ପରୀକ୍ଷାରେ କପି ଯୋଗାଇ ଶିକ୍ଷକ ନିଲମ୍ବିତ

ବରଗଡ଼: ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କପି ଯୋଗାଇ ନିଲମ୍ବିତ ହୋଇଛନ୍ତି ଜଣେ ଶିକ୍ଷକ । ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ପଂଚାୟତ ହାଇସ୍କୁଲର ସହକାରୀ ଶିକ୍ଷକ ଛେଲିଆ ପୋଢ଼ଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଫେବ୍ରୁଆରୀ ୨୬ରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ବେଆଇନ ଭାବେ ପରୀକ୍ଷା କେନ୍ଦ୍ରକୁ ଯିବା ସହ କବାଟ ପାଖରେ ରହି ପିଲାମାନଙ୍କୁ ଉତର କହୁଥିଲେ ଶିକ୍ଷକ । ଏହି ସମୟରେ ସ୍କୁଲକୁ ସୁପରଭାଇଜର ଭାବେ ଆସିଥିବା ବେଳେ ଶିକ୍ଷକ ଛେଲିଆ ପୋଢ଼ଙ୍କୁ ଧରିଥିଲେ ତହସିଲଦାର । ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି ।

Mar 15, 2024 - 15:49
 3
ପରୀକ୍ଷାରେ କପି ଯୋଗାଇ ଶିକ୍ଷକ ନିଲମ୍ବିତ