ନକଲି କ୍ୟାନସର ଔଷଧ ତିଆରି କରୁଥିବା ଗ୍ୟାଙ୍ଗଙ୍କୁ ଧରିଲା ପୋଲିସ ; ୭ ଗିରଫ

ନୂଆଦିଲ୍ଲୀ : ନକଲି କ୍ୟାନସର ଔଷଧ ତିଆରି କରିବା ସହ ଅନ୍ୟ ଦେଶକୁ ପଠାଉଥିବା ଏକ ଆନ୍ତର୍ଜାତୀୟ ଗ୍ୟାଙ୍ଗକୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି । ଏହି ମାମଲାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଦିଲ୍ଲୀର ଏକ କ୍ୟାନସର ହସପିଟାଲର ଦୁଇ ଜଣ କର୍ମଚାରୀଙ୍କୁ ବି ଗିରଫ କରିଛି । ଏହି ଅଭିଯୁକ୍ତମାନେ ଇଞ୍ଜେକସନରେ ନକଲି କ୍ୟାନସର ଔଷଧ ଭରି ବିକ୍ରି କରୁଥିଲେ । ଯାହାର ଦାମ୍ ଥିଲା ୧.୯୬ ଲକ୍ଷ ଟଙ୍କା । ଏହି ନକଲି ଔଷଧକୁ ସେମାନେ ଚୀନ ଓ ଆମେରିକାକୁ ପଠାଉଥିଲେ । ସେମାନଙ୍କ ଠାରୁ କ୍ରାଇମବ୍ରାଞ୍ଚ ନଗଦ ୮୯ ଲକ୍ଷ ଟଙ୍କା ଜବତ କରିଛି। ଏଥିସହ ଦୁଇଟି ନକଲି କ୍ୟାନସର ମେଡିସିନ ଜବତ କରିଛି ।

Mar 13, 2024 - 16:23
 7
ନକଲି କ୍ୟାନସର ଔଷଧ ତିଆରି କରୁଥିବା ଗ୍ୟାଙ୍ଗଙ୍କୁ ଧରିଲା ପୋଲିସ ; ୭ ଗିରଫ