ଭାରତୀୟ ସେନା “ଅଗ୍ନିବୀ ଗ୍ନିବୀର” ନିଯୁକ୍ତି - ୨୦୨୬ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ନଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ

Mar 6, 2026 - 10:08
 11
ଭାରତୀୟ ସେନା “ଅଗ୍ନିବୀ ଗ୍ନିବୀର” ନିଯୁକ୍ତି - ୨୦୨୬ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ନଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ

ଭାରତୀୟ ସେନା “ଅଗ୍ନିବୀ ଗ୍ନିବୀର” ନିଯୁକ୍ତି - ୨୦୨୬ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ନଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ

ଓଡ଼ିଶାରୁ ଅଧିକରୁ ଅଧିକ ପଞ୍ଜୀକରଣ କରି କରିବାକୁ ଆହ୍ବାନ

ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗ ପ୍ରଦାନ କରିବ

ଯେତେ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଇବ, ସେହି ସହି ଅନୁସାରେ ଅଧୂକ ପଦବୀ ସୃଷ୍ଟି ହେବ

ସୁବିଧା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଜିଲ୍ଲାସ୍ତରରେ ବ୍ୟାପକ ସୂଚନା ଓ ପଞ୍ଜୀକରଣ ସୁବି

ଭୁବନେଶ୍ବର, ୦୫.୦୩. ୨୦୨୬

ଭାଗ ରତୀୟ ସେନା (ଇଣ୍ଡିଆନ ଆର୍ମି) “ଅଗ୍ନିବୀର” ନିଯୁକ୍ତି-୨୦୨୬ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଯୁବକ ଯୁବତୀମାନଙ୍କୁ ଭାରତୀୟ ସେନା (ଇଣ୍ଡିଆନ୍ ଆର୍ମି)ରେ ଅଧିକରୁ ଅଧ‌ିକ ଯୋଗଦାନ କ କରିବା ସୁଯୋଗ ପାଇଁ ଅଗ୍ନିବୀର” ନିଯୁକ୍ତି ସମ୍ପର୍କିତ ସୂଚନାକୁ ବ୍ୟାପକ ଭାବେ ପ୍ରଚାର କରିବା ଏବଂ ଯୁବକ ଯୁବତୀମାନେ କିପରି ଯୁବତୀମାନେ କିପରି ସୁବିଧାରେ ପଂଜୀକରଣ କରିପାରିବେ, ସେ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର, ଆର୍ମି ନିଯୁକ୍ତି ବୋର୍ଡ,କଟକର କର୍ଣ୍ଣେଲ ପ୍ରସନ୍ନା, ମେଜର ଅଶ୍ବିନୀ ଉପସ୍ଥିତ ଥ‌ିବା ବେଳେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ଯମରେ ଉପସ୍ଥିତ ଥିଲେ

ବ୍ୟବସ୍ଥା ବୈଠକରେ ଭାରତୀୟ ସେନାରେ ଯୋଗଦାନ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା, ପ୍ରଶିକ୍ଷଣ, ଦରମା ବ୍ୟ ସଂପର୍କିତ ଆଲୋଚନା କରାଯାଇଥିଲା । ସେନାରେ ବ୍ୟାପକ ନିଯୁକ୍ତି ରହିଥ‌ିବା ସ୍ଥଳେ ବିଭିନ୍ନ ପ୍ରଦେଶରେ ଅଧିକରୁ ଅଧିକ ଅଗ୍ନିବୀର ନିଯୁକ୍ତି ନେଇ ପଞ୍ଜୀକରଣ କରୁଥିବା ବେଳେ ଓଡ଼ିଶାରେ କିନ୍ତୁ ପଞ୍ଜୀକରଣ ସଂଖ୍ୟା କମ ରହୁଛି । ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରତିବର୍ଷ କମ୍ ସଂଖ୍ୟକ ପ୍ରାର୍ଥୀ ପ୍ରାର୍ଥିନୀ ପଂଜୀକରଣ କରୁଥିବା କାରଣରୁ ସେନା ନିଯୁକ୍ତିରେ ନିୟମ ଅନୁସାରେ ଓଡ଼ିଶା ପାଇଁ ପଦବୀ ସଂଖ୍ୟ ବଢୁ ନାହିଁ । ରାଜ୍ୟରୁ ସେନା ଭର୍ତି ପାଇଁ ଗତ ଦଶ ବର୍ଷର ତଥ୍ୟ ଏବଂ ଚଳିତ ବର୍ଷର ପଞ୍ଜୀକରଣ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା । ଚଳିତ ବର୍ଷ ୫ ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାରୁ ମୋଟ ୬୦୪୪ ଜଣ ଯୁବକ ଯୁବତୀ ପଞ୍ଜୀକରଣ

କରିଛନ୍ତି । ଏଥ । ଏଥିରୁ ରାଜ୍ୟର ଉତ୍ତରାଂଚଳ ଜିଲ୍ଲାରୁ ୧୭୭୦, ଉପକୂଳ ଜିଲ୍ଲାରୁ ୨୫୮୩ ଏବଂ ଦକ୍ଷିକାଂଚଳ ଜିଲ୍ଲାରୁ ୧୬୯୧ ଜଣ ଞ୍ଜୀକରଣ କରିଥିବା ଜଣାପଡ଼ିଛି ।

ଅଗ୍ନିବୀର ସେନାରେ ନିଯୁକ୍ତି ପାଇଁ ଜଏନ ଇଣ୍ଡିଆନ ଆର୍ମି ୱେବସାଇଟ ୧୩ ଫେବୃଆରୀରୁ ଖୋଲା ଯାଇଛି ଏବଂ এখা ୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ । ୨୦୨୫-୨୬ ବର୍ଷରେ ୮୬୬୪ ଜଣ ଓଡ଼ିଶାରୁ ପ୍ରବେଶିକା ପରୀକ୍ଷାରେ ଉର୍ଭିନ୍ନ ହୋଇଥିଲା ବେଳେ ସମୁଦାୟ ୧୪୭୭ ଜଣ ଅଗ୍ନିବୀର ନିଯୁକ୍ତି ପାଇଥିଲେ । ବୈଠକରେ ଓଡ଼ିଶାର ଗୌରବ ସରୋଜିନୀ ଦାସ, ସତ୍ୟବାନ ଦାସ ଓ ମନସ୍ପିନୀ ଦାସଙ୍କ ଉଦାହରଣ ନିଆଯାଇଥିଲା । ଏମାନେ ଓଡ଼ିଶାରୁ ଗୋଟିଏ ପରିବାରରୁ ୨ ଜଣ ଝିଅ ଏବଂ ଗୋଟିଏ ପୁଅ ଯୋଗଦାନ କରିଛନ୍ତି । ବୈଠକରେ ଆଲୋଚନା କରାଯାଇଥିଲା ଯେ ଓଡ଼ିଶାରେ ବ୍ୟାପକ କ୍ରୀଡା ସଂସ୍କୃତି ରହିଛି । କ୍ରୀଡାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ଉପଯୁକ୍ତ ପ୍ରମାଣିତ ସଂସ୍ଥାର ପ୍ରମାଣ ପତ୍ର ଥିଲେ ସେନାରେ ଯୋଗଦାନ ସୁଯୋଗ ରହିଛି । ସେନାରେ ଅଧିକ ନିଯୁକ୍ତି ଆମର ସୁରକ୍ଷା ଓ ନିରାପତ୍ତାକୁ ବୃଦ୍ଧି କରିବ । ବର୍ତ୍ତମାନ ଆଉ ୧ ମାସରୁ କମ ରହିଥ‌ିବାରୁ ଅଧିକରୁ ଅଧିକ ପଞ୍ଜିକରଣ ପାଇଁ ସୁବିଧା କରିବାକୁ ବୈଠକରେ ଆଲୋଚନା 6 କରାଯାଇଥିଲା । ଜିଲ୍ଲା ନିୟୋଜନ ଅକାରୀମାନେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିବାକୁ ପରାମର୍ଶ ଦିଆଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଦିଙ୍କୁ ଅଧିକରୁ ଅଧିକ ପଂଜୀକରଣ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ମୋ ସେବା କେନ୍ଦ୍ର ଏବଂ କମନ ସର୍ଭିସ୍ ସେଣ୍ଟରର ଗୁଡ଼ିକର ସୁବିଧା ନେବାକୁ ମଧ୍ଯ ବୈଠକରେ ଆଲୋଚନା କରାଯାଇଥିଲା ।

ଯୁବମାନଙ୍କ ମଧ୍ୟରେ ସେନା ଭର୍ଭି ସମ୍ପର୍କିତ ସଚେତନତା ବଢ଼ାଇବା ପାଇଁ ସୋସିଆଲ ମିଡିଆ, ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମାଧ୍ଯମରେ ବ୍ୟାପକ ପ୍ରଚାର କରିବା ସହ ପ୍ରତ୍ୟେକ ତହସିଲ ସ୍ତରରେ ନିବନ୍ଧନ ସହାୟତା କିଓସ୍କ ସ୍ଥାପନ କରିବାକୁ ପରାମର୍ଶ ଦିଆଯାଇଛି । କଲେଜ ଓ ଆଇଟିଆଇ ମାଧ୍ୟମରେ ମଧ୍ଯ ଯୁବମାନଙ୍କୁ ପଞ୍ଜୀକରଣ ପାଇଁ ଉତ୍ସାହିତ କରିବା ଏବଂ ହ୍ଵାଟସଆପ୍ ଗ୍ରୁପ୍ ଓ ଅନ୍ୟାନ୍ୟ ଡିଜିଟାଲ ମାଧ୍ଯମରେ ସୂଚନାର ପ୍ରସାର କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଥିଲା । ଏଥ୍ ସହିତ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ସେନା ଭର୍ଭି ରାଲି ଓ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ନେଇ ଆଲୋଚନା ହୋଇଥିଲା । ଜିଲ୍ଲା ସ୍ତରରେ ନିୟମିତ ସମୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି । କଲେଜ ଓ ଆଇଟିଆଇର ଡାଟା ଏଣ୍ଟ୍ରି ପରେଟରମାନଙ୍କୁ ଏହି ପ୍ରକ୍ରିୟାରେ ସମ୍ମିଳିତ କରାଯିବ ଏବଂ ସେନା ଭର୍ଭି କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯିବ । ମୟରେ ଏକାଧିକ କଲେଜ ସହ ଭିଡିଓ କନଫରେନିଂ ମାଧ୍ଯମରେ ସମ୍ପର୍କ ଅପରେ ଏଆରଓଙ୍କ ପକ୍ଷରୁ ସଚେତନତା ବୃଦ୍ଧି ପାଇଁ ଏକ ସମୟ ସ୍ଥାପନ କର କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା ।