ରାଜ୍ୟରେ ପାଳିତ ହେଲା ୭୯ ତମ ସ୍ୱାଧୀନତା ଦିବସ

Aug 15, 2025 - 11:32
 10
ରାଜ୍ୟରେ ପାଳିତ ହେଲା ୭୯ ତମ ସ୍ୱାଧୀନତା ଦିବସ

ଦେଶର ୭୯ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟର ପ୍ୟାରେଡ ରେ ୫୦ ଟି ଦଳ ଅଂଶ ଗ୍ରହଣ କରିଥିଲେ | 

ମହାତ୍ମା ଗାନ୍ଧୀ ମାର୍ଗରେ ଦେଶର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନରେ ଯୋଗ ଦେଇ ସେ କହିଥିଲେ ଯେ ଓଡିଶାରେ ପ୍ରତିଷ୍ଠା ହେବ ବିଭିନ୍ନ ଫାର୍ମା କମ୍ପାନୀ ଏବଂ ଓଡ଼ିଶା ହେବ ଫାର୍ମା ହବ୍ |

ଓଡ଼ିଆ ଅସ୍ମିତାକୁ ସରକାର ଗୁରୁତ୍ବ ଦେଉ ଥିବାବେଳେ ସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ | ସାଂସ୍କୃତିକ ଓ ପର୍ଯ୍ୟଟନ ସ୍ଥଳରୁପେ ପ୍ରତିଷ୍ଠା ହେବ ପୁରୀ। ରାଜ୍ୟରେ ସଂଗଠିତ ଅପରାଧକୁ ଦମନ କରାଯିବ। ଆବଶ୍ୟକ ପଡ଼ିଲେ ନୂଆ ଆଇନ୍ ଅଣାଯାଇ ଦାଦାବଟି, ଚାନ୍ଦା ଆଦାୟକୁ ଦୃଢ଼ ହସ୍ତରେ ଦମନ କରାଯିବ। କ୍ୟାମ୍ପସରେ ମଦ୍ୟପାନ, ନିଶା ସେବନ କରାଯାଇପାରିବ ନାହିଁ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ |