ବିଶ୍ୱ ଓଡ଼ିଆ ଭାଷା ପୁରସ୍କାର ପାଇଲେ ଦେବୀ ପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶାସ୍ତ୍ରୀୟ ଭାରତୀୟ ଭାଷା ଉପରେ ଜୀବନବ୍ୟାପୀ ଗବେଷଣା ପାଇଁ ବିଶିଷ୍ଟ ଭାଷାବିତ୍ ତଥା ଲେଖକ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଶନିବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡିଆ ଭାଷା ଓ ସାହିତ୍ୟ ଦିଗରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ପୁରସ୍କାର ବାବଦରେ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମାନପତ୍ର ସହ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତେବେ ଓଡିଆ ଭାଷାର ବିକାଶ ପାଇଁ ଓଡିଆ ଭାଷା ପ୍ରତି ବିଶେଷ ଅବଦାନ ଦେଇଥିବା ବ୍ୟକ୍ତିତ୍ୱଙ୍କୁ ପ୍ରତି ୫ ବର୍ଷରେ ଥରେ ଏହି ପୁରସ୍କାର ପ୍ରଦାନ କରାଯିବ ।

Feb 3, 2024 - 21:05
 3
ବିଶ୍ୱ ଓଡ଼ିଆ ଭାଷା ପୁରସ୍କାର ପାଇଲେ ଦେବୀ ପ୍ରସନ୍ନ ପଟ୍ଟନାୟକ