୍ୟନ୍ତ ଏ ସମସ୍ତ ପଦକ୍ଷେପ ଜାରି ରହିବ ।
ଯାତ୍ରୀଙ୍କ ଅଧିକାର ଏବଂ ସ୍ବାର୍ଥର ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ସ୍ଥିତି ଉପରେ କଡ଼ା ନଜର ରଖୁଛି ଏବଂ ଏ ସମ୍ପର୍କରେ ଆଗକୁ ଅଧିକ ସୂଚନା ପ୍ରଦାନ କରାଯିବ ବୋଲି କହିଛି ।