ଜୁଲାଇ ପହିଲାରୁ ଭିବି - ଜି ରାମ ଜି ଆଇନ୍ ଲାଗୁ

May 12, 2026 - 11:02
 19
ଜୁଲାଇ ପହିଲାରୁ ଭିବି - ଜି ରାମ ଜି ଆଇନ୍ ଲାଗୁ

ଜୁଲାଇ ପହିଲାରୁ ଗ୍ରାମୀଣ ଭାରତରେ ବିକଶିତ ଭାରତ - ଜି ରାମ ଜି ଆଇନର ଐତିହାସିକ ଆରମ୍ଭଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ପାଇଁ ୧୨୫ ଦିନର ବୈଧାନିକ ନିଯୁକ୍ତି ଗ୍ୟାରେଣ୍ଟି ଏମଜିଏନଆରଇଜିଏରୁ ବିକଶିତ ଭାରତ ଜି ରାମ ଜି କୁ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରାଯିବ ନିଯୁକ୍ତି, ଜୀବିକା ଏବଂ ଗ୍ରାମୀଣ ପରିବର୍ତ୍ତନକୁ ତ୍ୱରାନ୍ବିତ କରିବା ପାଇଁ ଐତିହାସିକ ୯୫,୬୯୨ କୋଟି ଟଙ୍କା ଆବଣ୍ଡନ ପୂର୍ବରୁ ରହିଥ‌ିବା ଜବ କାର୍ଡଗୁଡ଼ିକ ବୈଧ ରହିବ, ଚାଲୁଥିବା କାର୍ଯ୍ୟଗୁଡ଼ିକ ବିନା ବାଧାରେ ଜାରି ରହିବ

ଭାରତର ଗ୍ରାମୀଣ ବିକାଶ ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ଭାରତ ସରକାର, ୧୧ ମେ' ୨୦୨୬ରେ, "ବିକଶିତ ଭାରତ (ଗ୍ରାମୀଣ) - ରୋଜଗାର ଏବଂ ଆଜିବୀକା ମିଶନ ପାଇଁ ଗ୍ୟାରେଣ୍ଟି (ଭିବି – ଜି ରାମ ଜି) ଆଇନ, 9098" କାର୍ଯ୍ୟକା ଜାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ, ଯାହା ୧ ଜୁଲାଇ ୨୦୨୬ ରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ।

ଭିବି – ଜି ରାମ ดิ ଆଇନ କାର୍ଯ୍ୟକାରୀ ହେବା ସହିତ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ଏମଜିଏନଆରଚ୍ଚ ରଇଜିଏ), ୨୦୦୫ ସେହି ତାରିଖରୁ ପ୍ରତ୍ୟାହାର ହୋଇଯି ଯିବ । ଏହା ଏହା ଭା ଭାରତର ଗ୍ରାମୀଣ ବିକାଶ ଢାଞ୍ଚା ଐତିହାସିକ ପରିବର୍ତ୍ତନକୁ ଚିହ୍ନିତ କରେ । ଏହା ବିକଶିତ ଭାରତ @୨୦୪୭ ର ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ବିତ, ଭବିଷ୍ୟତ ପା ପାଇଁ ପ୍ରସ୍ତୁତ ৩০° * ଉତ୍ପାଦକତା-ମୁଖୀ ଗ୍ରାମୀଣ ପରିବର୍ତ୍ତନର ଏକ ନୂତନ ଯୁଗର ଆରମ୍ଭ କରେ । ଢାଞ୍ଚାରେ ଏକ

ନୂତନ ଢା ଢାଞ୍ଚା ଅନୁଯାୟୀ, ପ୍ରତ୍ୟେକ ଗ୍ରାମୀଣ ପରିବାର ଯାହାର ବୟସ୍କ ସଦସ୍ୟମାନେ ସ୍ବେଚ୍ଛାକୃତ ଭାବରେ ଅଣକୁଶଳ ଶାରୀରିକ ଶ୍ରମ କରନ୍ତି, ସେ ସମାନେ ପ୍ରତି ଆର୍ଥକ ବର୍ଷରେ ୧୨୫ ଦିନର ମଜୁରୀ ନିଯୁକ୍ତିର ବୈଧାନିକ ଗ୍ୟାରେଣ୍ଟି ।ରେଣ୍ଟି ପାଇବାକୁ ହକଦାର ହେବେ। ଏହି ବର୍ଷିତ ଗ୍ୟାରେଣ୍ଡିର ଉଦ୍ଦେଶ୍ୟ ହେଉଛି ଜୀବିକା ସୁରକ୍ଷାକୁ ସୁଦୃଢ଼ କରିବା, ଗ୍ରାମୀଣ ଆୟରେ ୟରେ ଉନ୍ନତି ଆଣିବା ଏବଂ ଗ୍ରାମ ସୁରରେ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା।

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶ୍ରମିକମାନଙ୍କ କାର୍ଯ୍ୟ ଦାବି ଅନୁଯାୟୀ ସେମାନଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବ। ନଚେତ୍ ଆଇନର ବ୍ୟବସ୍ଥା ଅନୁଯାୟୀ ଶ୍ରମିକମ ମିକମାନେ ବେକାରୀ ଭତ୍ତା ପାଇବା ପାଇଁ ହକ‌ଦାର ରହିବେ।

ଏହି ଆଇନ ସମୟୋଚିତ ଏବଂ ସ୍ବଚ୍ଛ ମଜୁରୀ ପ୍ରଦାନ ପ୍ରଦାନ ଉପରେ ଗୁରୁତ୍ୱାରୋପ କରେ। ପ୍ରତ୍ୟକ୍ଷ ଲାଭ ସ୍ଥାନାନୁର ସ୍ଥାନ (ଡିବିଟି) ମାଧ୍ୟମରେ ଶ୍ରମିକଙ୍କ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଫିସ ଆକାଉଣ୍ଡକୁ ମଜୁରୀ ସିଧାସଳଖ ସ୍ଥାନାନ୍ତରିତ ହେବ। ସାପ୍ତାହିକ ଭାବରେ କିମ୍ବା ମଷ୍କର ରୋଲ୍ ବନ୍ଦ ହେବାର ପନ୍ଦର ଦିନ ମଧ୍ୟରେ ମଜୁରୀ ପ୍ରଦାନ କରାଯିବ। ଏହା ନ ହେଲେ, ଶ୍ରମିକମା ମାନେ ଶ୍ରମ ଆଇନର ବ୍ୟବସ୍ଥା ଅନୁଯାୟୀ ବିଳମ୍ବ ପାଇଁ ! । କ୍ଷତିପୂରଣ ପାଇବାକୁ ବାକୁ ହକଦାର ଦାର ହେବେ।

ଭାରତ ସରକାର ବିକଶିତ ଭାରତ ଜି ରାମ ଜି ଆଇନ, ୨୦୨୫ ର ପ୍ରଭାବଶାଳୀ କାର୍ଯ୍ୟାନ୍ବୟନ ପାଇଁ ବ୍ୟାପକ ଆର୍ଥକ ବ୍ୟବସ୍ଥା ସୁନିଶ୍ଚିତ କରିଛନ୍ତି । ୨୦୨୬ ୨୭ ଆର୍ଥିକ ବର୍ଷ ପାଇଁ, କେନ୍ଦ୍ର ସରକାର ୯୫,୬୯୨.୩୧ କୋଟି ଟଙ୍କାର ବଜେଟ ଆବଣ୍ଟନ କରିଛନ୍ତି, ଯାହା ଗ୍ରାମୀଣ ନିଯୁକ୍ତି ଯୁକ୍ତି କାର୍ଯ୍ୟକ୍ରମ ପାଇଁ ବଜେଟ ଆକଳନ ପର୍ଯ୍ୟାୟରେ ସର୍ବାଧ‌ିକ ଆବଣ୍ଡନ।

