ପୋଲିସ ସ୍ମୃତି ଦିବସରେ ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ,୨୧,୧୦,୨୦୨୫: ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ୨୧ ଅକ୍ଟୋବର, ୨୦୨୫ରେ ପୋଲିସ ସ୍ମାରକୀ ଦିବସ ଅବସରରେ ନୂଆଦିଲ୍ଲୀର ଜାତୀୟ ପୋଲିସ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ୧୯୫୯ ମସିହା ଆଜିର ଦିନରେ, ଲଦାଖର ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ଭାରୀ ସଶସ୍ତ ଚୀନ୍ ସୈନିକଙ୍କ ଦ୍ବାରା ଆକ୍ରମଣରେ ୧୦ ଜଣ ସାହସୀ ପୋଲିସ ପ୍ରାଣବଳି ଦେଇଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଅଭିଭାଷଣରେ ସହିଦ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ଦେଶ ପ୍ରତି ସେମାନଙ୍କ ସେବା ପାଇଁ ପୋଲିସ ଏବଂ ପାରାମିଲିଟାରୀ ଫୋର୍ସ ପ୍ରତି କୃତଜ୍ଞତା ବ୍ୟକ୍ତି କରିଥିଲେ। ସେ ସଶସ୍ତ୍ର ବାହିନୀ ଏବଂ ପୋଲିସ ବାହିନୀକୁ ଜାତୀୟ ସୁରକ୍ଷାର ସୃମ୍ଭ ଭାବେ ବର୍ଣ୍ଣନା କରି କହିଥିଲେ, ପ୍ରଥମଟି ଦେଶ ଏବଂ ଏହାର ଭୌଗୋଳିକ ଅଖଣ୍ଡତାକୁ ସୁରକ୍ଷା ଦେଉଥିବା ବେଳେ ଦ୍ବିତୀୟଟି ସମାଜ ଏବଂ ସାମାଜିକ ଅଖଣ୍ଡତାକୁ ସୁରକ୍ଷା ଦେଇଥାଏ। ସେନା ଏବଂ ପୋଲିସ ଭିନ୍ନ ଭିନ୍ନ ମଞ୍ଚରେ କାର୍ଯ୍ୟ କରନ୍ତି, କିନ୍ତୁ ସେମାନଙ୍କର ଲକ୍ଷ୍ୟ ସମାନ-ରାଷ୍ଟ୍ରର ସୁରକ୍ଷା କରିବା। ଯେତେବେଳେ ଆମେ ୨୦୪୭ ସୁଦ୍ଧା ବିକଶିତ ଭାରତ ଆଡ଼କୁ ଅଗ୍ରସର ହେଉଛୁ, ସେତେବେଳେ ରାଷ୍ଟ୍ରର ବାହ୍ୟ ଏବଂ ଆଭ୍ୟନ୍ତରୀଣ ସୁରକ୍ଷାରେ ସନ୍ତୁଳନ ପୂର୍ବ ଅପେକ୍ଷା ଅଧୂକ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଥିଲେ।
ବର୍ତ୍ତମାନର ଆହ୍ବାନଗୁଡ଼ିକ ଉପରେ ଶ୍ରୀ ସିଂହ କହିଥିଲେ ଯେ, ସୀମାରେ ଅସ୍ଥିରତା ରହିଥିବା ବେଳେ ସମାଜ ମଧ୍ୟରେ ନୂତନ ପ୍ରକାରର ଅପରାଧ, ଆତଙ୍କବାଦ ଏବଂ ଆଦର୍ଶଗତ ଯୁଦ୍ଧମାନ ସୃଷ୍ଟି ହେଉଛି। ଅପରାଧ ଅଧୂକ ସଂଗଠିତ, ଅଦୃଶ୍ୟ ଏବଂ ଜଟିଳ ହୋଇଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା, ବିଶ୍ବାସକୁ ଦୁର୍ବଳ କରିବା ଏବଂ ରାଷ୍ଟ୍ରର ସ୍ଥିରତାକୁ ଆହ୍ବାନ ଦେବା।
