ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ
ମୁନିଗୁଡ଼ା : ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ । ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଟ୍ରେନ୍ର ୬ଟି ବଗି ହୋଇଛି ଲାଇନ୍ଚ୍ୟୁତ । ବେଦାନ୍ତରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଆମ୍ବାଦଳା ଷ୍ଟେସନ ନିକଟରେ ଲାଇନ୍ ଚ୍ୟୁତ ହୋଇଛି । ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ବିଭାଗୀୟ କର୍ମଚାରୀ ଓ କ୍ରେନ୍ ପହଞ୍ଚିଛନ୍ତି । ଯାହାଫଳରେ ବଗି ଉଠାଇବା କାମ ଆରମ୍ଭ ହୋଇଛି । ଲେବଲ କ୍ରସିଂ ନିକଟରେ ଏହା ଘଟିଥିବା ବେଳେ ଟ୍ରାକ ସହିତ ସଂଯୋଗ ଥିବା ଫିସ୍ ପ୍ଲେଟ୍ ଭାଙ୍ଗିଯିବାରୁ ଏହା ଘଟିଥିବା ଜଣାପଡିଛି ।
