ନୂଆପଡାର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିଜ ପାଇଁ ପ୍ରଚାରରେ ଯାହା କୁହନ୍ତି...
ନୂଆପଡା ନିର୍ବାଚନ ମଣ୍ଡଳୀ ର ବଞ୍ଜାରୀ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଗାଁ ରେ ଜନ ସମ୍ପର୍କ ପଦଯାତ୍ରା କରିବା ସମୟରେ ଗାଁ ଗାଁ ର ଲୋକମାନଙ୍କ ଆତ୍ମୀୟ ସ୍ନେହ ଓ ଭଲପାଇବା ଦେଖ୍ ହୃଦୟ ଭରି ଗଲା ।
ଲୋକମାନଙ୍କ ଆଖ୍ୟାରେ ଥୂବା ଆଶା, ହସିଥିବା ମୁହଁ ମୋତେ ଆହୁରି ଶକ୍ତି ଦେଇଛି ଜନସେବାର ପଥରେ ଆଗେଇବା ପାଇଁ ।
ଏହି ପଦଯାତ୍ରା କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ମାଟି ଓ ମଣିଷ ମଧ୍ୟରେ ଥିବା ଭାବନାର ସଂଯୋଗ।
ମୋ ପ୍ରିୟ ନୂଆପଡା ବାସୀ ଙ୍କ ଆଶୀର୍ବାଦ ଓ ଆଶା ମୋ ପାଇଁ ସର୍ବୋଚ୍ଚ ପ୍ରେରଣା।
ଆପଣମାନଙ୍କ ଏହି ସ୍ନେହ ମୋତେ ନିତ୍ୟ ସ୍ମରଣ କରାଏ – ଯେ ଏହି ମାଟି ପାଇଁ, ଏହି ଲୋକ ପାଇଁ, ମୋ ସଂଘର୍ଷ ଓ ପ୍ରୟାସ ଜୀବନ ପର୍ଯ୍ୟନ୍ତ ଚାଲିବ ।