ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟି ଦିଲ୍ଲୀ
ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟି ଦିଲ୍ଲୀ । ଏହି ରିପୋର୍ଟ ଦେଇଛି ସୁଇଜରଲାଣ୍ଡର ଏକ ସଂସ୍ଥା ଆଇକ୍ୟୁ ଏୟାର୍। ଏହି ସଂସ୍ଥାର ୨୦୨୩ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠୁ ପ୍ରଦୂଷିତ ମେଟ୍ରୋ ହେଉଛି ବିହାରର ବେଗୁସରାଇ। ପ୍ରଦୂଷିତ ଦେଶ ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତ। ଭାରତରେ ପିଏମ ୨.୫ ର ପରିମାଣ ୫୪.୪ ମାଇଗ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟର। ୧୩୪ ଦେଶ ମଧ୍ୟରୁ ବାଂଲାଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ। ତୃତୀୟ ସ୍ଥାନରେ ରହିଛି ଭାରତ। ଗତ ବର୍ଷ ଭାରତ ଅଷ୍ଟମ ସ୍ଥାନରେ ଥିଲା। ତେବେ ଚଳିତ ବର୍ଷ ଏହା ତୃତୀୟ ସ୍ଥାନକୁ ଉଠି ଆସିଛି। ଦିଲ୍ଲୀର ବାୟୁମଣ୍ଡଳରେ ପିଏମ ୨.୫ ର ପରିମାଣ ହେଉଛି ପ୍ରତି କ୍ୟୁବିକ ମିଟରରେ ୮୯. ୧ ମାଇକ୍ରୋଗ୍ରାମ। ୨୦୧୮ରୁ ଲଗାତର ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟିର ବଦନାମ ମୁଣ୍ଡାଇଛି।
