ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା
ବ୍ରହ୍ମଗିରି : ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଲାଗି ମଝି ଚିଲିକାରେ ଫସିଛି ଡଙ୍ଗା । ଫସିରହିଛନ୍ତି ଅନେକ ଲୋକେ ।
ଜହ୍ନିକୁଦା ଘାଟରୁ ସକାଳ ୯ଟା ୪୦ ମିନିଟ୍ ସମୟରେ ଏକ ଯାତ୍ରୀବାହୀ ଡଙ୍ଗା ଲୋକଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ହେଲେ ଅଧାରାସ୍ତାରେ ହଠାତ୍ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଯାହାଫଳରେ ମଝି ଚିଲିକାରେ ଫସିରହିଛି । ଏହି ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ରହିଥିବା ବେଳେ ୧୦ଟି ବାଇକ୍ ରହିଛି ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଲଗାତର ଭାବେ ମଝି ଚିଲିକା ଫସୁଛି ଡଙ୍ଗା । କେତେବେଳେ ଭସାପୋଲ ତ ଆଉ କେତେ ଯାତ୍ରୀବାହୀ ଡଙ୍ଗା । ତେଣୁ ବାରମ୍ବାର କଟକଣା ପରେ ବି କେହି କେହି ନିୟମ ମାନୁଥିବା ବେଳେ ଅନେକ ନିୟମକୁ ବେଖାତିର କରିଚାଲିଛନ୍ତି ।