ହାଇଦ୍ରାବାଦରେ ରାଜ୍ୟ ମୁଖ୍ୟ ସୂଚନା କମିଶନରମାନଙ୍କ ଜାତୀୟ ସମ୍ମିଳନୀ...

Sep 17, 2026 - 21:41
 6
ହାଇଦ୍ରାବାଦରେ ରାଜ୍ୟ ମୁଖ୍ୟ ସୂଚନା କମିଶନରମାନଙ୍କ ଜାତୀୟ ସମ୍ମିଳନୀ...

ସୂଚନା ଅଧିକାର (RTI) ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ସୂଚନା କମିଶନରମାନଙ୍କୁ ଏକତ୍ରିତ କରି ହାଇଦ୍ରାବାଦରେ ରାଜ୍ୟ ମୁଖ୍ୟ ସୂଚନା କମିଶନରମାନଙ୍କର ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ତେଲେଙ୍ଗାନାର ରାଜ୍ୟପାଳ ଶ୍ରୀ ଶିବ ପ୍ରତାପ ଶୁକ୍ଳା ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। କେନ୍ଦ୍ରୀୟ ସୂଚନା କମିଶନର ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶାର ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ମନୋଜ ପରିଡ଼ା ଏଥିରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ।

ଅମୀମାଂସିତ ମାମଲା ସଂଖ୍ୟା ହ୍ରାସ କରିବା ଏବଂ ଅପିଲ୍ ଓ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ରାଜ୍ୟ ସୂଚନା ଆୟୋଗ ଦ୍ୱାରା ଅନୁସରଣ କରାଯାଉଥିବା ଉତ୍ତମ କାର୍ଯ୍ୟଶୈଳୀ ଉପରେ ଅଂଶଗ୍ରହଣକାରୀମାନେ ଆଲୋଚନା କରିଥିଲେ। 

ସାଧାରଣ ନାଗରିକଙ୍କ ଦ୍ୱାରା ଏହାର ବ୍ୟବହାରକୁ ଉତ୍ସାହିତ ଓ ସୁଗମ କରିବା ସହିତ ସ୍ୱାର୍ଥନ୍ୱେଷୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା RTI ଆଇନର ଅପବ୍ୟବହାରକୁ ରୋକିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ମହାରାଷ୍ଟ୍ରର ମୁଖ୍ୟ ସୂଚନା କମିଶନର ରାଜ୍ୟ ସରକାରଙ୍କ ଦ୍ୱାରା RTI ନିୟମାବଳୀରେ କରାଯାଇଥିବା ସଂଶୋଧନ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇଥିଲେ; ଯାହା ଅନୁଯାୟୀ ଗୋଟିଏ RTI ଆବେଦନ କେବଳ ଗୋଟିଏ ବିଷୟ ଏବଂ ସର୍ବାଧିକ ୧୫୦ ଶବ୍ଦ ମଧ୍ୟରେ ସୀମିତ ରହିବ।

ଓଡ଼ିଶାର ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ମନୋଜ ପରିଡ଼ା ବ୍ୟାଖ୍ୟା କରିଥିଲେ ଯେ କିପରି 'ସଂକ୍ଷିପ୍ତ ଶୁଣାଣି' (summary trials) ପଦ୍ଧତି ଗ୍ରହଣ କରିବା ଏବଂ ଅନାବଶ୍ୟକ ସ୍ଥଗିତାଦେଶକୁ ଏଡ଼ାଇବା ଦ୍ୱାରା ଓଡ଼ିଶାରେ ଅମୀମାଂସିତ ମାମଲା ସଂଖ୍ୟା ହ୍ରାସ କରାଯାଇପାରିଛି।

କେନ୍ଦ୍ରୀୟ ସୂଚନା କମିଶନରମାନେ ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ବିଭାଗର ଅଫିସିଆଲ୍ ୱେବସାଇଟ୍‌ରେ ସୂଚନାର ଅଧିକରୁ ଅଧିକ 'ସ୍ୱତଃ ପ୍ରକାଶନ