ପୋଲିସ SI ପରୀକ୍ଷା କେଳେଙ୍କେରୀ ମାମଲା...

Oct 30, 2025 - 11:28
 5
ପୋଲିସ SI ପରୀକ୍ଷା କେଳେଙ୍କେରୀ ମାମଲା...

ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ୍ । ୧୧୪ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ମଞ୍ଜୁର ।

୫୦ ହଜାର ଟଙ୍କା ଏବଂ ୨ଜଣ ଜମିନଦାରଙ୍କ ମୁଚାଲିକାରେ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ବ୍ରହ୍ମୁପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଏନେଇ ସୂଚନା ଦେଇଛନ୍ତି ଏପିପି ରଜତ କୁମାର ଦାଶ । 

ଏମାନଙ୍କ ବେଲ୍ ପାଇଁ ୪୦ଜଣ ଓକିଲ ଆବେଦନ କରିଥିଲେ । ପୁଲିସ ଏସାଆଇ ପରୀକ୍ଷା କେଳେଙ୍କାରୀ ଅଭିଯୋଗରେ ମୋଟ୍ ୧୨୩ ଜଣ ଗିରଫ ହୋଇଥିଲେ । 

ସମସ୍ତେ ପରୀକ୍ଷା ପାଇଁ ହାଇଦ୍ରାବାଦ ଯାଉଥିଲେ । ଓଡ଼ିଶାରୁ ବିଜୟଓ୍ବାଡ଼ା ଯିବା ବେଳେ ପୁଲିସ୍ ସେମନଙ୍କୁ ଗିରଫ କରିଥିଲା । 

ଅନ୍ୟପଟେ ମୁଖ୍ୟ ଅଭିୟୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୭ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି ।

​ଓଡିଶା ପୁଲିସ ନିଯୁକ୍ତି ବୋର୍ଡ୍ ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ମୋଟ୍ ୧୨୩ ଜଣ ଵ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି । 

ସେମାନଙ୍କ ମଧ୍ୟରୁ ୧୧୪ଜଣ ପରୀକ୍ଷାର୍ଥୀ ଏବଂ ୭ଜଣ ଦଲାଲ ମୋଟ୍ ୧୨୧ଜଣଙ୍କ ଜାମିନ ପାଇଁ କୋର୍ଟରେ ଆବେଦନ ହୋଇଥିଲା । 

ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଜଷ୍ଟିସ୍ ଜ୍ଞାନେନ୍ଦ୍ର କୁମାର ବାରିକ ଏହାର ଶୁଣାଣି କରି ୧୧୪ଜଣ ଅଶାୟୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । 

ଅନ୍ୟପଟେ ୭ଜଣ ଦଲାଲଙ୍କ ବେଲ୍ ଆବେଦନ ଖାରଜ ହୋଇଛି । 

ଏନେଇ ଏପିପି ରଜତ କୁମାର ଦାଶ ସୂଚନା ଦେଇଛନ୍ତି । 

ବୁଧବାର ଅଶାୟୀ ମାନେ ଜାମିନରେ ଵ୍ରହ୍ମପୁର ଜେଲରୁ ବାହାରିବେ । ସେହିପରି ସେମାନଙ୍କ ପରିବାର ଲୋକଙ୍କ ଭିଡ଼ ଏବେ ଜେଲ୍ ବାହାରେ ଦେଖିବାକୁ ମିଳିଛି।

ଗତ ସେପ୍ଟମ୍ବର ୨୯ ତାରିଖ ରାତିରେ ବ୍ରହ୍ମପୁର ପୁଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏସି ସ୍ଲିପର୍ ବସ୍‌କୁ ଅଟକ କରିଥିଲା । 

ବ୍ରହ୍ମପୁର ଏସପି ଡ଼ା ସରବଣା ବିବେକ ଏମଙ୍କ ନେତୃତ୍ୱରେ ତିନିଟି ଟିମ୍ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ପହଞ୍ଚି ତିନୋଟି ବସ୍ ସହ ୧୧୭ଜଣଙ୍କୁ ବ୍ରହ୍ମପୁର ନେଇ ଆସିଥିଲେ । 

ଯାଞ୍ଚରେ ବେଳେ ସେଥିରେ ମୋଟ୍ ୧୧୭ ଯାତ୍ରୀ ଥିଲେ । ଯେଉଁଥିରୁ ୧୧୪ଜଣ ଓପିଆରବି ସବ୍-ଇନ୍ସପେକ୍ଟର୍ ପରୀକ୍ଷା ପାଇଁ ଆବେଦନ କରିଥିଲେ। 

ପ୍ରଶ୍ନପତ୍ର ପାଇଁ ସେମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଯାଉଥିଲେ। ସେମାନେ ଭୁବନେଶ୍ୱରରୁ ବସ୍‌ରେ ଚଢ଼ି ବିଜୟନଗରମକୁ ଯାଉଥିଲେ। ସେଠାରେ ଗୁପ୍ତଭାବରେ ପ୍ରଶ୍ନପତ୍ର ପାଇବା ପରେ ଭୁବନେଶ୍ୱରକୁ ଫେରି ପରୀକ୍ଷାରେ ବସିବା ସେମାନଙ୍କ ଯୋଜନାରେ ଥିଲା। 

ପ୍ରତି ପରୀକ୍ଷାର୍ଥୀ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଚୁକ୍ତି କରିଥିଲେ। ପ୍ରଥମେ ୧୦ ଲକ୍ଷ ଟଙ୍କା ଏବଂ ଚାକିରି ନିଶ୍ଚିତ ହେଲେ ଅନ୍ୟ ୧୫ ଲକ୍ଷ ଦେବା ପାଇଁ ସ୍ଥିର ହୋଇଥିଲା । ମାତ୍ର ଏହା ପୂର୍ବରୁ ବ୍ରହ୍ମପୁର ପୁଲିସ ଉକ୍ତ ଜାଲିଆତିର ପର୍ଦ୍ଦାଫାସ କରିଥିଲା।