ପ୍ରତିରକ୍ଷା ମନ୍ତ୍ରୀ, ପୋଲିସ ବାହିନୀକୁ ଅପରାଧ ନିୟନ୍ତ୍ରଣର ସରକାରୀ ଦାୟିତ୍ଵ ସହ ସମାଜର ବିଶ୍ବାସ ବଜାୟ ରଖୁବା ତଥା ନୈତିକ ଦାୟିତ୍ବ ଉଭୟ ବିଶ୍ବସୁତାର ସହିତ ନିର୍ବାହ କରିଥିବାରୁ ପ୍ରଶଂସା କରିଥିଲେ। ସେ କହିଥିଲେ, "ଯଦି ନାଗରିକମାନେ ଆଜି ଶାନ୍ତିରେ ଶୋଇପାରୁଛନ୍ତି, ତେବେ ଏହା ଆମର ସତର୍କ ସଶସ୍ତ୍ର ବାହିନୀ ଏବଂ ସଚେତନ ପୋଲିସ କର୍ମଚାରୀଙ୍କ ପ୍ରତି ସେମାନଙ୍କର ଅଟଳ ବିଶ୍ବାସ ଯୋଗୁଁ। ଏହି ବିଶ୍ବାସ ଆମ ଦେଶର ସ୍ଥିରତା ଏବଂ ସୁରକ୍ଷାର ସବୁଠାରୁ ଦୃଢ଼ ମୂଳଦୁଆ।”
ଦୀର୍ଘ ସମୟ ଧରି ଏକ ପ୍ରମୁଖ ଆଭ୍ୟନ୍ତରୀଣ ସୁରକ୍ଷା ଆହ୍ବାନ ଭାବେ ରହିଥିବା ନକ୍ସଲବାଦ ପ୍ରତି ଦୃଷ୍ଟି ଆକର୍ଷଣ କରି ଶ୍ରୀ ସିଂହ ଦୃଢ଼ତାର ସହ କହିଥିଲେ ଯେ - ପୋଲିସ, ସିଆରପିଏଫ,ବିଏସଏଫ ଏବଂ ସ୍ଥାନୀୟ ପ୍ରଶାସନର ସମନ୍ବିତ ତଥା ସଙ୍ଗଠିତ ପ୍ରୟାସ ଦ୍ବାରା ସମସ୍ୟା ଯେପରି ବୃଦ୍ଧି ନହୁଏ, ତାହା ସୁନିଶ୍ଚିତ ହୋଇଛି ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ଲୋକମାନେ ଆଶ୍ବସ୍ତିର ନିଃଶ୍ବାସ ତ୍ୟାଗ କରିଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଆତ୍ମବିଶ୍ବାସ ପ୍ରକ କଟ କରିଥିଲେ। "ଚଳିତ ବର୍ଷ ଅନେକ ଆଗଧାଡିର ନକ୍ସଲବାଦୀଙ୍କୁ ନିପାତ କରାଯାଇଛି। ଯେଉଁମାନେ ପୂର୍ବରୁ ରାଜ୍ୟ ବିରୁଦ୍ଧରେ ଅସ୍ମ ଉଠାଇଥିଲେ ସେମା ମାନେ ବର୍ତ୍ତମାନ ଆତ୍ମସମର୍ପଣ କରୁଛନ୍ତି ଏବଂ ବିକାଶର ମୁଖ୍ୟଧାରାରେ ଯୋଗ ଦେଉଛନ୍ତି ବାମପନ୍ଥୀ ଉଗ୍ରବାଦ ଦ୍ବାରା ପ୍ରଭାବିତ ଜିଲ୍ଲା ସଂଖ୍ୟା ବ୍ୟାପକ ଭାବେ ହ୍ରାସ ପାଇଛି। ଯେଉଁ ଅଞ୍ଚଳଗୁଡ଼ିକ ଏକଦା ନକ୍ସଲବାଦୀ କେନ୍ଦ୍ର ଥୂଲା, ସେଗୁଡ଼ିକ ଏବେ ଶି ଶିକ୍ଷା କେନ୍ଦ୍ରରେ ପରିଣତ ହେଉଛି। ଯେଉଁ ଅଞ୍ଚଳଗୁଡ଼ିକ ପୂର୍ବରୁ ରେଡ୍ କରିଡର ରିଡର ନାମରେ ପରିଚିତ वृ, 60 ସେଗୁଡ଼ିକ ଏବେ ଅଭିବୃଦ୍ଧି କରିଡରରେ ପରିଣତ ହୋଇଛି। ଏହି ସଫଳତାରେ ଆମର ପୋଲିସ ଏବଂ ସୁରକ୍ଷା ବାହିନୀ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ
ପ୍ରତିପାଳନ କରି ପ୍ରତିରକ୍ଷା ମନ୍ତ୍ରୀ ଏହି ଦିଗରେ ପୋଲିସ ବାହିନୀର ନିରନ୍ତର ଭୂମିକ ମିକା ଏବଂ ଅବଦାନକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଦୀର୍ଘ ସମୟ ଧରି, ଏକ ରାଷ୍ଟ୍ର ଭାବରେ, ଆମେ ପୋଲିସର ଅବଦାନ ଦାନକୁ ସମ୍ପୂର୍ଣ୍ଣ ଭାବରେ ସ୍ବୀକୃତି ଦେଇ ନଥୂଲୁ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ବରେ, ୨୦୧୮ ମସିହାରେ ଜାତୀୟ ପୋଲି ପାଲିସ ସ୍ମାରକୀ ପ୍ରତିଷ୍ଠା କରି ଏହି ଐତିହାସିକ ବ୍ୟବ ବଧାନକୁ ପୂରଣ କରାଯାଇଥିଲା। ଶ୍ରୀ ସିଂହ କହିଥିଲେ ଯେ, ସରକାର ପୋଲିସ ବାହିନୀକୁ ଅତ୍ୟାଧୁନିକ ଅସ୍ପୃଶସ୍ତ୍ର, ଉପକରଣ ଏବଂ ସୁବିଧା ସହିତ ସଜ୍ଜିତ କରିଛନ୍ତି। ପୋଲିସ ପାଖରେ ବର୍ତ୍ତମାନ ଉନ୍ନତ ନିରୀକ୍ଷଣ ପ୍ରଣାଳୀ, ଡ୍ରୋନ୍, ଆଧୁନିକ ଫରେନସିକ୍ ପରୀକ୍ଷାଗାର ଏବଂ ଡିଜିଟାଲ୍ ପୋଲିସିଂ ଭଳି ଅତ୍ୟାଧୁନିକ କ୍ଷମତା ରହିଛି। ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, "ପୋଲିସ ବାହିନୀର ଆଧୁନିକୀକରଣ ପାଇଁ ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ସମ୍ବଳ ଯୋଗାଇ ଦିଆଯାଉଛି।" ସେ ଗୁରୁତ୍ବାରୋପ କରିଥିଲେ ଯେ ଯେ, ଏହି ସମ୍ବଳଗୁଡ଼ିକର ସର୍ବୋତ୍ତମ ବ୍ୟବହାର ସେତେବେଳେ ସମ୍ଭବ ଯେତେବେଳେ ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକ ଉତ୍ତମ ସମନ୍ବୟ ୟ ଏବଂ ସମନ୍ବୟ ସହିତ କାର୍ଯ୍ୟ କରିବେ।
ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ, ସମାଜ ଏବଂ ପୋଲିସ ପରସ୍ପର ପରିପୂରକ ଏବଂ ପରସ୍ପର ନିର୍ଭରଶୀଳ। ସେ କହିଥିଲେ, ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ, ପ୍ରଭାବଶାଳୀ ଏବଂ ଅଧୂକ ସତର୍କ କରିବା ପାଇଁ ଉଭୟଙ୍କ ମଧ୍ୟରେ ଏକ ସନ୍ତୁଳିତ ଏବଂ ବିଶ୍ବାସଯୋଗ୍ୟ ସମ୍ପର୍କ ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଶ୍ରୀ ସିଂହ କହିଥିଲେ, "ପୋଲିସ ବ୍ୟବସ୍ଥା ସେତେବେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିପାରିବ, ଯେତେବେଳେ ନାଗରିକମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ ଏବଂ ଆଇନକୁ ସମ୍ମାନ ଏବଂ ପାଳନ କରିବେ। ଯେତେବେଳେ ସମାଜ ଏବଂ ପୋଲିସ ମଧ୍ୟରେ ସମ୍ପର୍କ ପାରସ୍ପରିକ ବୁଝାମଣା, ସହଯୋଗ ଏବଂ ଦାୟିତ୍ବବୋଧ ଉପରେ ଆଧାରିତ ହୁଏ, ଉଭୟ ଆହୁରି ମଜବୁତ ଏବଂ ସମୃଦ୍ଧ ହୁଅନ୍ତି।"
ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍) ଏବଂ ଦିଲ୍ଲୀ ପୋଲିସର ମିଳିତ ପରେଡ ଆୟୋଜନ କରାଯାଇଥିଲା। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବନ୍ଦୀ ସଞ୍ଜୟ କୁମାର, ଗୃହ ସଚିବ ଶ୍ରୀ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ତପନ ଡେକା, ବିଏସଏଫ ର ଡିର୍ଜି ଶ୍ରୀ ଦଲଜିତ ସିଂ ଚୌଧୁରୀ, ସିଏପିଏଫ ର ଅନ୍ୟ ମୁଖ୍ୟ, ଅବସରପ୍ରାପ୍ତ ଡିଜି ଏବଂ ପୋଲିସ ବିଭାଗର ଅଧୂକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।