ରାଜ୍ୟଗୁଡ଼ିକର ସମ୍ଭାବ୍ୟ ଅବଦାନକୁ ମିଶାଇ, ମୋଟ କାର୍ଯ୍ୟକ୍ରମ ବ୍ୟୟ ଅଟକଳ ୧.୫୧ ଲକ୍ଷ କୋଟିରୁ ଅଧୂକ ହେବ ବୋଲି ଆକଳନ କରାଯାଇଛି । ଏହି ଆବଣ୍ଟନ ଗ୍ର ଗ୍ରାମୀଣ ଭିତ୍ତିଭୂମି ବିକାଶ, ବୃହତ ପରିମାଣର ନିଯୁକ୍ତି ସୃଷ୍ଟି ଏବଂ ଗ୍ରାମୀଣ ଆୟ ବୃଦ୍ଧିକୁ ନୂତନ ଗତି ପ୍ରଦାନ କରିବ ବୋଲି ରିବ ବୋଲି ଆଶା କରାଯାଉଛି।

ସୁଗମ, ସାବଲୀଳ ଏବଂ ଶ୍ରମିକ - କୈନ୍ଦ୍ରିକ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ, ନୂତନ ଆଇନ ଆରମ୍ଭ ହେବା ପର୍ଯ୍ୟନ୍ତ ଏମଜିଏନଆରଇଜିଏ ଅଧୀନରେ ନିଯୁକ୍ତି ନିରବଚ୍ଛିନ୍ନ ଭାବରେ ଜାରି ରହିବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏମଜିଏନଆରଇଜିଏ ଅଧୀନରେ ଚାଲିଥିବା ଲିଥିବା କାର୍ଯ୍ୟଗୁଡ଼ିକୁ ବିକଶିତ ଭାରତ - ଜି ରାମ ଜି ର ବ୍ୟବସ୍ଥା ସହିତ ସୁସଙ୍ଗତତା ସୁନିଶ୍ଚିତ କରି ନୂତନ ଢାଞ୍ଚାରେ ସଂରକ୍ଷିତ ଏବଂ ପରିଚାଳନା କରାଯିବ। ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ସମୟସୀମା ମଧ୍ୟରେ

କାମ ଉପଲବ୍ଧତା ଏବଂ ତୁରନ୍ତି ମଜୁରୀ ପ୍ରଦାନ ସରକାରଙ୍କ ପ୍ରାଥମିକତା ରହିବ।

ଭିବି - ଜି ରାମ୍ ଜି ଆଇନ୍ କାର୍ଯ୍ୟକାରୀ ହେବା ପୂର୍ବରୁ କୌଣସି ଯୋଗ୍ୟ ଗ୍ରାମୀଣ ପରିବାର ଯେପରି କୌଣସି ଅସୁବିଧାର ସାମନା ନକରନ୍ତି , ସେଥୂପାଇଁ ସରକାର ଚାହିଦା ଢାଞ୍ଚା ଏବଂ ଭୂମିସ୍ତରୀୟ ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହି ଆଧାରରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପର୍ଯ୍ୟାପ୍ତ ଶ୍ରମ ବଜେଟ୍ ଉପଲବ୍ଧ କରାଇଛନ୍ତି।

ଏମତି ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ଜାରି ନହେବା ପର୍ଯ୍ୟନ୍ତ ପୂର୍ବରୁ ରହିଥ‌ିବା ଇ କେୱାଇସି ଯାଞ୍ଚ ହୋଇଥିବା ଏମଜିଏନଆରଇଜିଏ ଜବ୍ କାର୍ଡଗୁଡ଼ିକ ଭିବି - ଜି ରାମ ଜି ଅଧୀନରେ ବୈଧ ରହିବ। ଜବ୍ କାର୍ଡ ନଥୂବା ଶ୍ରମିକମାନେ ଗ୍ରାମ ଞ୍ଚାୟତ ସ୍ତରରେ ପଞ୍ଜୀକରଣ ଜାରି ରଖୂପାରିବେ। କେବଳ ଇ - କେୱାଇସି ବାକି ଥିଲେ ଶ୍ରମିକମାନଙ୍କୁ ନିଯୁକ୍ତିରୁ ବଞ୍ଚିତ କରାଯି ଯିବ ନାହିଁ, ଏବଂ ରାଜ୍ୟ ସରକାରଙ୍କ ଦ୍ବାରା କ୍ଷେତ୍ର ସ୍ତରରେ ଇ - କେୱାଇସି ସମାପ୍ତି ପାଇଁ ସୁବିଧା ବ୍ୟବସ୍ଥା ଜାରି ରହିବ।

