ପୁରୀ ଶ୍ରୀମନ୍ଦିର ହେବ ସମ୍ପୂର୍ଣ ଫୋନ ନିଷିଦ୍ଧ...
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଶିଘ୍ର ଆହୁରି ମଜବୁତ କରାଯିବ।
ନୂତନ ବ୍ୟବସ୍ଥା ଅନୁସାରେ ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ।
ପୋଲିସ ଅଧିକାରୀ କିମ୍ବା ସେବାୟତ ମଧ୍ୟ ମୋବାଇଲ୍ ନେଇ ପାରିବେ ନାହିଁ |
ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ ବୈଠକ ପରେ କହିଛନ୍ତି ଯେ, ଶ୍ରୀମନ୍ଦିର ଭିତରେ ସଂଯୋଗ ଓ ନିୟନ୍ତ୍ରଣ ରଖିବା ପାଇଁ ୱାକିଟକି ବ୍ୟବସ୍ଥା କରାଯିବ।
ସେ କହିଛନ୍ତି ଯେ ବୈଠକରେ ମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ଆଲୋଚନା ହୋଇଛି।
କିଛି ବ୍ୟବସ୍ଥା ମନ୍ଦିର ପ୍ରଶାସନ ନିଜେ କରିବେ, ଆଉ କିଛି ସରକାର ଦ୍ୱାରା ନିଷ୍ପାଦିତ ହେବ।
“କାହାକୁ ଅସୁବିଧା କରିବା ଉଦ୍ଦେଶ୍ୟ ନୁହେଁ; ଏହି ପଦକ୍ଷେପ ମାତ୍ର ଶ୍ରୀମନ୍ଦିରର ସୁରକ୍ଷା ଓ ପବିତ୍ରତା ପାଇଁ ଗ୍ରହଣ କରାଯାଉଛି,” ବୋଲି ଗିରୀଶ ମୁର୍ମୁ ସୂଚନା ଦେଇଛନ୍ତି।
ସେ ଅଧିକ କହିଛନ୍ତି ଯେ ଅନ୍ୟ ବଡ଼ ମନ୍ଦିରମାନଙ୍କର ସୁରକ୍ଷା ବ୍ୟବସ୍ଥା ଅଧ୍ୟୟନ କରି ଶେଷ ନିଷ୍ପତ୍ତି ନିଆଯିବ।