ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାଲେଶ୍ୱର: ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗଛରୁ ମିଳିଲା ନବ ବିବାହିତ ମହିଳାଙ୍କର ଝୁଲନ୍ତା ମୃତଦେହ। ମୃତା ମହିଳା ଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା ଥାନା କୁପାରୀ କବର ଗାଁରେ । ୮ ଦିନ ତଳେ ସେ ଉପରଗଡ଼ ଗାଁର ବସନ୍ତ ସିଂଙ୍କୁ ବିବାହ କରିଥିଲେ । ସୂଚନା ଅନୁସାରେ, ପରମ୍ପରା ଅନୁଯଆୟୀ ବିବାହ ପରେ ଗୌରୀ ନିଜ ଘରକୁ ବୁଲିବା ପାଇଁ ଯାଇଥିବା ବେଳେ ଗତକାଲି ଶ୍ୱଶୁର ଘରକୁ ଫେରିଥିଲେ । ହେଲେ ଆଜି ଶାଶୁ ଘର ଆଗରେ ଥିବା ଜଙ୍ଗଲର ଏକ ଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।