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସ‌ହିତ ପରାମର୍ଶ କରି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଭିବି - ଜି ରାମ ଜି ଆଇନ, ୨୦୨୫ ଅଧୀନରେ ବିଭିନ୍ନ ଡ୍ରାଫ୍ଟ ନିୟମ ପ୍ରସ୍ତୁତ କରୁଛି।

ସାଧାରଣ ଆବଣ୍ଟନ ପାଇଁ ଉଦ୍ଦେଶ୍ୟମୂଳକ ପାରାମିଟରଗୁଡ଼ିକ ସମ୍ପର୍କିତ ନିୟମ

ପରିବର୍ତ୍ତନଶୀଳ ବ୍ୟବସ୍ଥା ନିୟମାବଳୀ

ଜାତୀୟ ସ୍ମରୀୟ ପରିଚାଳନା କମିଟି ନିୟମାବଳୀ

କେନ୍ଦ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାଉନସିଲ୍ ନିୟମ

ପ୍ରଶାସନିକ ଖର୍ଚ୍ଚ ନିୟମାବଳୀ

ଅଭିଯୋଗ ସମାଧାନ ନିୟମାବଳୀ

ମଜୁରୀ ଏବଂ ବେକାରୀ ଭତ୍ତା ପ୍ରଦାନ କରିବାର ନିୟମାବଳୀ

ଅତିରିକୁ ଖର୍ଚ୍ଚ ବହନ କରିବାର ପଦ୍ଧତି ଏବଂ ପ୍ରକ୍ରିୟା ସମ୍ବନ୍ଧୀୟ ନିୟମ

ବିଧାନସଭା ନଥୂବା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଯୋଜନାର ଖର୍ଚ୍ଚ ବହନ କରିବା ସମ୍ବନ୍ଧୀୟ ନିୟମ

ମହାତ୍ମା ଗାନ୍ଧୀ ଏନଆରଇଜିଏ ରୁ ଭିବି - ଜି ରାମ ଜି କୁ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ, ପରିବର୍ତ୍ତନଶୀଳ ବ୍ୟବସ୍ଥା ନିୟମରେ ଉପଯୁକ୍ତ ବ୍ୟବସ୍ଥା ଅନୁର୍ଭୁକ୍ତ କରାଯାଉଛି, ଯାହା ଖୁବ୍ ଶୀଘ୍ର ପ୍ରକାଶିତ ହେବ ବୋଲି ଆଶା କରାଯାଉଛି। ଉପରେ ତାଲିକାଭୁକ୍ତି ଅନ୍ୟାନ୍ୟ ବିଭିନ୍ନ ନିୟମ ମଧ୍ଯ ପ୍ରସ୍ତୁତ କରାଯାଇଛି ଏବଂ ସାଧାରଣ ପରାମର୍ଶ ପାଇଁ ଖୁବ୍ ଶୀଘ୍ର ପ୍ରକାଶିତ ହେବ।

ବିକଶିତ ଭାରତ - ଜି ରାମ ଜି ଆଇନ, ୨୦୨୫ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି, ଗ୍ରାମୀଣ ବିକାଶ ଏବଂ ଆତ୍ମନିର୍ଭରଶୀଳତାକୁ ନୂତନ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଗ୍ରାମୀଣ ପରିବର୍ତ୍ତନର କେନ୍ଦ୍ରୀୟ ସୃମ୍ଭ ଭାବରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ସ୍ଥାନିତ କରି, ଏହି ଆଇନ ଏକ ସଶକୁ, ସମୃଦ୍ଧ ଏବଂ ବିକଶିତ ଗ୍ରାମୀଣ ଭାରତ ଗଠନ ରେ ଏକ ଗୁରୁତ୍ବପୂର୍ଣ୍ଣ ମାଜ ମାଇଲଖୁଣ୍ଟ ହେବାକୁ ପ୍ରସ୍ତୁତ।