ନବୀନ ବାବୁଙ୍କ ମିଛ ନାଟକର ଜବାବରେ ସୂର୍ଯ୍ୟବଂଶୀ ସୂରଜ...
ଆଦରଣୀୟ ନବୀନ ବାବୁ,
ଓଡ଼ିଶାରେ ଦୁଇ ଦିନ ତଳେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି, ଯାହା ଗତ ୮ ବର୍ଷ ଧରି ହୋଇପାରୁନଥିଲା ।
ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାରେ ଆପଣଙ୍କ ଓ ଆପଣଙ୍କ ପ୍ରରୋଚକମାନଙ୍କ ଭୂମିକାକୁ ଆଜି ବି ଓଡ଼ିଶାର ଛାତ୍ର ଓ ଯୁବସମାଜ ଏକ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି l
ଆଜି ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରୁ ମନେହେଉଛି, ଆପଣ ଆପଣଙ୍କ ଦଳକୁ ବଞ୍ଚାଇବାକୁ ତଥା ଦଳ ଭିତରେ ନୂଆ ମୁଖିଆଙ୍କ ଗ୍ରହଣୀୟତାକୁ ସୁରକ୍ଷା ଦେବାକୁ ଯାଇ ଏପରି ଅସତ୍ୟ କହିଛନ୍ତି ।
ଆପଣଙ୍କ ପାଖରେ ଥିବା ଲୋକମାନେ ଆପଣଙ୍କ ଭଳି ଜଣେ ଅନୁଭବୀ ନେତୃତ୍ୱଙ୍କ ମୁହଁରୁ ଛାତ୍ର-ନିର୍ବାଚନ ସମ୍ପର୍କରେ ଅମୂଳକ ଉଚ୍ଚାରଣ କରାଇବା ଆପଣଙ୍କ ଛବିକୁ ଆହୁରି ମଳିନ କରୁଛି !
ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନ ଯେଉଁ ସକରାତ୍ମକ ବାର୍ତ୍ତା ଦେଉଛି, ତାହା ଓଡ଼ିଶାର ଛାତ୍ର ଓ ଯୁବ ସମାଜ ଭଲ ଭାବେ ଜାଣିପାରିଛନ୍ତି ।
କେଉଁ ଦଳ କେଉଁ ସଂଗଠନର ସମର୍ଥନରେ କେତେ ଛାତ୍ର ନେତା ନିର୍ବାଚିତ ହୋଇଛନ୍ତି, ତାହା ରାଜ୍ୟବାସୀ ଜାଣିଛନ୍ତି ।
ବାରମ୍ବାର ମିଛ କହି ତାହାକୁ ସତ୍ୟରେ ପରିଣତ କରିବା ପାଇଁ ଚେଷ୍ଟା କରିବା ଆପଣଙ୍କ ଭଳି ବ୍ୟକ୍ତିଙ୍କ ପକ୍ଷେ କଦାପି ଶୋଭାପାଉନାହିଁ ।
ଏହି ସମୟରେ ଆପଣ ଛାତ୍ରସମାଜକୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ ତାହା ଅଧିକ ଭଲ ହୋଇଥା'ନ୍ତା।
ଓଡିଶାର ଛାତ୍ର ଓ ଯୁବ ସମାଜକୁ ଭ୍ରମ ଓ ଭ୍ରାନ୍ତିଠାରୁ ଦୂରରେ ରଖି ରାଷ୍ଟ୍ର ନିର୍ମାଣରେ ସେମାନଙ୍କୁ ପ୍ରେରିତ କରିବା ଆମର ଧ୍ୟେୟ ହେଉ l