ବଢ଼ିବ ତାତି, ପିଟିବ ଝାଞ୍ଜି...
୧୬ ତାରିଖ ବେଳକୁ ୪୧ ଡିଗ୍ରୀ ଛୁଇଁବ
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା କମ୍ ।
ଆଗାମୀ ୪୮ ଘଣ୍ଟାରେ ଏହା ସ୍ପଷ୍ଟ ହେଉଛି ଯେ ଲଘୁଚାପରେ ପରିଣତ ହୋଇପାରେ । କିନ୍ତୁ ଅବପାତ ହେବାର କ୍ୱଚିତ୍ ସମ୍ଭାବନା ଅଛି ।
ତେବେ ଆସନ୍ତା ୬ରୁ ୭ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ମଙ୍ଗଳବାର -
ଟିଟିଲାଗଡ଼ରେ ତାତି ସର୍ବାଧିକ ୪୦ ଡିଗ୍ରୀ ଥିଲା ।
ସମ୍ବଲପୁରରେ ୩୯.୯,
ଝାରସୁଗୁଡ଼ାରେ ୩୯.୨ ଓ
ଭବାନୀପାଟଣାରେ ୩୯ ଡିଗ୍ରୀ ଥିଲା ।
ବୁଧବାର ଓ ଗୁରୁବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିପାରେ ।
ତେବେ ଉପକୂଳ ଓଡ଼ିଶାରେ ୩୫ରୁ ୩୮ ଡିଗ୍ରୀ ଭିତରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୧୫ ଓ ୧୬ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୧ ଡିଗ୍ରୀ ଛୁଇଁପାରେ ।
କିନ୍ତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାତି ୪୦ ଡିଗ୍ରୀ ତଳେ ରହିବ ବୋଲି ଆକଳନ କରାଯାଇଛି । କାଳବୈଶାଖୀ ବର୍ଷା ପ୍ରଭାବରେ ୧୬ ତାରିଖ ଯାଏ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।