ଡି ଏ ଭି କଳିଙ୍ଗନଗରରେ ଏକତା ଦିବସ ଓ ଛାୟା ଯୁବ ସଂସଦ ଅନୁଷ୍ଠିତ...

Nov 3, 2025 - 19:36
 4
ଡି ଏ ଭି କଳିଙ୍ଗନଗରରେ ଏକତା ଦିବସ ଓ ଛାୟା ଯୁବ ସଂସଦ ଅନୁଷ୍ଠିତ...

ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୫୦ତମ ଜନ୍ମ ଜୟନ୍ତୀ ତଥା ଏକତା ଦିବସ ଡିଏଭି କଳିଙ୍ଗ ନଗରରେ ପାଳିତ ହୋଇଯାଇଛି । ଭାରତ ମାଟିର ଏକତା ପାଇଁ ଲଢେଇ କରିଥିବା ତଥା ମହାନ ସ୍ଵାଧୀନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋଚିତ୍ରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ର, ପର୍ଯ୍ୟବେକ୍ଷକପର୍ଯ୍ୟବେକ୍ଷିକା, ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଏହି ମହାନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ମନରେ ଏକତା ଭାବ ପୋଷଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ଵାନ କରିଥିଲେ । 

ଏହି ଉତ୍ସବରେ ପଟେଲଙ୍କ ଜୀବନୀ ସମ୍ବନ୍ଧୀୟ କବିତା ଆବୃତ୍ତି, ନୃତ୍ୟ ନାଟିକା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । 

ସ୍କାଉଟ, ଗାଇଡ଼, ଜେଆରସି ଛାତ୍ରଛାତ୍ରୀମାନେ ଏହି ଅବସରରେ ଏକ ରାଲିରେ ଯୋଗଦେଇ ରାଷ୍ଟ୍ରୀୟ ଏକତାର ବାର୍ତ୍ତା ପ୍ରଚାର କରିଥିଲେ l 

ଏକ ଛାୟା ଛାତ୍ର ସଂସଦ ମଧ୍ୟ ଅନୁଷ୍ଠିତ ହୋଇଥିଲା l 

ଏଥିରେ ଏକ ବିତର୍କ ମାଧ୍ୟମରେ ଦାରିଦ୍ର୍ୟ, ନାରୀ ନିର୍ଯାତନା, ପ୍ରଦୂଷଣ ତଥା ସୁରକ୍ଷା ଉପରେ ଛାତ୍ରଛାତ୍ରୀମାନେ ଭାଗ ନେଇ ସେମାନଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । 

ପରେପରେ ଶ୍ରେଷ୍ଠ ସାଂସଦ ତଥା ଅନ୍ଯାନ୍ଯ ପ୍ରମୁଖ ବିଭାଗକୁ ପୁରସ୍କାର ବିତରଣ କରାଯାଇଥିଲା । 

ସମସ୍ତ କର୍ମକର୍ତ୍ତାଙ୍କ ସାହାଯ୍ୟ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।