ପରଲୋକରେ ଭି. ସୁଜ୍ଞାନ କୁମାରୀ ଦେଓ

ଭୁବନେଶ୍ୱର: ପରଲୋକରେ ଭି. ସୁଜ୍ଞାନ କୁମାରୀ ଦେଓ । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ କବିସୂର୍ୟ୍ୟନଗରରୁ ୧୦ ଥର ବିଧାୟକ ଭାବେ ହୋଇଥିଲା ନିର୍ବାଚିତ । ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ରାଜନୀତି ଜଗତରେ ଖେଳିଯାଇଛି ଶୋକର ଛାୟା । ଗତ କିଛି ଧରି ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଦେହ ଅସୁସ୍ଥ ଥିଲା । ଯେଉଁଥି ଲାଗି ତାଙ୍କୁ ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଲଗାତର ଭାବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିଲା । ପୂର୍ବତନ ବିଧାୟିକାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ପାଇ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଗସ୍ତ କରିଥିଲେ । ହେଲେ ବିଳମ୍ବିତ ରାତିରେ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ହୋଇଯାଇଛି । ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଥିଲେ ଭି. ସୁଜ୍ଞାନ କୁମାରୀ ଦେଓ । ୧୯୩୭ ମସିହା ଅଗଷ୍ଟ ୫ରେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ କୁମାରୀ । ୧୯୬୧ ରୁ ୨୦୧୪ ଯାଏଁ ଓଡିଶା ବିଧାନସଭାକୁ ବିଧାୟିକା ଭାବେ ହୋଇଥିଲେ ନିର୍ବାଚିତ । ସେ ଖଲ୍ଲିକୋଟ ଏବଂ କବିସୂର୍ୟ୍ୟନଗରରୁ ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ଥର ଓ କବିସୂର୍ୟ୍ୟନଗର ନିର୍ବାଚନମଣ୍ଡଳୀରୁ ୨ ଥର ବିଧାୟିକା ଥିଲେ । ୩୦ ବର୍ଷ ବୟସରେ ପ୍ରଥମ ଥର ପାଇଁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୫୦ ବର୍ଷରୁ ଅଧିକ ସମୟ ଯାଏଁ ଓଡିଶା ରାଜନୀତିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଭି. ସୁଜ୍ଞାନ କୁମାରୀ ଦେଓ ।

ପରଲୋକରେ ଭି. ସୁଜ୍ଞାନ କୁମାରୀ ଦେଓ