"ବଡ଼ ବଡ଼ିଆ" ଡକା ଅନ୍ତରାଳେ ଥିବା କାଉଁରିଆ କାଠିର ଇତିବୃତି...

Oct 22, 2025 - 09:00
 12
"ବଡ଼ ବଡ଼ିଆ" ଡକା ଅନ୍ତରାଳେ ଥିବା କାଉଁରିଆ କାଠିର ଇତିବୃତି...

ଦୀପାବଳୀ ପର୍ବ ର ମୁଖ୍ୟ ଆୟୁଧ ହେଉଛି ବଡ଼ ବଡ଼ିଆ ଡକା ଯାଉଥିବା କାଉରିଆ କାଠି, ଯାହାର ମୂଳ ହେଉଛି 'ନଳିତା' 

ନଳିତା ଏକ ଅର୍ଥକାରୀ ଫସଲ 

ଦୀର୍ଘବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ବିଭିନ୍ନଂ ଅଞ୍ଚଳରେ ଚାଷୀମାନେ ସେମାନଙ୍କ ଜମିରେ ଅର୍ଥକାରୀ ଫସଲ ନଳିତା ଚାଷରୁ କରିଆସୁଥିଲେ । 

ଏହି ନଳିତା ଚାଷରୁ ସେମାନେ ଝୋଟ ଉପ୍ପାଦନ କରିବା ସହ ଏହାକୁ ବିକ୍ରୟ କରି ପ୍ରଚୂର ଲାଭ ପାଉଥିଲେ ।

ନଳିତା ଚାଷ ଏକ ଲାଭଜନକ ବ୍ୟବସାୟ | କିନ୍ତୁ ଏବେ ଏହା ପ୍ରୋତ୍ସାହନ ଅଭାବରୁ ଆଉ ସେଭଳି ନଳିତା ଚାଷ ଦେଖୁବାକୁ ମିଳୁନାହିଁ | ପୂର୍ବରୁ ଶହ ଶହ ଏକର ଜମିରେ ଏହି ନଳିତା ଚାଷ ହେଉଥଲା । 

ନଳିତା ଗଛ ବଡ଼ ହେଲାପରେ ତାକୁ କାଟି ବିଡ଼ା କରାଯାଇ ବିଭିନ୍ନ ଜଳାଶୟରେ ତାକୁ ବେଶ କିଛି ଦିନ ପୋତି ଦିଆଯାଉଥିଲା । 

ଆଉ ନଳିତା ଗଛ ପାଣିରେ ପଚିଗଲା ପରେ ଏହାକୁ ପାଣିରୁ ବାହାର କରି ଆଣି ସେଥ୍‌ରୁ ଝୋଟ ବାହାର କରାଯିବା ସହ କାଉଁରିଆ କାଠି ବାହାର କରାଯାଉଥିଲା । 

ସଂଗୃହିତ ଝୋଟକୁ ରାସ୍ତାରେ ଶୁଖାଇବl ପରେ ତାହାକୁ ବାନ୍ଧି ବେପାରୀମାନଙ୍କୁ ବିକ୍ରୟ କରାଯାଉଥିଲା । 

ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ଏହ ଚାଷରୁ ବହୁ ଚାଷୀ ବିମୁଖ ହୋଇପଡ଼ିଲେଣି । ବିଶେଷ କରି ଝୋଟ ଉପରେ ସରକାର ଗୁରୁତ୍ଵ ନଦେବାରୁ ଓ ଝୋଟ ବ୍ୟାଗ୍‌, ଅଖା ବିଶେଷ ଭାବେ ବ୍ଯବହାର ନହେବାରୁ ଝୋଟ କମ୍ପାନୀମାନେ ଚାଷୀଙ୍କଠାରୁ ଆଉ ଆଗ ଭଳି ଝୋଟ ନେଉ ନାହାନ୍ତି | ଯାହାଫଳରେ ନଳିତା ଚାଷ କରୁଥିବା ଚାଷୀମାନେ ଝୋଟ ବିକ୍ରି କରି ନପାରି ଏହି ଚାଷରୁ ନିବୃତ୍ତ ରହିଲେଣି। 

ପୂର୍ବରୁ ଚାଷୀମାନେ ଗୋଟିଏ କ୍ଷେତରେ ୩ଟି ଫସଲ କରି

ଅଧିକ ଭପାର୍ଜନ କରୁଥୁ୍ଲେ | ଖରିଫ ରତୁରେ ଧାନ ଚାଷ କରୁଥିବାବେଳେ ରବି ରତୁରେ ‘ ମୁଗବିରି ଚାଷ ଓ ପରେ ନଳିତା ଚାଷ କରୁଥିଲେ ଯାହା ଫଳରେ ଚାଷୀମାନେ ୩ଟି ଫସଲ ପାଇ ପାରୁଥୁଲେ ।

