ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସଂସ୍କାରର ଉପଯୁକ୍ତ ପୋଷଣ ସୁନିଶ୍ଚିତ କରିବା ଗୁରୁତ୍ବପୂର୍ଣ ଆଧାର - ଧର୍ମେନ୍ଦ୍ର ପ୍ରଧାନ

Dec 8, 2025 - 13:04
 10
ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସଂସ୍କାରର ଉପଯୁକ୍ତ ପୋଷଣ ସୁନିଶ୍ଚିତ କରିବା ଗୁରୁତ୍ବପୂର୍ଣ ଆଧାର - ଧର୍ମେନ୍ଦ୍ର ପ୍ରଧାନ

ମଧ୍ୟପ୍ରଦେଶର ରାଜ୍ୟପାଳ ପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ମୋହ‌ନ ଯାଦବ ଯୋଗଦେଲେ

୨୦୩୫ ସୁଦ୍ଧା ଔପନିବେଶିକ ମାନସିକତାରୁ ମୁକ୍ତ ହେବା ପାଇଁ ଶିକ୍ଷା ପ୍ରଣାଳୀ ପ୍ରତିଷ୍ଠା କରିବା

ଭୋପାଳ, ଡିସେମ୍ବର ୭, ୨୦୨୫ – 'ପୋଷଣ ଅଭିଯାନ' ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ତୁଳିତ ପୋଷଣ ସୁନିଶ୍ଚିତ କରିବା ଶିକ୍ଷା ସଂସ୍କାରର ଏକ ଗୁରୁତ୍ବପୂର୍ଣ୍ଣ ଆଧାର । ଉତ୍ତମ ପୋଷଣ ପିଲାମାନଙ୍କର ଏକାଗ୍ରତା ଓ ଶିଖାଇବାର କ୍ଷମତା ବଢ଼ାଇବା ସହ ସେମାନଙ୍କୁ ସ୍ବାସ୍ଥ୍ୟବାନ, ଆତ୍ମବିଶ୍ବାସୀ ଏବଂ ସକ୍ଷମ ନାଗରିକ ଭାବରେ ଗଢ଼ି ତୋଳିବାରେ ସହାୟକ ହେବ, ଯାହା 'ବିକଶିତ ଭାରତ'ର ସ୍ବପ୍ନକୁ ସାକାର କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧ ପ୍ରଧାନ ।

ରବିବାର ଭେ ଭୋପାଳରେ ଆୟୋଜିତ 'ଜାତୀୟ ଶିକ୍ଷା ନୀତି ୨୦୨୦ - କ୍ରିୟାନ୍ଵୟନ, ଆହ୍ଵାନ ଏବଂ ସମ୍ଭାବନା' ଉପରେ ଏକ ଦିବ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମଧ୍ୟପ୍ରଦେଶ ରାଷ୍ଟ୍ରୀୟ ଶିକ୍ଷା ନୀତି - ୨୦୨୦ ଏବଂ ଭାରତୀୟ ସଂସ୍କୃତି ଉଭୟକୁ ସମାନ ଗତିରେ ଆଗକୁ ବଢ଼ାଇବାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ୨୦୩୫ ସୁଦ୍ଧା ସମ୍ପୂର୍ଣ ରୂପେ ଔପନିବେଶିକ ମାନସିକତାରୁ ମୁକ୍ତ ଏକ ଆତ୍ମଗୌରବରେ ପରିପୂର୍ଣ ଶିକ୍ଷା ପ୍ରଣାଳୀ ପ୍ରତିଷ୍ଠା କରିବାକୁ ଆମର ସଂକଳ୍ପ ରହିଛି । । ସେ ଆହୁରି କହିଛନ୍ତି, ମଧ୍ୟପ୍ରଦେଶ ଆଗାମୀ ୨୫ ବର୍ଷ ପାଇଁ ଏକ ଯୁବ ପ୍ରଦେଶ ହୋଇ ରହିବ ଏବଂ ବିକଶି ଶିତ ଭାରତର ପରିକଳ୍ପନାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଏଆଇର ବ୍ୟବହାର ଦ୍ବାରା ଯେତେବେଳେ ଳେ ପାରମ୍ପରିକ ଜ୍ଞାନକୁ ନୂତନ ଜ୍ଞାନକୌଶ ଶଳ ସହିତ ଯୋଡ଼ାଯିବ, ସେତେବେଳେ ମଧ୍ୟପ୍ରଦେଶ ତ‌ଥା ଦେଶର ଅନ୍ୟାନ ।ନ୍ୟ ରାଜ୍ୟମାନ ।ଜ୍ୟମାନଙ୍କୁ ଏକବିଂଶ ଶତାବ୍ଦୀର ନୂତନ ଦିଗ ମିଳିବ । ଏଥିପାଇଁ ସେ ‘ଏଆଇ ‘ଏଆଇ ଟ୍ୟୁଟର’ ଭଳି ପଦକ୍ଷେପରେ ମଧ୍ୟପ୍ରଦେଶକୁ ଅଗ୍ରଣୀ ହେବାକୁ ଆହ୍ୱାନ କରିଥିଲେ ।

ମଧ୍ୟପ୍ରଦେଶ ଦଶ ସରକାରଙ୍କ 'ସ୍କୁଲ ଚଲୈ ହମ୍' ଅଭିଯାନ ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟ ସହ ଯୋଡ଼ିବା, ଡ୍ରପ-ଆଉଟ ହାର ହ୍ରାସ କରିବା ଏବଂ ଆଧୁନିକ ଶିକ୍ଷଣ ପଦ୍ଧତିଗୁଡ଼ିକୁ ବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରୁଛି । । ଅଧିକରୁ ଅଧିକ ପିଲା ଶିକ୍ଷା ସହିତ ଯୋଡ଼ି ହୋଇ ଜ୍ଞାନ ଏବଂ ସଂସ୍କାରରେ ସଶକ୍ତ ହୋଇ 'ବିକଶିତ ମଧ୍ୟପ୍ରଦେଶ' ଏବଂ 'ବିକଶିତ ଭାରତ' ର ସ୍ବପ୍ନକୁ ସାକାର କରିବା ଦିଗରେ ଆଗେଇ ଚାଲିଛନ୍ତି । ଛାତ୍ରୀମାନଙ୍କୁ ଖେଳକୁଦ, ସାଂସ୍କୃତିକ ପ୍ରଦର୍ଶନ ଏବଂ କରାଟେ ଟ ଭଳି ଦକ୍ଷତା ସହିତ ବିଭିନ୍ନ ଏକ୍ସଟ୍ରା-କରିକୁଲାର କାର୍ଯ୍ୟରେ ଉତ୍ସାହର ସହିତ ଭାଗ ନେଉଛନ୍ତି, ଯାହା ଭ୍ରଂଶସ °ଶସନୀୟ । ଧ୍ୟପ୍ରଦେଶ ସରକାରଙ୍କ ଏହି ପଦକ୍ଷେପ ଗୁଣାତ୍ମକ ଶିକ୍ଷା ଏବଂ ସାମଗ୍ରିକ ବିକାଶକୁ ଏକ ନୂଆ ଦିଗ ଦିଗ ଦେଇଛି 1

ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ରାଜ୍ୟପାଳ 1 ମଙ୍ଗୁଭା ଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡଃ ମୋହନ ଯାଦବ ଏବଂ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ ଭୋପାଳର କମଳା ନେହେରୁ ସାନ୍ଦୀପନି କନ୍ୟା ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀ, ଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ।