ପଂଚାୟତ ଓ ପୌର ନିର୍ବାଚନକୁ ସହଜ ଓ ସ୍ୱଚ୍ଛତା ପାଇଁ ସରକାରଙ୍କ ପ୍ରସ୍ତୁତି...

Oct 5, 2026 - 17:44
 2
ପଂଚାୟତ ଓ ପୌର ନିର୍ବାଚନକୁ ସହଜ ଓ ସ୍ୱଚ୍ଛତା ପାଇଁ ସରକାରଙ୍କ ପ୍ରସ୍ତୁତି...

ଗୋଟିଏ ଘର, ଗୋଟିଏ ନମ୍ବର, ଆଉ ସେହି ନମ୍ବର ସହ ଯୋଡ଼ିହେବ ପରିବାରର ଭୋଟର ତଥ୍ୟ। 

ଭୋଟର ତାଲିକାରେ ଏଣିକି କେବଳ ନାଁ ନୁହେଁ ଘର ସଦସ୍ୟଙ୍କ ରହିବ ପୂରା ଚିତ୍ର। 

ପ୍ରାଥମିକ ଭାବେ ପ୍ରାୟ ୭ଟି ପ୍ରଶ୍ନକୁ ନେଇ ହେବ ସର୍ଭେ। ଯେମିତିକି ଘରେ କେତେ ଭୋଟର ? 

ସମସ୍ତଙ୍କର EPIC ଅଛି କି ? କାହାର ନାଁ ଅନ୍ୟ ବୁଥରେ ଅଛି କି ? 

ଅନ୍ୟ ନିର୍ବାଚନମଣ୍ଡଳୀରେ ନାଁ ରହିଛି କି ? 

ବିବାହ ପରେ ଅନ୍ୟ ସ୍ଥାନରେ ରହୁଛନ୍ତି କି ? 

ସର୍ଭେରେ ପ୍ରତ୍ୟେକ ଘରର ନମ୍ବର, ଠିକଣା ଓ ଭୌଗୋଳିକ ସୀମା ଚିହ୍ନଟ କରାଯିବ। 

ଫଳରେ କେଉଁ ଘର, କେଉଁ ୱାର୍ଡ ଓ କେଉଁ ବୁଥ୍ ଅଧୀନରେ ରହିଛି ତାହାର ସ୍ପଷ୍ଟ ତଥ୍ୟ ମିଳିବ। 

୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ଅଧିକ ସଠିକ୍ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି। 

ଏଥିଲାଗି ପ୍ରଥମେ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି। ସରକାରଙ୍କ ବିଭିନ୍ନ ସ୍ଥରର ଅଧିକାରୀ ପ୍ରଶିକ୍ଷଣ ନେଇଛନ୍ତି।

ଅକ୍ଟୋବର ୬, ୭ ଓ ୮ ତାରିଖରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ, ତାପରେ ଅକ୍ଟୋବର ୮ରୁ ୧୬ ଯାଏଁ ବ୍ଲକସ୍ତରୀୟ ଟ୍ରେନିଂ ରହିଛି। 

ଆଉ ତା’ପରେ ସିଧା ଘରେ ଘରେ ପହଞ୍ଚିବେ ସର୍ଭେ କରୁଥିବା କର୍ମଚାରୀ। 

BLO, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଓ ନିୟୋଜିତ କର୍ମଚାରୀ ମୈଦାନକୁ ଓହ୍ଲାଇବେ। ଅକ୍ଟୋବର ୨୬ରୁ ନଭେମ୍ବର ୩ ଯାଏଁ ଚାଲିବ ଏହି ସର୍ଭେ।  

ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ, କ୍ଷେତ୍ରସ୍ତରୀୟ ସର୍ଭେ, ନିର୍ବାଚନୀ ପ୍ରସ୍ତୁତି ଓ ପ୍ରଶାସନିକ ପ୍ରକ୍ରିୟା ଉପରେ ଫୋକସ ରହିଛି। 

ଭୋଟ ଦେବା ପୂର୍ବରୁ ଭୋଟର ଜାଣିପାରିବେ କେଉଁ ବୁଥରେ ଅଛି କାହାର ନାଁ