ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025 : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍
ଚଳଚ୍ଚିତ୍ରରେ ମହିଳା ଚଳଚ୍ଚିତ୍ର ନିର୍ମାତା, ନୂତନ ପ୍ରତିଭା ଏବଂ ସୃଜନଶୀଳ ଉତ୍କର୍ଷତାକୁ ଜଣାଇବ ସମ୍ମାନ : କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ
ନୂଆଦିଲ୍ଲୀରେ ଆଇଏଫଏଫଆଇ 2025 ଘୋଷଣା ସହିତ ଅବଗଣନା ଆରମ୍ଭ
20ରୁ 28 ନଭେମ୍ବର 2025 ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ 56ତେମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)
ଚଳଚ୍ଚିତ୍ର ଜଗତରେ 50 ବର୍ଷର ଜାଲ୍କୁଲ୍ୟମାନ କ୍ୟାରିଅର ସମ୍ପୂର୍ଣ୍ଣ କରିଥୁବା କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତିଙ୍କୁ ଉଦଯାପନୀ ସମାରୋହରେ କରାଯିବ ସମ୍ମାନିତ
81ଟି ଦେଶରୁ 240ରୁ ଅଧୂକ ଚଳଚ୍ଚିତ୍ର ହେବ ପ୍ରଦର୍ଶିତ, 13ଟି ୱାଲ୍ଡ ପ୍ରିମିୟର, 5ଟି ଅନୁର୍ଜାତୀୟ ପ୍ରିମିୟର ଏବଂ 44ଟି ଏସିଆନ ପ୍ରିମିୟର ହେବ ପ୍ରଦର୍ଶିତ
ତିନୋଟି ଅସାଧାରଣ ଅନୁର୍ଜାତୀୟ ପ୍ରତିଯୋଗିତାରେ 5ଟି ମହାଦେଶରୁ 32ଟି ଚଳଚ୍ଚିତ୍ର କରିବେ ଅଂଶଗ୍ରହଣ
2025ର ଶୀର୍ଷସ୍ଵରୀୟ ବିଶ୍ବ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କାର ବିଜେତା ଚଳଚ୍ଚିତ୍ର ପ୍ରଥମ ଥର ଲାଗି ଭାରତରେ ହେବ ପ୍ରଦର୍ଶିତ
୨ଟି ସ୍ବତନ୍ତ୍ର ବିଭାଗ: ଡବ୍ଲ୍ୟୁ-ମୋଣ୍ଟୋଜ୍, ଫ୍ରମ୍ ଦି ଫେଷ୍ଟିଭାଲ୍ସ, ରାଇଜିଂ ଷ୍ଟାର୍ସ, ମିଶନ୍ ଲାଇଫ୍, ପରୀକ୍ଷାମୂଳକ ଫିଲ୍ମ, ରିଷ୍ଟୋର୍ଡ୍ କ୍ଲାସିକ୍ସ, ମ୍ୟାକାବ୍ରେ ଡ୍ରିମ୍ସ, ୟୁନିସେଫ୍ ଏବଂ ସିନେମା ଅଫ୍ ଦି ୱାଲ୍ଡ ରହିବ
ସ୍ବତନ୍ତ୍ର ସମ୍ମାନିତ ରାଷ୍ଟ୍ର : ଜାପାନ। ଜାପାନୀ ସିନେମା, ଅନୁଷ୍ଠାନିକ ସହଯୋଗ ଏବଂ ସାଂସ୍କୃତିକ ପ୍ରଦର୍ଶିନୀକୁ ନେଇ ସ୍ବତନ୍ତ୍ର ପ୍ୟାକେଜ୍ ହେବ ପ୍ରଦର୍ଶିତ
ସ୍ବତନ୍ତ୍ର ଚଳଚ୍ଚିତ୍ର ପ୍ୟାକେଜ୍ : ସହଭାଗୀ ଦେଶ ସ୍ପେନ୍ ଏବଂ ସ୍ପଟଲାଇଟ୍ ଅଷ୍ଟ୍ରେଲିଆ
ଆଇଏଫଏଫଆଇ 2025 ଶତବାର୍ଷିକୀଗୁଡ଼ିକୁ ପାଳନ କରିବ ଏବଂ ସର୍ବକାଳୀନ ଶ୍ରେଷ୍ଠ ଚଳଚ୍ଚିତ୍ର ପୁନରୁଦ୍ଧାର ମାଧ୍ୟମରେ କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତା ଏବଂ କଳାକାରମାନଙ୍କୁ ସମ୍ମାନିତ କରିବ