ପଂଚାୟତରାଜଦିବସ ରାସନକାର୍ଡ ବଣ୍ଟନ .

ପଂଚାୟତରାଜଦିବସ ରାସନକାର୍ଡ ବଣ୍ଟନ . ପୁରୀ, ତାଳବଣିଆଠାରେ ଆୟୋଜିତ 'ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫'ର ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ଅନ୍ୟ ମନ୍ତ୍ରୀଗଣ ଏବଂ ବିଧାୟକବୃନ୍ଦ ଉପସ୍ଥିତ ରେ । ସାମାଜିକ, ଅର୍ଥନୈତିକ, ମୌଳିକ ସେବା, ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳର ପରିଚାଳନା କ୍ଷେତ୍ରରେ ପଞ୍ଚାୟତିରାଜ ଅନୁଷ୍ଠାନର ଭୂମିକା ଗୁରୁତ୍ବପୂର୍ଣ୍ଣ । 'ସୁଦୃଢ଼ ପଞ୍ଚାୟତ ହିଁ ହେବ ସମୃଦ୍ଧ ଓଡ଼ିଶାର ଭିତ୍ତିଭୂମି' । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତ ଗଠନରେ ଏହା ନିଶ୍ଚିତ ରୂପେ ସହାୟକ ହେବ। ରାଜ୍ୟରେ ମହିଳା ସଶକ୍ତିକରଣର ଆଧାର ହୋଇଛି ସୁଭଦ୍ରା । ଆଜି ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ୨୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ସହାୟତା ରାଶି ପ୍ରଦାନ କରାଯାଇଛି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ଅବସରରେ ପଞ୍ଚାୟତ ମନିଟରିଂ ସିଷ୍ଟମର ଶୁଭାରମ୍ଭ ସହିତ ଇ-ପଞ୍ଚାୟତ ସଭା ପୋର୍ଟାଲର ଉନ୍ମୋଚନ ମଧ୍ୟ ହୋଇଛି। ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୬ ଲକ୍ଷ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯିବା ସହ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୪,୧୨୪ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ରାଜ୍ୟର ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରିପୋର୍ଟ ରଶ୍ମିରଂଜନ ମିଶ୍ର AV News ଭୁବନେଶ୍ୱ

Apr 24, 2025 - 18:47
 18
ପଂଚାୟତରାଜଦିବସ ରାସନକାର୍ଡ ବଣ୍ଟନ  .