ଏବେ ଢେଙ୍କାନାଳ ଜିଲ୍ଲାର ଚାଷୀମନେ କେବଳ ଧାନ ଚାଷ ଏବଂ କେଉଁଠି କେଉଁଠି ଧାନ ଚାଷ ପରେ ମୁଗ ବିରି ଆଦି ଫସଲ କରୁଛନ୍ତି । ଆଗଭଳି ଆଉ ନଳିତା ଚାଷ ହେଉନାହିଁ । 

ନଳିତା ଚାଷ ହେଉଥିବା ଜମିରେ ନଳିତା କଟାଗଲା ପରେ ଏହାର ଝଡ଼ା ପତ୍ରଗୁଡିକ ସେଠାରେ ପଚି ସବୁଜ ସାର ଜମିକୁ ଯୋଗାଉଥିଲା । ଯାହା ଫଳରେ ନଳିତା ଚାଷ ଜମିରେ ଭଲ ଧାନ ଅମଳ ହେଉଥିଲା | 

ପୂର୍ବରୁ ଚାଷୀମାନେ ଝୋଟ କ୍ଵିଣ୍ଟାଲ ପିଛା 500ଟଙ୍କା ରୁ 1000 ଟଙ୍କାରେ ବିକ୍ରୟ କରୁଥିଲେ । ଯାହା ଫଳରେ ଚାଷୀମାନେ ଝୋଟ ଚାଷରୁ ଅଧିକ ଅର୍ଥ ପାଇ ପାରୁଥିଲେ । 

ଏହି ଅର୍ଥରେ ଧାନ ଚାଷ ପାଇଁ ସାର ବିହନ ଇତ୍ୟାଦି କ୍ରୟ କରୁଥିଲେ ଏବଂ ଘର ଖର୍ଚ୍ଚରେ ଏହାକୁ ବ୍ୟବହାର କରୁଥିଲେ । 

ହେଲେଏବେ କେଉଁଠି କେମିତି କଁl ଭାଁ ଏହି ନଳିତା ଚାଷ କରାଯାଉଛି | 

ଦୀପାବଳି ବେଳେ ଘରେ ଘରେ କାଉଁରିଆ କାଠି ଆବଶ୍ୟକ ପଡ଼ୁଥିବାରୁ କିଛି ହାତ ଗଣତି ଚାଷୀ ଏହାକୁ ଚାଷ କରୁଥିବା ଦେଖିବାକୁ ମିଳୁଛି । 

ପୂର୍ବରୁ ଝୋଟ ଅମଳ ପରେ ସେଥିରୁ ଦଉଡି ପ୍ରସ୍ତୁତ ହେଉଥିଲା । ଝୋଟ ମଧ୍ଯ ବିକ୍ର ହେଉଥିଲା । ହେଲେ ଏବେ ଝୋଟର ଉଚିତ ବଜାର ମୂଲ୍ୟ ମିଳୁନି କି ଝୋଟର ଦଉଡି ତିଆରି ହେଉନି। 

ଗାଁ ଗହଳିରେ ଏବେ ଝୋଟ ଦଉଡି ବଦଳରେ ପ୍ଲାଷ୍ଟିକ୍‌ ଦଉଡି ବେଶୀ ମାତ୍ରାରେ ବ୍ୟବହାର କରାଯାଉଛି । 

ଏବେ ଝୋଟ କୁଇଣ୍ଟାଲ ପିଛା ଦର ଏକ ହଜାର ଟଙ୍କାରେ କିଛି ବ୍ୟବସାୟୀ କିଣି ନେଉଛନ୍ତି । 

ଯଦି ବ୍ୟବସାୟୀଙ୍କୁ ଝୋଟ ନଦେବ ତେବେ ବର୍ଷ ସାରା ଘରେ ପଡିରହି କଳା ପଡିଯାଉଛି । 

ଅପରପକ୍ଷରେ ନଳିତା ଚାଷ ପାଇଁ ସରକାରଙ୍କ ସେଭଳି ପ୍ରୋତ୍ସାହନ ନଥିବାରୁ ଏବେ ଚାଷୀଭାଇମାନେ ଏହି ଅର୍ଥକାରୀ ଫସଲ ରୁ ମୁହଁ ଫେରାଉଥ୍‌ବା ଦେଖ୍‌ବାକୂ ମିଳୁଛି । 

କହିବାକୁ ଗଲେ ଏବେ କେବଳ ଦୀପାବଳୀ ଉତ୍ସବ ପାଳନ ବେଳେ କାଉଁରିଆ କାଠି ପାଇଁ ଏହି ନଳିତା ଚାଷ କେଉଁଠି କେମିତି ବଞ୍ଚି ରହିଛି!