'ଫିଟ୍ ଇଣ୍ଡିଆ' ଲକ୍ଷ୍ୟ ହାସଲ ଦିଗରେ ସାଇକେଲିଂ ଗୁରୁତ୍ବପୂର୍ଣ୍ଣ ମାଧ୍ଯମ - ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ଅନୁଷ୍ଠିତ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ୍ ଭାରତର ଶ୍ରେଷ୍ଠ ସାଇକେଲ ଚାଳକମାନଙ୍କ ପ୍ରତିଭାକୁ ଗୋଟିଏ ମଞ୍ଚରେ ଏକାଠି କରିବାର ମହାନ ଅବସର
ଯୁବପିଢିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ
ଖେଳାଳିମାନେ ହେଉଛନ୍ତି ଦେଶର ବ୍ରାଣ୍ଡ୍ ଆମ୍ବାସାଡର୍, ସେମାନଙ୍କର କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଶକୁ ଅନେକ ସଫଳତା ଦେଇଛି
ପିଲାମାନଙ୍କୁ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେବା ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ
ମା' ସମଲେଶ୍ବରୀଙ୍କ ପୀଠ, ଭୀମ ଭୋଇଙ୍କ ପୀଠ ଶୂନ୍ୟବ୍ରହ୍ମ, ହୀରାକୁଦ ଡ୍ୟାମ, ବୀର ସୁରେନ୍ଦ୍ର বাব ଜନ୍ମସ୍ଥାନ ଖୁଣ୍ଡା, ଉଷାକୋଠି, ଦେବ୍ରିଗଡ଼ ଅଭୟାରଣ୍ୟ ସ୍ଥାନ ପରିଦର୍ଶନ କରିବା ସହ ସମ୍ବଲପୁରର ସରସତିଆ ଓ ଅନ୍ୟ ଖାଦ୍ୟର ମଜା ନେବା ପାଇଁ ଦେଲେ ପରାମର୍ଶ
ସମ୍ବଲପୁର, ଡିସେମ୍ବର ୦୨ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ' ଆରମ୍ଭ କରି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରହିବା ପାଇଁ ପ୍ରେରଣା ଦେଇ ଆସୁଛନ୍ତି । ଏହି 'ଫିଟ୍ ଇଣ୍ଡିଆ' ଲକ୍ଷ୍ୟ ହାସଲ ଦିଗରେ ସାଇକେଲିଂ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ ମାଧ୍ଯମ ବୋଲି ସମ୍ୱଲପୁରରେ “୩୦ତମ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ - ୨୦୨୫”ର ଉଦଘାଟନୀ ସମାରୋହରେ ଭିଡ଼ିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
1 ପ୍ରଧାନ କହିଛନ୍ତି, କଳା ଓ ସଂସ୍କୃତିର ସହର ସମ୍ବଲପୁରରେ ଆୟୋଜିତ “୩୦ତମ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ १०98" କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ହେଉଛି ଭାରତର ଶ୍ରେଷ୍ଠ ସାଇକେଲ ଚାଳକମାନଙ୍କ ପ୍ରତିଭାକୁ ଗୋଟିଏ ମଞ୍ଚରେ ଏକାଠି କରିବାର ମହାନ ଅବସର । ଏହି ଚାମ୍ପିଅନସିପ୍ ଚଳିତ ଡି ଡିସେମ୍ବର ୨ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୬ ପର୍ଯ୍ୟନ୍ତ ଚାଲିବ । ସମ୍ବଲପୁରର ନକ୍ସାପାଲିରୁ ଝାଙ୍କରପାଲି ଲି ପର୍ଯ୍ୟନ୍ତ ଏହି ସାଇକେ କେଲ୍ ଯାତ୍ରା ଅନୁଷ୍ଠିତ ହେବ । ଓଡ଼ିଶା ସମେତ ସାରା ଭାରତବର୍ଷରୁ ଏହି ପ୍ରତିଯୋଗିତାରେ ପ୍ରାୟ ୮୫୦ରୁ ଅଧ ଅଧୂକ ଚାଳକ ଏବଂ ୧୨୨ ଜଣ ଟିମ୍ ଅଧିକାରୀ ଅଂଶଗ୍ରହଣ କରିଛନ୍ତି, ଯାହା ଏକ ଶୁଭ ସଙ୍କେ ଙ୍କେତ । ଏହି ଚାମ୍ପିଅନସିପ୍ର ମୁଖ୍ୟ ଲକ୍ଷ୍ୟ ହେଉଛି - ଯୁବପିଢିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରି କରିବା ଏବଂ ସେମାନଙ୍କୁ ଫିଟ୍ନେସ୍ ପାଇଁ ଉତ୍ସାହିତ କରିବା ।
ସେ ଆହୁରି କହିଛନ୍ତି, ଖେଳାଳିମାନେ ହେଉଛନ୍ତି ଦେଶର ବ୍ରାଣ୍ଡ୍ ଆମ୍ବାସାଡର୍ । ସେମାନଙ୍କର କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଶକୁ ଅନେକ ସଫଳତା ଦେଇଛି । ଜୀବନରେ କାର୍ଯ୍ୟ କରିବା ଯେପରି ଜରୁରୀ, ସେହିପରି ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଖେଳ ଏବଂ ଫିଟନେସ୍ ମଧ୍ୟ ଜରୁରୀ । ଏହି ଚାମ୍ପିୟନସିପରେ ଭାଗ ନେଇଥିବା ପ୍ରତି ପ୍ରତିଯୋଗୀମାନେ ନେ କେବଳ ପ୍ରତିଯୋଗିତା କରନ୍ତୁ ନାହିଁ, ବରଂ ନିଜ ନିଜ ମଧ୍ଯରେ କ୍ରୀଡ଼ା ମନୋଭାବ ମଧ୍ୟ ବଜାୟ ୟ ରଖନ୍ତୁ । ଆଜି ଜାତୀୟ ଶିକ୍ଷା ନୀତି -୨୦୨୦ରେ ଖେଳ; ପାଠପଢାର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଛି । ଏହି ଶିକ୍ଷ ଶିକ୍ଷା ନୀତିର ନୀତିର ଲକ୍ଷ୍ୟ ହେଉଛି, ପିଲାମାନଙ୍କୁ ତୃଣମୂଳ ସ୍ତରରୁ ଆରମ୍ଭ କରି ଅଲିମ୍ପିକ୍ସ ପର୍ଯ୍ୟନ୍ତ ଏକ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେବା । ମା'ସମଲେଶ୍ବରୀଙ୍କ ଆଶୀର୍ବାଦରୁ ସମ୍ବଲପୁରରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତର ସ୍ଥାନକୁ ମଜବୁତ୍ କରିବ । ଏହି ପ୍ରତିଯୋଗିତା କେବଳ ସମ୍ୱଲପୁରର
ପରିଚୟ ବଢାଇବ ନାହିଁ, ବରଂ ଆମର ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ସଂକଳ୍ପକୁ ମଧ୍ଯ ସୁଦୃଢ଼ କରିବ ଏବଂ ଅନ୍ୟମାନଙ୍କୁ ସାଇକେଲିଂ ଓ ଫିଟ୍ନେସ୍ ଆଡ଼କୁ ଆକର୍ଷିତ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଉଭୟ ପୁ ପୁରୁଷ ଓ ମହିଳା ବିଭାଗର ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛ ଭଚ୍ଛା ଜଣାଇବା ସହ ଏହି ୫ ଦିନ ଧରି ମାଆ ସମଲେଶ୍ବରୀଙ୍କ ପୀଠ, ସନ୍ଥକବି ଭୀମ ଭୋଇଙ୍କ ପୀଠ ଶୂନ୍ୟବ୍ରହ୍ମ, )ହ୍ଣ, ହୀରାକୁଦ ଡ୍ୟାମ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖୁଣ୍ଡା, ଉଷାକୋଠି, ଦେବ୍ରିଗଡ଼ ଅଭୟାରଣ୍ୟ ଭଳି ସ୍ଥାନ ପରିଦର୍ଶନ ନ କରିବା ପାଇଁ ସେ ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି ଇଛନ୍ତି । ଏହ ଏହାବ୍ୟତୀତ ସମ୍ୱଲପୁରର ସରସତିଆ ସରସତିଆ ଓ ଅନ୍ୟ ଖାଦ୍ୟର ମଜା ନେବା ପାଇଁ ମଧ୍ଯ ଭିଡ଼ିଓ ବାର୍ଭା ଦେଇଛନ୍ତି । ଏହି ଆୟୋଜନ ପାଇଁ ଶ୍ରୀ ପ୍ରଧାନ ସମ୍ୱଲପୁର ଲପୁର ଜିଲ୍ଲା ପ୍ରଶାସନ, ସାଇକେଲିଂ ଫେଡେରେସନ ଅଫ୍ ଇଣ୍ଡିଆ (ସିଏଫଆଇ), ଓଡ଼ିଶା ଡି଼ଶା ସାଇକେଲିଂ ଆସୋସିଏସନ ତଥା ଏଥିରେ ନିୟୋଜିତ ସମସ୍ତ ଆୟୋଜକ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି